Odisha news

ଅଟଳଜୀଙ୍କ ପ୍ରେରଣାକୁ ପାଥେୟ କରି ଓଡ଼ିଶାକୁ ଶ୍ରେଷ୍ଠ ଓ ସମୃଦ୍ଧଶୀଳ ରାଜ୍ୟ ଭାବେ ଗଢ଼ି ତୋଳିବା: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

0

 ଅଟଳ ବିହାରୀ ବାଜପେୟୀ ଥିଲେ ନୂଆ ଭାରତ ବର୍ଷର ନିର୍ମାତା: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ
 ସବୁ ଭାରତୀୟଙ୍କ ପାଇଁ ସର୍ବଦା ଆଦର୍ଶ ପୁରୁଷ ଓ ପ୍ରେରଣାର ଉତ୍ସ ହୋଇରହିବେ ଅଟଳ ବିହାରୀ ବାଜପେୟୀ
 କୁଞ୍ଜବିହାରୀ ପାଣିଗ୍ରାହୀଙ୍କୁ ଅଟଳ ସମ୍ମାନ ୨୦୨୫ ପ୍ରଦାନ କରାଗଲା
 ଡ. ଭାଗ୍ୟ ଲିପି ମଲ୍ଲଙ୍କୁ ଅଟଳ ସଂସ୍କୃତି ସମ୍ମାନ, ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଅଟଳ କବିତା ସମ୍ମାନ, ସାମାଜିକ ଅନୁଷ୍ଠାନ ଉତ୍ସର୍ଗକୁ ଅଟଳ ସେବା ସମ୍ମାନ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସଙ୍କୁ ଅଟଳ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା

