ଯଦି ଆପଣ ନିବେଶ କରିବାର ପ୍ଲାନ କରୁଛନ୍ତି ଏବଂ ଚାହୁଁଛନ୍ତି ଯେ ଆପଣଙ୍କ ନିବେଶ ସୁରକ୍ଷିତ ରହିବା ସହିତ ରିଟର୍ନ ମଧ୍ୟ ଭଲ ମିଳୁ ତେବେ ପୋଷ୍ଟ ଅଫିସ ର ସେଭିଙ୍ଗସ ସ୍କିମ ସବୁଠୁ ବେଷ୍ଟ l ଏଥିରେ କରାଯାଇଥିବା ନିବେଶ ରେ ସୁରକ୍ଷା ର ଗ୍ୟାରେଣ୍ଟି ନିଜେ ସରକାର ଦେଇଥାଆନ୍ତି l ଅର୍ଥାତ ରିସ୍କ ଫ୍ରି ଇନଭେଷ୍ଟମେଣ୍ଟ l ଆଜି ଆମେ ଜାଣିବା ସେହିଭଳି ଗୋଟିଏ ସରକାରୀ ସ୍କିମ ବିଷୟରେ , ଯେଉଁଥିରେ ଆପଣ ନିବେଶ କରି ୨ଲକ୍ଷ ପର୍ଯ୍ୟନ୍ତ ଇନ୍ଟରେଷ୍ଟ ପାଇପାରିବେ l ଏହି ଯୋଜନା ରହିଛି ଇଣ୍ଡିଆନ ପୋଷ୍ଟାଲ ରେ, ଏବଂ ଏହି ସ୍କିମ ର ନାମ ହେଉଛି ପୋଷ୍ଟ ଅଫିସ ଟାଇମ ଡିପୋଜିଟ ସ୍କିମ l
ପୋଷ୍ଟ ଅଫିସ ଟାଇମ ଡିପୋଜିଟ ସ୍କିମ ଅନୁସାରେ ନିବେଶକ ନିଜ ସୁବିଧା ଅନୁସାରେ ୧ବର୍ଷ , ୨ବର୍ଷ କିମ୍ବା ଏହାଠାରୁ ଅଧିକ ବର୍ଷ ନିବେଶ କରିପାରିବେ l ଅଲଗା ଅଲଗା ଟେନିଅର ପାଇଁ ଖୋଲା ଯାଇଥିବା ଆକାଉଣ୍ଟ ରେ ସରକାର ଙ୍କ ପକ୍ଷରୁ ଅଲଗା ଅଲଗା ସୁଧ ଦିଆଯିବ l ଯେପରିକି ୧ବର୍ଷ ପାଇଁ ୬ .୯ % , ୨ବର୍ଷ ପାଇଁ ୭ ପ୍ରତିଶତ, ୩ବର୍ଷ ପାଇଁ ୭ .୧ ପ୍ରତିଶତ, ଏବଂ ୫ବର୍ଷ ପାଇଁ ୭ .୫ ପ୍ରତିଶତ l
ଯଦି ଆପଣ ଗୋଟିଏ ଥରରେ ନିଜ ଖାତାରେ ୪.୫ ଲକ୍ଷ ନିବେଶ କରିବେ ୫ବର୍ଷ ପାଇଁ ତେବେ ଏହାର ସୁଧ ୭.୫ ପ୍ରତିଶତକୁ ମିଶାଇ ଆପଣଙ୍କୁ ସମୁଦାୟ ମିଳିବ ୬ଲକ୍ଷ ୫୨ ହଜାର l ନିବେଶକ ଙ୍କୁ ଏହାର ସମସ୍ତ ତଥ୍ୟ ପ୍ରତ୍ୟେକ ମାସରେ ଖାତାରେ ଚଢାଯାଇ ମିଳିଯିବ l ପୋଷ୍ଟ ଅଫିସ ର ଟାଇମ ଡିପୋଜିଟ ସ୍କିମ ରେ ଆପଣ ସୁଧ ପାଇବା ସହିତ ଟ୍ୟାକ୍ସ ରୁ ମଧ୍ୟ ଛୁଟକାରା ପାଇବେ l
ଏହାଛଡା ପୋଷ୍ଟ ଅଫିସ ଦ୍ୱାରା ସଞ୍ଚାଳିତ ସେଭିଙ୍ଗସ ସ୍କିମରେ ନିବେଶ କରିବାର ସୁରକ୍ଷା ଗ୍ୟାରେଣ୍ଟି ନିଜେ ସରକାର ନେଇଥାଆନ୍ତି, ଏବଂ ସେହି ଆଧାରରେ ସରକାର ମଧ୍ୟ ୩ମାସ କୁ ଥରେ ଏହାର ସୁଧହାର ରେ ସୁଧାର ଆଣନ୍ତି l ଏବଂ ଫାଇନାନ୍ସ ମିନିଷ୍ଟର ଙ୍କ ଦ୍ୱାରା ଅନୁଧ୍ୟାନ କରାଯାଇଥାଏ l
