ରାୟଗଡା, ନୂଆପଡା, ଝାରସୁଗୁଡା ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିଙ୍କ ବିଜେପିରେ ଯୋଗଦାନ
ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ, ଉପାଧ୍ୟକ୍ଷ ଶ୍ରୀ ଶିବପ୍ରସାଦ ଗୌଡଙ୍କ ସମେତ ୧୦ ଜଣ କାଉନସିଲରଙ୍କ ବିଜେପିରେ ଯୋଗଦାନ
ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର; ଗୁଡାରୀ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ପ୍ରମୁଖ ବିଜେପିରେ ହେଲେ ସାମିଲ
ନୂଆପଡା ଜିଲ୍ଲା ଖରିଆର ଏନଏସିର ଅଧ୍ୟକ୍ଷ ଶ୍ରୀ ଉଜ୍ଜ୍ୱଳ ଗୁପ୍ତା, ଉପାଧ୍ୟକ୍ଷ ଶ୍ରୀମତୀ ଶକୁନ୍ତଳା ରାଉତଙ୍କ ସମେତ ୭ ଜଣ କାଉନସିଲରଙ୍କ ବିଜେପିରେ ଯୋଗଦାନ
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ଓ ପୂର୍ବତନ ବିଜେଡି ସଭାପତି ଶ୍ରୀ ଜୟନ୍ତ କୁମାର ଦିକ୍ଷିତ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ହେଲେ ସାମିଲ
ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଏବଂ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ଜଣାଇଲେ ସ୍ୱାଗତ
ଭୁବନେଶ୍ୱର, ତା.୧୭/୦୭: ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ, ଉପାଧ୍ୟକ୍ଷ ଶ୍ରୀ ଶିବପ୍ରସାଦ ଗୌଡଙ୍କ ସମେତ ୧୦ ଜଣ କାଉନସିଲର; ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର; ଗୁଡାରୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ଶବର; ନୂଆପଡା ଜିଲ୍ଲା ଖରିଆର ଏନଏସିର ଅଧ୍ୟକ୍ଷ ଶ୍ରୀ ଉଜ୍ଜ୍ୱଳ ଗୁପ୍ତା, ଉପାଧ୍ୟକ୍ଷ ଶ୍ରୀମତୀ ଶକୁନ୍ତଳା ରାଉତଙ୍କ ସମେତ ୭ ଜଣ କାଉନସିଲର; ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ଓ ପୂର୍ବତନ ସଭାପତି ଶ୍ରୀ ଜୟନ୍ତ କୁମାର ଦିକ୍ଷିତଙ୍କ ସମେତ ଶତାଧିକ ସଂଖ୍ୟାରେ ନେତୃବୃନ୍ଦ ଏବଂ କର୍ମୀ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ, ଉପାଧ୍ୟକ୍ଷ ଶ୍ରୀ ଶିବପ୍ରସାଦ ଗୌଡଙ୍କ ସମେତ ୧୦ ଜଣ କାଉନସିଲର ଶ୍ରୀମତୀ ଡି ପ୍ରଶାନ୍ତି, ଶ୍ରୀମତୀ ଶାନ୍ତି ବାଉରୀ, ଶ୍ରୀ ଦେବେନ୍ଦ୍ର ଶବର, ଶ୍ରୀମତୀ ସୁଲୋଚନା ପ୍ରଧାନ, ଶ୍ରୀ ପ୍ରମୋଦ କୁମାର ଦାସ, ଶ୍ରୀମତୀ ଋଶ୍ମିତା କୁମାରି ପଟ୍ଟନାୟକ, ଶ୍ରୀମତୀ ଲଳିତା ଶବର, ଶ୍ରୀମତୀ ବବି ଶବର, ଶ୍ରୀମତୀ ରଶ୍ମି ପାତ୍ର, ଶ୍ରୀମତୀ ଚେପାଲି ସରସ୍ୱତୀଙ୍କ ସମେତ ଗୁଣୁପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ବିିଭିନ୍ନ ଅନୁଷ୍ଠାନର ନେତୃମଣ୍ଡଳୀ, ବୁଦ୍ଧିଜୀବୀ, ସାମଜିକ କର୍ମୀ, ପୂର୍ବତନ ସରପଂଚ, ସମିତି ସଭ୍ୟା ପ୍ରମୁଖ ଶତାଧିକ ନେତୃମଣ୍ଡଳୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ ।
