ଦିନକୁ ଦିନ ଭାରତରେ ଅପରାଧର ଚେର ଲମ୍ବି ଲମ୍ବି ଚାଲିଛି, ଅପରାଧୀ ରଚୁଛି ନିୟମିତ ଜଘନ୍ୟ କାଣ୍ଡ, ଯାହାକୁ ଶୁଣିଲେ ଲୋମ ଟାଙ୍କୁରୀ ଉଠୁଛି ଓ ଛାତି ଥରି ଉଠୁଛି, ସମାଜରେ ଆଜି ବୟସ୍କ ମହିଳାଙ୍କ ଠାରୁ ନେଇ ଛୋଟ ଝିଅର ଶୈଶବ ମଧ୍ୟ ବଳି ପଡିଯାଇଛି ଅପରାଧୀଙ୍କ ନିକଟରେ l
ସେହିଭଳି କିଛି କ୍ଷତ ଏତେ ଗଭୀର ହୋଇଥାଏ ଯେ ଘା ଶୁଖିଯାଇଥାଏ କିନ୍ତୁ ଭୟ ମନରୁ ଯାଇନଥାଏ, କିଛି ଲୋକ ଏହି କ୍ଷତକୁ ସହି ଏଭଳି ସ୍ଥିତିକୁ ଚାଲି ଯାଇଥାଆନ୍ତି ଯେ ସାମାନ୍ୟ ସ୍ଥିତିକୁ ଫେରିବା ପାଇଁ ବର୍ଷ ବର୍ଷ ଲାଗିଯାଇଥାଏ l ଠିକ ସେହିଭଳି କିଛି ଗୁଜୁରାଟ ରେ ଘଟିଯାଇଛି, ଗୋଟିଏ ଛୋଟ ଝିଅ ସହିତ ପାସବିକତା ଏମିତି ଘଟିଛି ଶରୀର ସହିତ କ୍ଷତାକ୍ତ ହୋଇଛି ଆତ୍ମା l
କୁନି ଝିଅଟି ନିକଟରୁ ପୋଲିସ ଯେତେବେଳେ ସତ୍ୟତା ଜାଣିବାରେ ଅସମର୍ଥ ହେଲା ସେତେବେଳେ ପୋଲିସ ଓ ଜଜ ନିଜ ପଦବୀରୁ ହଟି ଝିଅଟି ସହିତ ଛୋଟ ପିଲା ଭଳି ମିଶିଥିଲେ , ଏବଂ ସବୁ ସତ୍ୟତା ଧୀରେ ଧୀରେ ବାହାରକୁ ଆସିଥିଲା l
ଘଟଣାଟି ଗୁଜୁରାଟ ରାଜକୋଟ ର, ରାଜକୋଟ ଜିଲ୍ଲାର ଆଟାକଟ ରେ ଗୋଟିଏ ୭ବର୍ଷ ର କୁନିଝିଅ କୁ ପ୍ରଥମେ ଅପହରଣ କରାଗଲା ଓ ପରେ ତାକୁ ଲୁହା ରଡ଼ ରେ ପିତାଗଲା, ଏହାପରେ ତା ସହିତ ଦୁଷ୍କର୍ମ କରାଯାଇ ଥିଲା, ଶରୀରରେ ଏତେ କ୍ଷତ ଥିଲା ଯେ ଝିଅଟି ମାନସିକ ଆଘାତ ପାଇଥିଲା, ମାନସିକ ଆଘାତ କାରଣରୁ ଝିଅଟି ପୋଲିସ, ଡାକ୍ତର କିମ୍ବା ଓକିଲ ଯାହାକୁ ମଧ୍ୟ ଦେଖୁଥିଲା ଭୟଭୀତ ହୋଇଯାଉଥିଲା l ଏହାପରେ ସତ୍ୟତା ଜାଣିବା ପାଇଁ ପୋଲିସ ଓ ନ୍ୟାୟପାଳିକା କିଛି ନୂଆ ଉପାୟ ବାହାର କଲେ l
