ପୂର୍ବତଟ ରେଳପଥ ଟ୍ରେନ୍ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଏବଂ ସମୟାନୁବର୍ତ୍ତୀତାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ତୁରନ୍ତ ପ୍ରଭାବ ସହିତ ଖୋର୍ଦ୍ଧା ରୋଡ୍ ଏବଂ ଭଦ୍ରକ ଷ୍ଟେସନରେ ତିନୋଟି ଟ୍ରେନର ଚଳାଚଳ ସମୟରେ ସଂଶୋଧନ କରିଛି।
ସଂଶୋଧିତ ସମୟସୂଚୀ ନିମ୍ନରେ ଦିଆଗଲା:
୧. ଟ୍ରେନ୍ ନମ୍ବର ୧୮୧୧୮ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ରେ:
* ବିଦ୍ୟମାନ ସମୟ: ଆଗମନ ୨୦:୫୮ ଘଣ୍ଟା / ପ୍ରସ୍ଥାନ ୨୧:୦୦ ଘଣ୍ଟା
* ସଂଶୋଧିତ ସମୟ: ଆଗମନ ୨୧:୨୦ ଘଣ୍ଟା / ପ୍ରସ୍ଥାନ ୨୧:୪୦ ଘଣ୍ଟା
୨. ଟ୍ରେନ୍ ନମ୍ବର ୧୨୨୫୩ ଏସ୍. ଏମ୍. ଭି. ଟି. ବେଙ୍ଗାଲୁରୁ-ଭାଗଲପୁର ସାପ୍ତାହିକ ଏକ୍ସପ୍ରେସ୍କୁ ଭଦ୍ରକ ଷ୍ଟେସନ୍ରେ ଏକ ନୂତନ ଷ୍ଟପେଜ୍ ପ୍ରଦାନ କରାଯାଇଛି, ଯାହା ୧୮:୧୬ ଘଣ୍ଟାରେ ଆଗମନ ଏବଂ ୧୮:୧୮ ଘଣ୍ଟାରେ ପ୍ରସ୍ଥାନ କରିବ।
୩. ଟ୍ରେନ ନମ୍ବର ୨୨୮୫୬ ତିରୁପତି-ସାନ୍ତ୍ରାଗାଛି ସାପ୍ତାହିକ ଏକ୍ସପ୍ରେସ ଭଦ୍ରକ ଷ୍ଟେସନରେ:
* ବିଦ୍ୟମାନ ସମୟ: ଆଗମନ ୧୮:୨୬ ଘଣ୍ଟା / ପ୍ରସ୍ଥାନ ୧୮:୨୮ ଘଣ୍ଟା
* ସଂଶୋଧିତ ସମୟ: ଆଗମନ ୧୮:୧୬ ଘଣ୍ଟା / ପ୍ରସ୍ଥାନ ୧୮:୧୮ ଘଣ୍ଟା
ଏହି ଟ୍ରେନଗୁଡିକର ଅନ୍ୟ ସମସ୍ତ ଷ୍ଟେସନ ଗୁଡିକରେ ଚଳାଚଳ ସମୟ ଅପରିବର୍ତ୍ତିତ ରହିବ।
ଯାତ୍ରୀମାନଙ୍କୁ ସଂଶୋଧିତ ସମୟ ଉପରେ ଧ୍ୟାନ ଦେବାକୁ ଏବଂ ସେହି ଅନୁଯାୟୀ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।