Odisha news

ପଲସର ୧୮୦ ଏବେ ନୂଆ ଗ୍ରାଫିକ୍ସ, ଏଲଇଡି ହେଡଲ୍ୟାମ୍ପ ଏବଂ ବ୍ଲୁଟୁଥ କନେକ୍ଟିଭିଟି ସହିତ

0

ଭୁବନେଶ୍ୱର : ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାଣ କରୁଥିବା ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀ ‘ବଜାଜ ଅଟୋ ଲିମିଟେଡ’ ଆଜି ଭାରତର ଅନ୍ୟତମ ଲୋକପ୍ରିୟ ତଥା ଅପ୍ରତିଦ୍ୱନ୍ଦ୍ୱୀ ମୋଟରସାଇକେଲ ପଲସର ୧୮୦ର ପୁନଃ ବଜାର ପ୍ରବେଶ ବିଷୟରେ ଘୋଷଣା କରିଛି । ଗ୍ରାହକଙ୍କ ବ୍ୟାପକ ଚାହିଦା ଯୋଗୁଁ ଏବେ ଏହା ନୂଆ ଗ୍ରାଫିକ୍ସ, ଏଲଇଡି ହେଡଲ୍ୟାମ୍ପ, ବ୍ଲିଙ୍କର୍ସ ଏବଂ ବ୍ଲୁଟୁଥ ସୁବିଧା ଥିବା ଡିଜିଟାଲ କନସୋଲ ସହିତ ବଜାରକୁ ଫେରିଛି । ପଲସର ବ୍ରାଣ୍ଡ ଏହାର ଦୁଇଟି ପ୍ରମୁଖ ମଡେଲ – ପଲସର ୧୫୦ ଏବଂ ପଲସର ୧୮୦ର ବଜାର ପ୍ରବେଶର ୨୫ ବର୍ଷ ପୂର୍ତିର୍ି ପାଳନ କରୁଥିବା ଅବସରରେ ଏହି ମଡେଲଟି ଏକ ଅଧିକ ଆଧୁନିକ ଏବଂ ଆକର୍ଷଣୀୟ ରୂପରେ ପ୍ରତ୍ୟାବର୍ତନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଟ ଅଟେ ।

ଏହି ଅବସରରେ ବଜାଜ ଅଟୋ ଲିମିଟେଡର ଏମ୍ସିବିୟୁ ପ୍ରେସିଡେଟ୍ ସାରଙ୍ଗ କାନାଡେ କହିଛନ୍ତି, “ପଲସର ବ୍ରାଣ୍ଡ ସର୍ବଦା ଅସମ୍ଭବକୁ ସମ୍ଭବ କରିବା ଏବଂ ଭାରତରେ ପରଫରମାନ୍ସ ମୋଟରସାଇକେଲିଂକୁ ଏକ ନୂଆ ରୂପ ଦେବା ପାଇଁ ଜଣାଶୁଣା । ଗ୍ରାହକଙ୍କ କ୍ରମବର୍ଦ୍ଧମାନ ବ୍ୟାପକ ଚାହିଦା ଏବଂ ସୋସିଆଲ ମିଡିଆରେ ମିଳିଥିବା ଅକୁଣ୍ଠ ଭଲପାଇବା ଯୋଗୁଁ ପଲସର ୧୮୦ ଏକ ନୂଆ ରୂପରେ ଫେରିଆସିଛି । ପଲସରର ୨୫ ବର୍ଷ ପୂର୍ତିି ଅବସରରେ ଏହି ଅପ୍ରତିଦ୍ୱନ୍ଦୀ ବାଇକର ପୁନର୍ବାର ବଜାର ପ୍ରବେଶ ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ନୂତନ ପିଢ଼ି ପାଇଁ ଏକ ରୋମାଂଚକର ତଥା ସହଜଲଭ୍ୟ ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ କରାହୋଇଥିବା ଏହି ବାଇକ ଅତୁଳନୀୟ କ୍ଷମତା, ନିଖୁଣତା ଓ ଆକର୍ଷଣୀୟ ଡିଜାଇନର ଏକ ଅପୂର୍ବ ସମନ୍ୱୟ ସହିତ ଆମର ‘ନିର୍ଭୀକ ଅନ୍ଦାଜ’ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି ।’

 

Govt
Leave A Reply