ଭୁବନେଶ୍ୱର,(ନି.ପ୍ର): କୋଭିଡ ଯୋଗୁଁ ଲୋକେ ରୋଜଗାର ହରାଇଛନ୍ତି । ଛୋଟମୋଟ ବେପାର ହରାଇ ରାତି ପାହିଲେ ଅର୍ଥ ଚିନ୍ତା ମାଡିବସୁଛି । ଏଭଳି କ୍ଷେତ୍ରରେ ରାଜଧାନୀରେ ଚୋରି, ଛିନତାଇ ଘଟଣା ବୃଦ୍ଧି ପାଉଛି । କମିସନରେଟ ପୁଲିସ ଏଭଳି ଘଟଣାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନି । ଲୁଟିଆମାନେ ବେଧଡକ ଘର ଭିତରେ ପଶି ଲୁଟପାଟ କରୁଛନ୍ତି ।
ଏପରି ଜଣେ ଲୁଟିଆକୁ ଖଣ୍ଡଗିରି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଭରତପୁର ସତ୍ୟନଗର ଅଞ୍ଚଳର ପପୁ ଦାସ(୨୦) ।
ସୂଚନାଯୋଗ୍ୟଯେ, ଭରତପୁର ସତ୍ୟନଗର ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲା ତରସିଂ ଥାନା ଅଧୀନ କୁଡୁସାହିର ଆଲୋକ କୁମାର ନାୟକ ଗତ ୨୩ ତାରିଖରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘର ଭିତରୁ ମୋବାଇଲ ଫୋନ ଚୋରି କରିନେଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅନୁସନ୍ଧାନ କରିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।