ଭୁବନେଶ୍ୱର ତା.୨୫/୧୨: ଭାରତ ବିଶ୍ୱଗୁରୁ ହେବ ବୋଲି ସ୍ୱାମୀ ବିବେକାନନ୍ଦ ଦିନେ କହିଥିଲେ। ବାସ୍ତବରେ ଏହାର ମୂଳଦୁଆ ପକାଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀଜୀ। ଏହାକୁ ବାସ୍ତବତାରେ ପରିଣତ କରିବାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ପଣ କରିଛନ୍ତି। ନିରନ୍ତର ପ୍ରୟାସ ଫଳରେ ଆମେ ଏହି ସ୍ୱପ୍ନକୁ ବାସ୍ତବତାର ରୂପ ଦେଇପାରିବା ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତଃ ବାଜପେୟୀଙ୍କ ୧୦୧ ତମ ଜନ୍ମ ଦିବସ ତଥା ଜନ୍ମ ଶତବାର୍ଷିକ ପାଳନ ଅବସରରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଏହି ଅବସରରେ ଆୟୋଜିତ “୧୦ମ ଅଟଳ ସମ୍ମାନ-୨୦୨୫” କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରତିକୁଳ ପରିସ୍ଥିତିରେ ଅସାଧାରଣ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିଥିଲେ ଅଟଳଜୀ। ସେ ବିକାଶର ଅଭିଳାଷକୁ ବୁଣି ଭାରତବର୍ଷକୁ ସଡ଼କ ପଥରେ ଏକାକାର କରିବାର ଯୁଗପୁରୁଷ ଥିଲେ। ସ୍ୱାଧୀନ ଭାରତବର୍ଷର ସୁଶାସନର ପ୍ରବର୍ତକ, ସାରସ୍ୱତ ସାଧକ, ପାଂଚ ଦଶନ୍ଧିର ସାଂସଦ, ଯୁଗାନ୍ତକାରୀ, ମହାମାନବ, ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳଜୀ ସବୁ ଭାରତୀୟଙ୍କ ପାଇଁ ସର୍ବଦା ଆଦର୍ଶ ପୁରୁଷ ଓ ପ୍ରେରଣାର ଉତ୍ସ ହୋଇରହିବେ।
କ୍ଷମତାରେ ରହିବା ପାଇଁ କେବେ ନୈତିକତା ଓ ଆଦର୍ଶ ସହ ସାଲିସ କରି ନ ଥିବା ଅଟଳଜୀ କୃଷକମାନଙ୍କ ଦୁଃଖକୁ ଭଲଭାବେ ହୃଦୟଙ୍ଗମ କରିପାରିଥିଲେ। ସେ କୃଷକମାନଙ୍କ ପାଇଁ କିଶାନ କ୍ରେଡିଟ୍ କାର୍ଡ ଓ ଫସଲବୀମା ଯୋଜନା ଆରମ୍ଭ କରିଥିଲେ। ସେ କେବେ କାହାର ଚାପରେ ଆସୁ ନ ଥିଲେ। ପରମାଣୁ ପରୀକ୍ଷଣ କରିବାଠାରୁ କାର୍‌ଗିଲ୍ ଯୁଦ୍ଧ ପର୍ଯ୍ୟନ୍ତ ସବୁଥିରେ ସଫଳ ହୋଇଥିଲେ। ସ୍ୱର୍ଗତଃ ଅଟଳଜୀଙ୍କ ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହୋଇଛି। ସେଥିପାଇଁ ପ୍ରତି ବର୍ଷ ଡିସେମ୍ବର ୨୫ ତାରିଖକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି। ବିକଶିତ ଭାରତ ଗଢିବା ପାଇଁ ଅଟଳଜୀ ଯେଉଁ ପ୍ରୟାସ କରିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ତାହାକୁ ପୂରଣ କରି ଚାଲିଛନ୍ତି।
ରାଷ୍ଟ୍ରୀୟ ବିଚାର, ଆଦର୍ଶ ଓ ଚିନ୍ତାଧାରାକୁ ଆଧାର କରି ଜନସଂଘ ପରେ ୧୯୮୦ ମସିହାରେ ପ୍ରତିଷ୍ଠାତା ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ସ୍ୱର୍ଗତ ଅଟଳଜୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଆଉ ପଛକୁ ଫେରି ଚାହିଁନାହିଁ। ଅନେକ ଘାତ ଓ ପ୍ରତିଘାତକୁ ସାମ୍ନା କରି ଭାରତୀୟ ଜନତା ପାର୍ଟି ସମ ଚିନ୍ତାଧାରା ଥିବା ଅନ୍ୟ ରାଜନୈତିକ ଦଳକୁ ସାଥିରେ ନେଇ ଦେଶ ସମେତ ଆଜି ଦେଶର ୨୧ଟି ରାଜ୍ୟରେ ଶାସନ ଦାୟିତ୍ୱରେ ରହିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି। ଅଟଳଜୀଙ୍କ ପ୍ରେରଣାକୁ ପାଥେୟ କରି ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦିଗଦର୍ଶନରେ ଓଡିଶାକୁ ଭାରତବର୍ଷର ଶ୍ରେଷ୍ଠ ଓ ସମୃଦ୍ଧଶୀଳ ରାଜ୍ୟ ଭାବେ ଗଢି ତୋଳିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାଧାରାରେ ଥିଲେ ଦୁରଦଷ୍ଟା, ରାଷ୍ଟନୀତିଜ୍ଞ, ରାଜନୀତିଜ୍ଞ, କବି, ଦାର୍ଶନିକ, ସମାଜସେବୀ ଓ ଦେଶଭକ୍ତ। ରାଷ୍ଟ୍ରୀୟ ଚିନ୍ତାଧାରାରେ ନିଜ ଜୀବନ ଯୌବନକୁ ସମର୍ପଣ କରି ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ସ୍ୱଗର୍ତଃ ଅଟଳଜୀ ଆଗାମୀ ୧୦୦ ବର୍ଷ ପାଇଁ ଦେଶର ବିକାଶର ନକ୍ସା ତିଆରି କରିଥିଲେ। ନୂଆଭାରତ ବର୍ଷ ଗଠନରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ତାଙ୍କୁ ନୂଆଭାରତ ବର୍ଷର ନିର୍ମାତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ନେଇ ତାଙ୍କ ଜନ୍ମଦିବସକୁ ସାରା ଭାରତରେ ସୁଶାସନ ଦିବସ ଭାବେ ପାଳନ କରାଯାଉଛି। ସେ ଯେତେବେଳେ କ୍ଷମତାକୁ ଆସିଲେ, ସେତେବେଳେ ଭାରତ ୧୪ ଲକ୍ଷ କୋଟି ଟଙ୍କା ଋଣରେ ବୁଡ଼ିଥିôଲା। ଏହାସତ୍ୱେ ଭାରତ ବର୍ଷ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା କରି ଦେଶର ଅର୍ଥନୀତିକୁ ୧୯ରୁ ୧୧ ନମ୍ବର ସ୍ଥାନରେ ପହଂଚାଇ ପାରିଥିଲେ। ପ୍ରତିକୂଳ ପରସ୍ଥିତି ସତ୍ୱେ ପରମାଣୁ ପରୀକ୍ଷଣ କରି ବିଶ୍ୱବିଜୟୀ ଅଭିଯାନରେ ଭାରତକୁ ସାମିଲ କରିଥିଲେ। ଓଡ଼ିଶା ପ୍ରତି ତାଙ୍କ ଅବଦାନକୁ କେବେ ଭୁଲି ହେବନାହିଁ। ଦିଲ୍ଲୀପରେ ଓଡ଼ିଶାରେ ଏମ୍ସ ହସ୍ପିଟାଲ ଖୋଲିବା ପାଇଁ ସେ ସ୍ୱପ୍ନ ଦେଖିଥିଲେ। ତାଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଅନେକ ଗରିବ ଲୋକ ଉନ୍ନତମାନର ସ୍ୱାସ୍ଥ୍ୟ ସେବାପାଇ ପାରୁଛନ୍ତି। ୩୩ ହଜାର କୋଟି ଟଙ୍କାରେ ତୈଳ ବିଶୋଧନାଗାର ତିଆରି କରିବା ପାଇଁ ତାଙ୍କର ଯେଉଁ ସ୍ୱପ୍ନ ଥିଲା, ତାହା ଆଜି ପୂରଣ ହୋଇଛି। ୧୯୯୯ ମହାବାତ୍ୟା ପରେ ଓଡ଼ିଶାର ପୁନନିର୍ମାଣ ପାଇଁ ଅର୍ଥର ଅଭାବ ରହିଲା ନାହିଁ। …

Leave A Reply