Odisha news

ଗ୍ରୀନଲ୍ୟାଣ୍ଡ କୁ ନେଇ ଆମେରିକା -ଇଉରୋପ ମୁହାଁମୁହିଁ

0

ମାତ୍ର ୫୬ ହଜାର ଜନସଂଖ୍ୟା ଓ ବରଫ ଆଚ୍ଛାଦିତ ଦେଶ ଗ୍ରୀନଲ୍ୟାଣ୍ଡ ଆଜି ୨ଟି ମହାଶକ୍ତି ସମ୍ପର୍ଣ ଙ୍କ ମଧ୍ୟରେ ଯୁଦ୍ଧର କାରଣ ହେବାକୁ ଯାଉଛି, ଆମେରିକା ନେସନାଲ ସିକ୍ୟୁରିଟି ର ବାହାନା ଦେଖାଇ ଯେ କୌଣସି ଉପାୟରେ ଗ୍ରୀନଲ୍ୟାଣ୍ଡ କୁ ହାତେଇବାକୁ ଚାହୁଁଚି, ଅନ୍ୟ ପକ୍ଷରେ ଇଉରୋପ ୟୁନିଅନ ପାଇଁ ସଂପ୍ରଭୁତା ର ଲଢେଇ, ବର୍ତମାନ ଗ୍ରୀନଲ୍ୟାଣ୍ଡ ଯୁଦ୍ଧ ଟ୍ରେଡ଼ ୱାର ରେ ପରିଣତ ହେବାକୁ ଯାଉଛି, ଏବଂ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ପାଇଁ ଟାରିଫ ହଣ୍ଟର ଲଗାଇ ୧୦ ପ୍ରତିଶତ ଲଗାଇଛନ୍ତି ୟୁରୋପୀୟ ଦେଶ ଉପରେ , ଯାହା ୨୦୨୬ ଫେବୃଆରୀ ରୁ ଲଗାଯିବ, ଏବଂ ଧମକ ମିଳିଛି ଯେ ଯଦି ଇଉରୋପୀୟ ଦେଶ ମାନିବେ ନାହିଁ ତେବେ ଏହା ୨୫ ପ୍ରତିଶତ କୁ ବୃଧିହେବ l

ଆମେରିକା କୁ ବିରୋଧ କରୁଥିବା ୮ ଦେଶ ଡେ଼ନମାର୍କ , ନରୱେ, ସ୍ୱିଡ଼େନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେଦରଲ୍ୟାଣ୍ଡ ଓ ଫିନଲ୍ୟାଣ୍ଡ ଆମେରିକାକୁ ଜବାବ ଦେବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି, ବୃସେଲସରେ ଇଉରୋପୀୟ ଦେଶ ମାନଙ୍କର ଗୋଟିଏ ଏମର୍ଜେନ୍ସି ମିଟିଂ ହୋଇଥିଲା, ଯେଉଁଥିରେ ଏଭଳି କିଛି ନିଷ୍ପତି ନିଆଯାଇଛି ଯାହାକି ଇଉରୋପୀୟ ଦେଶ ମାନଙ୍କ ସହିତ ଆମେରିକାର ତିକ୍ତତା ଆହୁରି ଅଧିକ ବଢି ଯାଇଛି, ଇଉରୋପୀୟ ୟୁନିଅନ ଆମେରିକା ବିରୁଦ୍ଧରେ ୯୩ ଆରବ ୟୁରୋ ଟାରିଫ ଲଗାଇବାର ନିଷ୍ପତି କରିଛନ୍ତି, ଯଦି ଆମେରିକା ନମାନିଲା ତେବେ ସବୁଠାରୁ ବଡ଼ ହତିଆର ଟ୍ରେଡ଼ ବାଯୁକା ର ବ୍ୟବହାର କରିବ ଇୟୁରୋପିୟ ୟୁନିଅନ l

ଯଦି ଇଉରୋପ ଆମେରିକା ଉପରେ ଜବାବ ରେ ଟାରିଫ ଲଗାଇବ ତେବେ ଟ୍ରମ୍ପ ଙ୍କ ଅସୁବିଧା ବଢ଼ିଯିବ, ଆମେରିକୀୟ କମ୍ପାନୀ ଗୁଡିକ ପାଇଁ ଇୟୁରୋପିୟ ବଜାର ସ୍ଥିତି ଦୁର୍ବଳ ହୋଇଯିବ, ଅର୍ଥାତ ଆମେରିକା କମ୍ପାନୀ ଗୁଡିକ ପାଇଁ ଇଉରୋପ ର ବିଶାଳ ବଜାର ବନ୍ଦ ହୋଇଯାଇପାରେ, ଏହା ବ୍ୟତୀତ ଆମେରିକା ରୁ ସପ୍ଲାଏ ହେଉଥିବା କଞ୍ଚାମାଲ ମଧ୍ୟ ଅଟକାଯିବ l ଏହାଦ୍ୱାରା ଆମେରିକୀୟ କମ୍ପାନୀ ଗୁଡିକର ପ୍ରଡକ୍ସନ ବାଧିତ ହେବ l

Leave A Reply