Odisha news

ଆଜି ହେଉଛି ମଙ୍ଗଳବାର ଓ ପବିତ୍ର ଧନୁ ସଂକ୍ରାନ୍ତି : ଆଜିର ଦିନରେ ଅଶୋକା ପତ୍ରରେ ରାମ ନାମ ଲେଖି ହନୁମାନ ଙ୍କୁ କରନ୍ତୁ ଅର୍ପଣ

0
ପୌଷ ମାସର ସଂକ୍ରାନ୍ତି କୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ, ଆଜିର ଦିନରେ ସୂର୍ଯ୍ୟ ଦେବ ବିଛାରାଶି ରୁ ଧନୁ ରାଶିରେ ପ୍ରବେଶ କରି ଥାଆନ୍ତି, ତେଣୁ ଏହି ସଂକ୍ରାନ୍ତି କୁ ଧନୁ ସଂକ୍ରାନ୍ତି ବୋଲି କୁହାଯାଇଥାଏ l ସୂର୍ଯ୍ୟଦେବ ଙ୍କ ରାଶି ପରିବର୍ତ୍ତନ କୁ ସଂକ୍ରାନ୍ତି ବୋଲି କୁହାଯାଇ ଥାଏ, ଆଜିର ସଂକ୍ରାନ୍ତି ଟି ମଙ୍ଗଳବାର ରେ ପଡୁଥିବାରୁ ଏହାକୁ ମଙ୍ଗଳ ସଂକ୍ରାନ୍ତି ମଧ୍ୟ କୁହାଯାଇ ଥାଏ l

ବିଶେଷ ଭାବରେ ମଙ୍ଗଳବାର ସଂକ୍ରାନ୍ତି ର ବିଶେଷ ମହତ୍ୱ ରହିଛି, ତେଣୁ ମହାବଳି ହନୁମାନ ଙ୍କୁ ଆଜିର ଦିନରେ ପୂଜା କରିବା ଦ୍ୱାରା ଜୀବନ ର ସମସ୍ତ ସଙ୍କଟ ଦୂର ହୋଇଥାଏ l

* ପ୍ରାତଃ ସମୟରେ ହନୁମାନ ମନ୍ଦିର ରେ ଅଶୋକା ପତ୍ର ର ମାଳ ଅର୍ପଣ କରିବା ଦ୍ୱାରା ଜୀବନ ରୁ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ l ଶାସ୍ତ୍ର ଅନୁସାରେ ଅଶୋକା ପତ୍ର ମହାବୀର ହନୁମାନ ଙ୍କର ଖୁବ ପ୍ରିୟ ଅଟେ, ଯଦି ଆପଣ ଏହି ପତ୍ର ରେ ରାମ ଙ୍କ ନାମ ଲେଖି ଦେଇ ଅର୍ପଣ କରିବେ ହନୁମାନ ମନ୍ଦିର ରେ ତେବେ ଜୀବନ ସୁଖମୟ ହୋଇଥାଏ l
– ହନୁମାନ ଙ୍କ ନିକଟରେ ଆଜିର ଦିନରେ ସୁନ୍ଦରକାଣ୍ଡ ପାଠ କରିବା ଶୁଭ ହୋଇଥାଏ l
– ଯଦି ଆପଣ ମଙ୍ଗଳ ସଂକ୍ରାନ୍ତି ରେ ହନୁମାନ ଙ୍କ ନିକଟରେ ମୁଆଁ ଭୋଗ କରି ଏହାକୁ ଗାଈ କୁ ଖୁଆଉଛନ୍ତି ତେବେ ଗୋମାତା ଙ୍କ କୃପା ପ୍ରାପ୍ତି ହୁଏ l
– ମଙ୍ଗଳ ସଂକ୍ରାନ୍ତି ରେ ଗୋମାତା ଙ୍କୁ ମଧ୍ୟ ପୂଜା କରିବା ଶୁଭ ହୋଇଥାଏ l
– ଯଦି ଆମେ ମଙ୍ଗଳ ସଂକ୍ରାନ୍ତି ରେ ହନୁମାନ ଙ୍କୁ ଅଶୋକପତ୍ର ରେ ରାମ ନାମ ଲେଖି ଅର୍ପଣ କରିବା ତେବେ ଶତ୍ରୁ ନାଶ ହେବ, ଯଶ ବୃଦ୍ଧି ହେବ, ସୁଖ ସମୃଦ୍ଧି ବୃଦ୍ଧି ହେବ l

* ଧନୁ ସଂକ୍ରାନ୍ତି ଦିନ ପିତୃ ପୁରୁଷ ଙ୍କ ଆତ୍ମାର ଶାନ୍ତି ପାଇଁ ବ୍ରାହ୍ମଣ ଙ୍କୁ ଭୋଜନ ଦେବା ଜରୁରୀ ହୋଇଥାଏ l ଏହାଛଡା ଆଜି ମଧ୍ୟ ଆପଣ ନାରାୟଣ ସେବା କରିପାରିବେ, ଯାହା ଜୀବନ କୁ ସୁଖମୟ କରିବ l

* ସୂର୍ଯ୍ୟ ଦେବ ଙ୍କ ନିକଟରେ ଅର୍ଘ୍ୟ ଦେଇ ସାରିବା ପରେ ଧନୁ ମୁଆଁ ମଧ୍ୟ ପ୍ରସାଦ ରେ ଅର୍ପଣ କରିବେ, ଏପରି କଲେ ସୂର୍ଯ୍ୟ ନାରାୟଣ ଙ୍କ କୃପା ପ୍ରାପ୍ତି କରିବେ l ଏବଂ ସୂର୍ଯ୍ୟ ନାରାୟଣ ଙ୍କ କୃପାରୁ ରୋଗ  ପୀଡିତ ରୁ ନିବୃତ ହେବେ l

* ଧନୁ ସଂକ୍ରାନ୍ତି ରେ ଗୋଟିଏ ଜଳ ପୁର୍ଣ କଳସ ରେ ଅକ୍ଷତ , ହଳଦୀ, ସିନ୍ଦୁର, ଚନ୍ଦନ, ଅଂଗୂର , ଗୋଟିଏ ତୁଳସୀ ପତ୍ର ଓ ଦୁବ ସହିତ  ନାଲି ପୁଷ୍ପ ରଖି ସୂର୍ଯ୍ୟ ଙ୍କୁ ଅର୍ପଣ କରନ୍ତୁ , ପରେ ଏହି ଜଳକୁ ଘରର ଚାରିଆଡେ ଛିଞ୍ଚି ଦିଅନ୍ତୁ ଏପରି କଲେ ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ, ଏବଂ ଘର ର ରୋଗୀ ବ୍ୟକ୍ତଙ୍କ ଉପରେ ଛିଂଚି ବା ଦ୍ୱାରା ରୋଗ ଦୂର ହୋଇଥାଏ l

Leave A Reply