Odisha news

ଦାଦା ବଟିକୁ କେନ୍ଦ୍ର କରିୁ ନିରାଶ୍ରୟାଙ୍କୁ ମାଡ : ଦୋକାନ ଜାଳିଦେବାକୁ ଧମକ

0

ଭୁବନେଶ୍ୱର: କରୋନା ମହାମାରିରେ ସମୟରେ ସାଧାରଣ ମଣିଷ କଥା ଛାଡନ୍ତୁ ନରାଶ୍ରୟଙ୍କ ଜୀବନ ଆହୁରୀ ଦୟନୀୟ । ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ଜଣେ ନିରାଶ୍ରୟା ଯିଏକି ସରକାରି ସ୍ଥାନରେ ଖଣ୍ଡେ କ୍ୟାବିନ୍ ପକାଇ ନିଜେ ବଞ୍ଚିବା ସହ ନିଜର ଛୋଟ ପିଲାଟିର ମୁହଁରେ ଦାନା ଦେବାକୁ ଅକ୍ଷମ ଥିବା ଏହି ମହିଳାଙ୍କୁ ଦୋକାନ ପାଇଁ ମାସକୁ ଦାଦା ବଟି ଆକାରରେ ଏକ ହଜାର ଟଙ୍କା ଦେବାକୁ ଧମକ ଦେବା ସହ ତାଙ୍କ ଦୋକାନକୁ ଜାଳିଦେବାକୁ ମଧ୍ୟ ଧମକ ଦେବା ଭଳି ଘଟଣା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଏ ନେଇ ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ତାଙ୍କ ଅଭିଯୋଗକୁ ରଖୁନଥିବାରୁ ମହିଳା ଜଣଙ୍କ କିଛି ମହିଳା ସମାଜସେବିଙ୍କ ସାହାର ନେବା ଭଳି ଘଟଣା ଦେଖିବାକୁ ମିଳିଛି ।

ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ନିକଟ ଏକ ଆପାଟମେଣ୍ଟ ସାମନାରେ ଦୀର୍ଘ ବର୍ଷ ହେବ ଜେନୈକା ସ୍ୱାମି ପରିତ୍ୟକ୍ତା ମହିଳା ଝିଲି ଦାସ ନିଜର ଏକ ଛୋଟ କ୍ୟାବିନ୍ ଦେଇ ସେଥିରୁ ରୋଜଗାର ହେଉଥିବା ସାମାନ୍ୟ ଅର୍ଥରେ ନିଜର କୁନି ପୁଅକୁ ଧରି ପେଟ ପୋସୁଛନ୍ତି । କିନ୍ତୁ ଗତ ବର୍ଷ ଡମଣା ଅଞ୍ଚଳର କିଛି ଯୁବକ ଉକ୍ତ ସ୍ଥାନରେ ଝିଲି ଦୋକାନ ଦେଇଥିବା ରୁ ତାଙ୍କୁ ୧ ହଜାର ଟଙ୍କା ଦେବାକୁ ଧମକ ଦେଇଥିଲେ । ସେହି ସମୟରେ ଝିଲି ଟଙ୍କା ଦେବା ପାଇଁ ଅକ୍ଷମ ହେବାରୁ ଉକ୍ତ ଯୁବକ ମାନେ ତାଙ୍କ ଦୋକାନକୁ ଜାଳି ଦେଇଥିବା ଅଭିଯୋଗ ମଧ୍ୟ ଥାନାରେ ହୋଇଥିବା ଝିଲି କହିଛନ୍ତି । ପରେ ଭୟରେ ଝିଲି ସେହି ଯୁବକ ମାନଙ୍କୁ ୧ ହଜାର କରି ଦାଦାବଟି ଦେଇ ଆସୁଥିଲେ । ହେଲେ ମହାମାରି କରୋନା ତାଙ୍କ ଜୀବିକାକୁ ସମ୍ପୂର୍ଣ୍ଣ ଧୂଳିସାତ କରିଦେଇଥିଲା ।

ଗତ ୩ ମାସ ଘରେ ଅତିକଷ୍ଟରେ ରହିବା ପରେ ଝିଲି ଗତ କିଛି ଦିନ ହେବ ପୁନର୍ବାର ନିଜ ଦୋକାନ ଖୋଲିଥିଲେ । ଏହା ଦେଖି ବଟି ଆଦାୟ କରିବା ଉଦେ୍ଦଶ୍ୟରେ ଉକ୍ତ ଯୁବକ ମାନେ ତାଙ୍କୁ ଆସି ଧମକ ଦେଇଥିଲେ । ଝିଲି ବର୍ତ୍ତମାନ ପରିସ୍ଥିତିକୁ ଦେଖି ତାଙ୍କୁ ଦାଦାବଟି ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ । ଫଳରେ ଉକ୍ତ ଯୁବକ ମାନେ ନିଶାସକ୍ତ ଅବସା୍ଥରେ ବୁଧବାର ରାତ୍ର ପ୍ରାୟ ୯ଟା ସମୟରେ ତାଙ୍କ ଦୋକାନ ନିକଟକୁ ଆସି ତାଙ୍କ ଦୋକାନର ଲାଇଟ୍ କାଟିଦେବା ସହ ତାଙ୍କୁ ଦୋକାନ ଭିତରେ ଅସଦାଚାରଣ କରିଥିଲେ । ଏପରିକି ଟଙ୍କା ନଦେଲେ ଦୋକାନ ପୁନର୍ବାର ଜାଳିଦେବାକୁ ଧମକ ଦେଇଥିଲେ । ଫଳରେ ଝିଲି ନ୍ୟାୟପାଇଁ  ଥାନାର ଦ୍ୱାରାସ୍ତ ହୋଇଥିଲେ ।

ପୋଲିସ ତାଙ୍କ ଅଭିଯୋଗ ପତ୍ରକୁ ନ ରଖିବାରୁ ଝିଲି ଗୁରୁବାର ଏକ ମହିଳା ସଂଗଠନକୁ ସାଙ୍ଗରେ ଧରି ଥାନାକୁ ଆସିଥିଲେ । ମହିଳା ସଂଗଠନର ସୋୟମ ପ୍ରଭାଙ୍କ କହିବା ମୁତାବକ ଜଣେ ନିରାଶ୍ରୟାଙ୍କୁ ପୋଲିସ ନ୍ୟାୟ ଦେବା ବଦଳରେ ଦାଦାବଟି ଆଦାୟ କରୁଥିବା ଯୁବକ ମାନଙ୍କୁ ପ୍ରୋତ୍ସାହନ ଦେବା ପୋଲିସର ଭିତିରି ସମ୍ପର୍କକୁ ପଦାରେ ପକାଇଛି । ପୋଲିସ ଯଦି ତୁରନ୍ତ ମହିଳାଙ୍କୁ ନ୍ୟାୟ ପ୍ରଦାନ ନକରେ ଶତାଧିକ ମହିଳା ଥାନାରେ ଧାରଣା ଦେବାକୁ ସେ କହିଛନ୍ତି ।

 

IEC 2 years
Leave A Reply