Odisha news

ସହି ହେଉନି ବୋହୂଙ୍କ ନିର୍ଯ୍ୟାତନା : ଗଣ ମାଧ୍ୟମରେ ଅଭିଯୋଗ କଲେ ଶାଶୂ, ଶଶୂର

0

ଭୁବନେଶ୍ୱର,(ନି.ପ୍ର): କରୋନା ପାଇଁ ସାରା ବିଶ୍ୱ ଏବେ ଚିନ୍ତିତ ରହିଥିବାବେଳେ ଏହାରି ଭିତରେ କିଛି ହୃଦୟ ବିତାରକ ଘଟଣା ସାମ୍ନାକୁ ଆସିଛି । ଏବେ ଏହିପରି ଏକ ଘଟଣା ରାଜଧାନୀରେ ଦେଖିବାକୁ ମିଳିଛି । ବୃଦ୍ଧ ଦମ୍ପତ୍ତିକୁ ତାଙ୍କର ବୋହୂ ଅସହାୟ ନିର୍ଯ୍ୟାତନା ଦବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜଧାନୀର ଝାରପଡ଼ା ଶାନ୍ତିନଗରରେ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୧୯୯୨ ମସିହା ଜାନୁୟାରୀ ମାସ ୨୫ ତାରିଖରେ ଝାରପଡ଼ାର ଫକିର ଚରଣ ମହଲଙ୍କ ପୁଅ ରଞ୍ଜିତ ମହଲ ବୈଦିକ ରୀତିରେ ଚରଣ ପାତ୍ରଙ୍କ ଝିଅ ସଂଯୁକ୍ତା ମହଲ ବିବାହ କରିଥିଲେ ।

ତେବେ ବିବାହର ମାତ୍ର ୪ମାସ ପରେ ସଂଯୁକ୍ତାଙ୍କ ଚରିତ୍ରକୁ ନେଇ ଗଣ୍ଡଗୋଳ ଉପୁଜିଥିଲା । ପରେ ସ୍ଥାନୀୟ ଭଦ୍ର ଲୋକଙ୍କ ଜରିଆରେ ପଞ୍ଚାୟତ ସଭାରେ ନିଷ୍ପତ୍ତି ଅନୁଯାୟୀ ସଂଯୁକ୍ତା ବିବାହ ସମୟରେ ଆଣିଥିବା ନଗଦ ୨୦ ହଜାର ଟଙ୍କର, ସ୍କୁଟର, ମୁଦି, ଚେନ୍, କାନଫୁଲ, କଂସା ବାସନ ଆଦି ସମସ୍ତ ସାମଗ୍ରୀ ନେଇ ବାପଘରକୁ ଚାଲିଯାଇଥିଲେ, ହେଲେ ପରମୁହୂର୍ତ୍ତରେ ପୁଣି ସେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିବାରୁ ଫକୀର ଚରଣ ମହଲ ଗିରଫ ହୋଇ ଜେଲ ଯାଇଥିଲେ । ପୁନର୍ବାର ଏହି ଘଟଣାର ତିନିବର୍ଷ ପରେ ସଂଯୁକ୍ତା ନିଜର ଭୁଲ ସ୍ୱୀକାର କରି ପୁଣି ଶାଶୂଘରକୁ ଫେରିବା ସହ ସମସ୍ତ ମାମଲାକୁ କୋର୍ଟ ଓ ଥାନାରୁ ଉଠାଇନେଇଥିଲେ ।
୨୦୦୯ ମସିହାରେ ଶାଶୂଘରଙ୍କ ସହଯୋଗରେ ସଂଯୁକ୍ତା ରାଜନୈତିକ କ୍ଷେତ୍ରକୁ ଆସିଥିଲେ ।

୨୦୦୯ ମସିହାରେ ହିନ୍ଦ୍ ମଜଦୁର ସଂଘରେ ଯୋଗଦେଇ ଶ୍ରମିକମାନଙ୍କର ସେବା କରିଥିଲେ । ଏଥିପାଇଁ ପ୍ରତ୍ୟେକ ଶ୍ରମିକଙ୍କୁ ଲେବର କାର୍ଡ ପ୍ରଦାନ କରି ବ୍ୟାପକ ଅନିୟମିତତା କରିବା ସାମ୍ନାକୁ ଆସିଥିଲା । ଏ ନେଇ ସଂଯୁକ୍ତାଙ୍କ ନାମରେ ଅଭିଯୋଗ ଆଣିବାରୁ ତାଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ସମ୍ପାଦିକା ପଦବୀରୁ ବହିଷ୍କୃତ କରାଯାଇଥିଲା । ଶେଷରେ ୨୦୧୯ ମସିହା ଅକ୍ଟୋବର ୨୦ ତାରିଖରେ ସଂଯୁକ୍ତା ଶାଶୁୁୁ,ଶଶୂରଙ୍କୁୁ ମାଡ଼ମାରି ଶଶୂରଙ୍କ ସମ୍ପତ୍ତିକୁ ହାତେଇ ଅଦ୍ୟାବଧି ତାଙ୍କ ଜାଗାରେ ଜୋରଜବରଦସ୍ତ ରହିଛନ୍ତି ।

ଏବେ ଏହି ଘରୁ ମାସିକ ୬୫ ହଜାର ଘରଭଡା ଆସୁଥିବାବେଳେ ସେ ଏହି ଅର୍ଥକୁ ମଧ୍ୟ ହଡପ କରୁଛନ୍ତି । ଶାଶୂ, ଶଶୂର ଓøଷଧ ପାଇଁ ଟଙ୍କା ପାଉନଥିବାବେଳେ ବ୍ୟାଙ୍କ ଋଣରେ ବୁଡି ରହିଛନ୍ତି । ଘର ପାଇଁ ବ୍ୟାଙ୍କରୁ ଋଣ ନେଇଥିବବେଳେ ସେମାନେ ଏହି ଟଙ୍କା ଶୁଝିବାକୁ ମଧ୍ୟ ଅକ୍ଷମ ହେଉଛନ୍ତି । ଏଥିସହ ଘରକୁ ନିଲାମ ପାଇଁ ବ୍ୟାଙ୍କ ପକ୍ଷରୁ ବାରମ୍ଭାର ନୋଟିସ ଜାରି କରାଯାଉଛି । ଯେଉଁଥିପାଇଁ ବୃଦ୍ଧ ଦମ୍ପତି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଯଦି ଶାଶୂ, ଶଶୂର ନିଜ ଘରକୁ ଯାଉଛନ୍ତି ତେବେ ସଂଯୁକ୍ତା ସେମାନଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି । ଏଥିସହ ଥାନାରେ ମିଥ୍ୟା ମାମାଲା ରୁଜୁ କରୁଛନ୍ତି ।

Leave A Reply