Odisha news

ରାଜଧାନୀରେ ଆଉ ୬୪ କରୋନା ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର : ଗଞ୍ଜାମ ପରେ ରାଜଧାନୀ ଭୁବନେଶ୍ୱର ଆଉ ଏକ କରୋନା ହଟସ୍ପଷ୍ଟ ହୋଇଛି I ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ରବିବାର ଆଉ  ୬୪ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମୁଦାୟ  ଆକ୍ରାନ୍ତଙ୍କ ସଂଖ୍ୟା ସାତ ଶହ ଚାରି ହୋଇଛି ।

ଭୁବନେଶ୍ୱର ମହା ନଗର ନିଗମ(ବିଏମସି)ର  ରିପୋର୍ଟ  ଅନୁସାରେ ଚି଼ହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ସଙ୍ଗରୋଧରେ ଥିବାବେଳେ ୨୮ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣ। ସେହିପରି ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ପଜିଟିଭ ସଂଖ୍ୟା ୭୦୪ରେ ପହଂଚିଛି । ସେହିପରି ୩୨୭ ଆକ୍ରାନ୍ତ  ସୁସ୍ଥ ହୋଇଥିବା ବେଳେ ୩୬୮ଟି ଆକ୍ଟିଭ କେସ୍ ରହିଛି । ଏଯାଏଁ ୮ ଜଣଙ୍କ ମୃତ୍ୟୁ ହୋଇଛି I

ସମ୍ପୃକ୍ତ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଭୋଇ ନଗରରୁ ୨ ଜଣ, ହଟ୍‌ସ୍ପଟ ଜିଲ୍ଲାରୁ ଆସିଥିବା ଦୁଇ ଜଣ ବ୍ୟକ୍ତି, ସତ୍ୟନଗରରୁ ୨ ଜଣ, କଳିଙ୍ଗ ନଗରରୁ ଜଣେ, ପୋଖରୀପୁଟରୁ ୨ ଜଣ, ଡୁମୁଡୁମା ରଘୁନାଥ ନଗରରୁ ୪ ଜଣ, ମଂଚେଶ୍ୱର ଧିରିକୁଟି ବସ୍ତିରୁ ୨ ଜଣ, ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ନିକଟରୁ ଜଣେ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି I ସେହିପରି ଭୀମଟାଙ୍ଗି ଫେଜ୍‌-୨ରୁ ଜଣେ, ଲକ୍ଷ୍ମୀସାଗର ଉପର ସାହିରୁ ୨ ଜଣ, ସାହିଲା ସାହିରୁ ୭ ଜଣ, ଚକେଇସିଆଣିରୁ ଜଣେ ଓ ନିଳାଦ୍ରୀ ବିହାର ହରେକୃଷ୍ଣ ନଗରରୁ ଜଣେ ଯୁବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି I

Leave A Reply