Odisha news

ଭୁବନେଶ୍ୱରରେ ଆକ୍ସନ କୋଚର ଶୁଭାରମ୍ଭ

0

ଭୁବନେଶ୍ୱର: ଉଦ୍ୟୋଗୀ କେ ସଞ୍ଜୀବ ପାତ୍ର ଓ ସୁନୀତା ମହାନ୍ତିଙ୍କ ନେତୃତ୍ୱରେ ବିଶ୍ୱର ଅଗ୍ରଣୀ ବ୍ୟବସାୟ କୋଚିଂ ସଂସ୍ଥା ଆକ୍ସନ କୋଚ୍ର ଶୁଭାରମ୍ଭ ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର, କଟକ ଓ ପୁରୀରୁ ୧୨୦ରୁ ଉଦ୍ଧ୍ୱର୍ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ । ଏହି ଅଞ୍ଚଳରେ ବ୍ୟବସାୟିକ ଦୃଶ୍ୟପଟ୍ଟରେ ସକାରତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏକ ପ୍ରତିବଦ୍ଧତା ସହ ଆକ୍ସନ କୋଚ୍ ଏହାର ଅଭିନବ କୋଚିଂ ଓ ମେଣ୍ଟରିଂ କାର୍ଯ୍ୟକ୍ରମ ମାଧ୍ୟମରେ ୫୦,୦୦୦ରୁ ଉଦ୍ଧ୍ୱର୍ ବ୍ୟବସାୟକୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନର ପ୍ରତିଯୋଗିତାମୂଳକ ବଜାରରେ ବ୍ୟବସାୟ ତଥା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ଓଡିଶାରେ ଏହି ବ୍ୟବସାୟ ସଂସ୍ଥାର ପ୍ରବେଶ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ । ଏହି ଅବସରରେ ଫ୍ରାଞ୍ଚାଇଜ୍ ଇଣ୍ଡିଆ ଗ୍ରୁପ୍ ତଥା ମାଷ୍ଟର ଲାଇସେନ୍ସ ପ୍ରାପ୍ତ ଆକ୍ସନ କୋଚ୍ ଇଣ୍ଡିଆ ଏବଂ ମଧ୍ୟ ପୂର୍ବର ଅଧ୍ୟକ୍ଷ ଗୈାରବ ମାରିୟା ବ୍ୟବସାୟ କୋଚିଂରେ ଏହି ସଂସ୍ଥାର ଉତ୍ସର୍ଗୀକୃତତା ଉପରେ ଆଲୋକପାତ କରିଥିବା ସହ ଓଡିଶାର ତିନି ଜଣ ଅଭିଜ୍ଞ ବ୍ୟବସାୟ କୋଚ୍ ମନୋଜ ଧାନୁକା, ଶିବାଶିଷ ହୋତା ଏବଂ ଉଦିତ କେଜିରୱାଲଙ୍କୁ ପରିଚିତ କରାଇ ନିଜର ଖୁସି ବ୍ୟକ୍ତ କରିଥିଲେ । କେ ସଞ୍ଜୀବ ପାତ୍ର ଓ ସିଏସ୍ ସୁନୀତା ମହାନ୍ତି ଓଡିଶାରେ ଆକ୍ସନ କୋଚ୍ର ବିଶ୍ୱସ୍ତରୀୟ ସେବା ଯୋଗାଇଦେବାର ସୁଯୋଗ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି । ଆକ୍ସନ କୋଚ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ (ଇଣ୍ଡିଆ) ସତ୍ୟମ ଗର୍ଗ ଏହି ଅଞ୍ଚଳର ବ୍ୟବସାୟିକ ସଫଳତାକୁ ସମର୍ଥନ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରିଥିଲେ । ତିନି ଦଶନ୍ଧି ଧରି ବ୍ୟବସାୟ କୋଚିଂ ଇଣ୍ଡଷ୍ଟ୍ରିର ଲିଡର ଆକ୍ସନ କୋଚ୍ ସାର୍ଟିଫାଏଡ୍ ବ୍ୟବସାୟ କୋଚ୍ ଓ ପ୍ରଫେସନାଲ ଫାର୍ମ ମାଧ୍ୟମରେ ନିଜ ଉକ୍ରର୍ଷତାକୁ ବଜାୟ ରଖିପାରିବ ବୋଲି ଆଶା କରରାଯାଉଛି ।

 

Govt
Leave A Reply