କୁନିଝିଅଟି ର ଅବସ୍ଥାକୁ ଦେଖି ରାଜକୋଟ ଗ୍ରାମୀଣ ପୋଲିସ ର ଏଏସପି ସିମ୍ରନ ଭରଦ୍ୱାଜ ନିଜ ପୋଲିସ ପୋଷାକ କୁ କିଛିଦିନ ପାଇଁ କାଢି ରଖିଦେଲେ ଏବଂ ସାଧା ପୋଷାକ ପିନ୍ଧିଥିଲେ , ଝିଅଟି ପାଇଁ ଖେଳନା, ଚକୋଲେଟ କିଣିଥିଲେ, ଏବଂ କୁନିଝିଅ ସହିତ ଛୋଟପିଲା ହୋଇ ମିଶିଥିଲେ, ଏହାପରେ ଧୀରେ ଧୀରେ ଝିଅଟି ପାଟି ଖୋଲିବା ଆରମ୍ଭ କଲା, ଏବଂ ମଝିରେ ମଝିରେ କାନ୍ଦି କାନ୍ଦି ତା ସହିତ ଘଟିଥିବା ଘଟଣା ବିଷୟରେ କିଛି କହୁଥିଲା l
ଏହାପରେ କୁନି ଝିଅକୁ ବିଶ୍ୱାସ ଦିଆଗଲା ଯେ ତାକୁ ଗୋଟିଏ ସ୍କୁଲ ରେ ଆଡ଼ମିସନ ଦିଆଯିବ ଓ ସେ ସାଙ୍ଗ ମାନଙ୍କ ସହିତ ଖେଳିବ ପାଠ ପଢିବ, ପୋଲିସ ଝିଅଟି ପାଇଁ ଗୋଟିଏ ସ୍କୁଲ ବ୍ୟାଗ, ସ୍କୁଲ ଡ୍ରେସ ଏବଂ କିଛି ବହି ମଗାଇଲା ଓ କହିଲା ଯେ ସ୍କୁଲ ରେ ଆଡ଼ମିସନ ପାଇଁ ପ୍ରିନ୍ସିପାଲ ତାର ଇଣ୍ଟରଭିୟୁ ନେବେ, ସ୍କୁଲ ଯିବାପାଇଁ ଝିଅ ଟି ନିଜ ହେୟାର ଷ୍ଟାଇଲ ବଦଳାଇଲା, ଏହାପରେ ନ୍ୟାୟିକ ମାଜିଷ୍ଟ୍ରତ ସ୍କୁଲ ର ପ୍ରିନ୍ସିପାଲ ହୋଇ ଆସିଲେ ଏବଂ ଛୁଆଟି ସହିତ ୬ ଘଣ୍ଟା ପର୍ଯ୍ୟନ୍ତ ରହିଲେ, ଖେଳିଲେ , ଚକୋଲେଟ ବାଣ୍ଟିଲେ, ଯେତେବେଳେ ତାକୁ ଭୋକ ଲାଗିଲା ତାକୁ ଗୁପ୍ଚୁପ ଖାଇବାକୁ ଦେଲେ, ଏହି ସମୟରେ ସମସ୍ତ ଯାଞ୍ଚ ପ୍ରକ୍ରିୟା କୁ ଅଟକାଇ ଦିଆଗଲା l
ଗିରଫ ହୋଇଥିବା ଆରୋପି କୁ ଦେଖି ଝିଅଟି ଭୟଭୀତ ହୋଇ ନଯାଉ ସେଥିପାଇଁ ଆରୋପି ସମେତ ସମସ୍ତଙ୍କ ହାତରେ ଖେଳନା ଦିଆଗଲା ଏବଂ ଝିଅଟି ତାକୁ ଶେଷରେ ଖେଳନା ଵାଲା ଭାବରେ ଜାଣିପାରିଲା l ଝିଅଟି କାଳେ ଭୟଭୀତ ହୋଇଯିବ ସେଥିପାଇଁ ଗୋଟିଏ ମକ କୋର୍ଟ ମଧ୍ୟ ତିଆରି କରାଗଲା, ସେହି ସ୍ଥାନରୁ ପୋଲିସ ପୋଷାକ ନଥିଲା କିମ୍ବା ଓକିଲ ମାଜିଷ୍ଟ୍ରେଟ କଳା କୋଟ ନଥିଲା, ଝିଅଟିକୁ ନ୍ୟାୟାଧୀଶ ଙ୍କ କକ୍ଷକୁ ନିଆଗଲା, ଏବଂ ସମସ୍ତ ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ରାମସିଂହ ଧୁଡ଼ବା ର FIR ଦର୍ଜ ହେବାର ମାତ୍ର ୪୧ ଦିନ ମଧ୍ୟରେ ଫାଶୀ ଦଣ୍ଡର ଶୁଣାଣି ହେଲା, ନ୍ୟାୟପାଳିକା ଓ ପୋଲିସ ଙ୍କର ଏହି କାର୍ଯ୍ୟ ସବୁଦିନ ପାଇଁ ମନେରହିବ l