ସେହିପରି ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ସରପଂଚ ଶ୍ରୀମତୀ କମଳା ଶବର, ଶ୍ରୀମତୀ ପ୍ରଭାବତୀ ଶବର, ଶ୍ରୀମତୀ ସନ୍ତୋଷୀ ଶବର, ଶ୍ରୀ ରବି ଶବର, ଶ୍ରୀ ନୀଳକଣ୍ଠ ଶବର, ଶ୍ରୀମତୀ ଶ୍ରୀମତୀ ମନ୍ଦାଙ୍ଗୀ, ଶ୍ରୀ ଦିବାକର ଶବର, ଶ୍ରୀ କୃଷ୍ଣଚନ୍ଦ୍ର ପୁରୁଷୋତମ, ସମିତ ସଭ୍ୟ ଶ୍ରୀ ଇଶ୍ରା ଶବର, ଶ୍ରୀମତୀ ନାଗେଶ୍ୱରୀ ଶବର, ଶ୍ରୀମତୀକୁଣ୍ଡିଗ୍ନି ଅନୁ, ଶ୍ରୀମତୀ ସୁକାନ୍ତି ଶବର, ଶ୍ରୀମତୀ ସୁଜାତା ଉଲ୍କା, ଶ୍ରୀ ଜଗ୍ଦିଶ ଶବର, ଶ୍ରୀମତୀ ତ୍ରିମାଣୀ ଗୋମାଙ୍ଗ, ଶ୍ରୀମତୀ ଋାଜେଶ୍ୱରୀ ବିଦିକା, ଶ୍ରୀ ସଲମାନ ଗମାଙ୍ଗୋ, ଶ୍ରୀମତୀ ବାସନ୍ତୀ କାଳକା, ଶ୍ରୀମତୀ ମଞ୍ଜିତା ଶବର, ଶ୍ରୀମତୀ ନୀଳାବତି ଶବରଙ୍କ ସମେତ ଅନେକ ସଂଖ୍ୟାରେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ପୁର୍ବତନ ସରପଂଚ, ନାଏବ ସରପଂଚ, ସମିତି ସଭ୍ୟ ଏବଂ ସାମାଜିକ କର୍ମୀ, ଯୁବ ନେତୃତ୍ୱ ପ୍ରମୁଖ ଶତାଧିକ ନେତୃମଣ୍ଡଳୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ଗୁଡାରୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ଶବରଙ୍କ ସମେତ ସରପଂଚ ଶ୍ରୀ ବଂଶୀଧର ଶବର, ଶ୍ରୀମତୀ ବୁଟି ମାମ୍ବଲକା, ଶ୍ରୀମତୀ ସୂର୍ଯ୍ୟମଣୀ ଶବର, ଶ୍ରୀ ମାଧବ ଶବର, ସମିତି ସଭ୍ୟ ଶ୍ରୀମତୀ ନମିତା ଶବର, ଶ୍ରୀ ଅର୍ଜୁନ ଶବର, ଶ୍ରୀ ଅନ୍ଦମ, ଶ୍ରୀମତୀ ସବିତା ଶବର, ଶ୍ରୀମତୀ ରଶ୍ମିତା ଶବରଙ୍କ ସମେତ ରାମନାଗୁଡା ବ୍ଲକର ଓ୍ôାର୍ଡ ମେମ୍ବର ଶ୍ରୀ ଜଗ୍ଦିଶ୍ ମହାକୁଣ୍ଡୋ, ଅଜିତ ଶବାର, ଏନକାଟୀ ମନଡାଙ୍ଗୀ, ନାଏବ ସରପଂଚ ସମ୍ବର ପଲକା, ପ୍ରବୀର ଲାବଲା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ନୂଆପଡା ଜିଲ୍ଲା ଖରିଆର ଏନଏସିର ଅଧ୍ୟକ୍ଷ ଶ୍ରୀ ଉଜ୍ଜ୍ୱଳ ଗୁପ୍ତା, ଉପାଧ୍ୟକ୍ଷ ଶ୍ରୀମତୀ ଶକୁନ୍ତଳା ରାଉତଙ୍କ ସମେତ ୭ ଜଣ କାଉନସିଲର ଶ୍ରୀମତୀ ରେବତୀ ଶବର, ଶ୍ରୀ ସୁନୀଲ ସାହୁ, ଶ୍ରୀ ଚନ୍ଦନ ସାହୁ, ଶ୍ରୀମତୀ ଯଶୋଦା ସିନ୍ଦୁର, ଶ୍ରୀ ସମୀର ତାଣ୍ଡି, ଶ୍ରୀ ନରେନ୍ଦ୍ର ଶବର, ଶ୍ରୀମତୀ ବିନତି ହଁସ ଏବଂ ଆକାଶ ପଟ୍ଟନାୟକ, ସାଗର ଭୋଇ, ଅନିଲ ସିନ୍ଦୁର ପ୍ରମୁଖ ନେତୃବୃନ୍ଦ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ଓ ପୂର୍ବତନ ସଭାପତି ଶ୍ରୀ ଜୟନ୍ତ କୁମାର ଦିକ୍ଷିତ, ଟ୍ରକ ଆସୋସିଏସନ ସଭାପତି ଅମୀୟ ସାମଲ, ଟ୍ରକ ଆସୋସିଏସନ ପୂର୍ବତନ ସଭାପତି ସତୀଶ ସିଂହ, ବୁଦ୍ଧିଜୀବି ସୁଜିତ ମହାନ୍ତି, ପ୍ରମୋଦ ପଟେଲ, ଏନ.ଲିଙ୍ଗରାଜ ରାଉ, ସୁଦୀପ୍ତ ଆଇଣ୍ଡ, ଦୟାନିଧି ନାୟକ, ଆଇନଜୀବି ବିକ୍ରମ ସ୍ୱାଇଁ, ପ୍ରଶାନ୍ତ ରାଉତ, ବିଭିନ୍ନ ସ୍ୱୟଂ ସହାୟିକା ସଂଗଠନର ନେତୃବୃନ୍ଦଙ୍କ ସମେତ ବ୍ରଜରାଜନଗର, ଲଖନପୁର ଅଂଚଳର ଶତାଧିକ ବ୍ୟକ୍ତିବିଶେଷମାନେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ବିଜେପି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ ହୋଇପାରିଛି । ଆମେ ସମସ୍ତେ ଭାଗ୍ୟବାନ ଯେ ଏପରି ଏକ ବିରାଟ ଦଳରେ ଆମେ କାର୍ଯର୍୍ୟ କରୁଛୁ । ଦେଶର ୨୨ ରାଜ୍ୟରେ ବିଜେପି ଏବଂ ଏନ୍ଡିଏ ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଭାରତବର୍ଷରେ ଆଦୃତ ହୋଇଛି । ଅନେକ ମହାପୁରୁଷଙ୍କ ବଳିଦାନ ଓ କାର୍ଯକର୍ତାଙ୍କ ପ୍ରଚେଷ୍ଠାରୁ ଆଜି ବିଜେପିର ସଙ୍ଗଠନ ମଜଭୁତ୍ ହୋଇଛି । