ଭୁବନେଶ୍ୱର : ଏକ ସପ୍ତାହରