Odisha news

ମହିଳାଙ୍କୁ ଯୌନ ଉତ୍ପୀଡନ : ଆୟୁଷ ନିଦେ୍ର୍ଦଶକ ବିଭୂ ପ୍ରସାଦଙ୍କୁ ବାଧ୍ୟତାମୂଳକ ଅବସର

0

ଭୁବନେଶ୍ୱର,(ନି.ପ୍ର): ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଉତ୍ପୀଡନ ଦେବା ଅଭିଯୋଗରେ ଗିରଫ ହୋଇ ଜାମିନରେ ଆସିଥିଲେ ଆୟୁଷ ନିଦେ୍ର୍ଦଶାଳୟ ନିଦେ୍ର୍ଦଶକ ବିଭୂ ପ୍ରସାଦ ଷଡଙ୍ଗୀ । ତାଙ୍କୁ ଗୁରୁବାର ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ।  । ପୂର୍ବରୁ ତାଙ୍କୁ ଆୟୁଷ ନିଦେ୍ର୍ଦଶକ ପଦରୁ ନିଲମ୍ୱିତ କରାଯାଇଥିଲା ।

ବିଭୂ ପ୍ରସାଦ ତାଙ୍କ ଅଫିସ୍ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ ଆସିବା ପରେ ଭୁବନେଶ୍ୱର ମହିଳା ଥାନାରେ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା । ମାମଲାର ତଦନ୍ତ କରି ପୋଲିସ ଶ୍ରୀ ଷଡଙ୍ଗୀଙ୍କୁ ଗତ ୯ ତାରିଖରେ ଗିରଫ କରି ୧୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖାଯାଇଥିଲା । ଏହାପରେ ଆଜି ରାଜ୍ୟ ସରକାର ତାଙ୍କୁ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେବା ଲାଗି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରଶାସନରେ ନୈତିକତା ଓ ଶୃଙ୍ଖଳା ଉପରେ ବିଶ୍ୱାସ କରି ଆସିଛନ୍ତି । ତେଣୁ ସରକାର କୌଣସି ପ୍ରକାର ଅନୈତିକ କାର୍ଯ୍ୟକଳାପ ପ୍ରତି “ଶୂନ୍ୟ ସହନୀୟତା’ ନୀତି ଅବଲମ୍ୱନ କରି ଆସିଛନ୍ତି ।  ଏହି ନୀତି ଅନୁସାରେ ରାଜ୍ୟ ସରକାର ବିଭୂପ୍ରସାଦ ଷଡଙ୍ଗୀଙ୍କୁ ଜଣେ ମହିଳା ସହକର୍ମୀଙ୍କୁ ନିର୍ଯାତନା ଦେବା ପ୍ରମାଣ ପାଇବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ପ୍ରଥମେ ଆୟୁଷ ନିଦେ୍ର୍ଦଶାଳୟରେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାକୁ ଅସ୍ୱୀକାର କରି ବିଭୁପ୍ରସାଦ ଷଡଙ୍ଗୀ ପାଲଟା ଅଭିଯୋଗ ମଧ୍ୟ କରିଥିଲେ । ଏହାକୁ ନେଇ ଅଭିଯୁକ୍ତ ଅଧିକାରୀଙ୍କୁ କମିଶନରେଟ୍ ପୋଲିସ ହାଜର ହେବା ଲାଗି ନୋଟିସ୍ କରିଥିଲା । ହେଲେ ସେ ହାଜର ହେଉ ନ ଥିଲେ । ପରେ ଅଭିଯୁକ୍ତ ଅଧିକାରୀ ବିଭୁ ପ୍ରସାଦ ଷଡଙ୍ଗୀ ହାଜର  ହେବା ପରେ ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରି ନେଇଥିଲା ।

Nalco
Leave A Reply