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା, ଗୋଟିଏ ପରେ ଗୋଟିଏ ପୂରଣ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି । ଓଡ଼ିଶା ଏବେ ୧ ନଂ. ରାଜ୍ୟ ହେବା ପାଇଁ ଆଗେଇ ଚାଲିଛି । ଏହି ରାଜ୍ୟରେ ବିକାଶର ଅନେକ ସମ୍ଭାବନା ରହିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ୧ନମ୍ବର ରାଜ୍ୟ କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସେ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ସେଥିରେ ଓଡ଼ିଶାର ସର୍ବାଧିକ ଭାଗିଦାରୀ ରହିବ । ଏହି ଯୋଗଦାନ ଦ୍ୱାରା ରାଜ୍ୟରେ ବିଜେପି ସଂଗଠନ ଆହୁରି ମଜଭୁତ ହୋଇଛି । ନୂତନ ଓ ଆମର ପୂରୁଣା କାର୍ଯ୍ୟକର୍ତାଙ୍କ ସହାୟତାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଘରେ ଘରେ ପହଂଚାଇବା ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗଦେଇ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିଜେପି ପରିବାର ଦିନକୁ ଦିନ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିଚାଲିଛି । ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ସମାଜର ଶେଷ ସୋପାନରେ ରହୁଥିବା ବ୍ୟକ୍ତି ପାଖରେ ଯେପରି ସବୁ ସୁବିଧା ପହଂଚିପାରିବ ସେନେଇ ବିଜେପି ସରକାର କାମ କରୁଛି । ନୁଆ ଓଡ଼ିଶା ଗଠନରେ ସମସ୍ତେ ଯେପରି ଗୋଟିଏ ଗୋଟିଏ ଧର୍ମପଦ ହେବ ସେନେଇ ସମସ୍ତେ ଉଦ୍ୟମ କରିବା ଦରକାର । ଏଥିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ।
ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି । ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ରାଜ୍ୟ ଉପସଭାପତି ଶ୍ରୀ ରମେଶ ସାହୁ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୀମାଂଚଳ ଖଟେଇ ଓ ଶ୍ରୀମତୀ ପୂର୍ଣ୍ଣିମା ନାୟକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, କୋରାପୁଟ ସାଂସଦ ପ୍ରାର୍ଥୀ ଶ୍ରୀ କାଳିରାମ ମାଝୀ, ରାୟଗଡା ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ, ନୂଆପଡା ଜିଲ୍ଲା ସଭାପତି ଶ୍ରୀ କମଳେଶ ଦିକ୍ଷୀତ, ଝାରସୁଗୁଡା ଜିଲ୍ଲା ସଭାପତି ଶ୍ରୀ ରଘୁନନ୍ଦନ ପଣ୍ଡା, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡ.ସୋନିଆ ଗୋଲ୍ଟି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ ।
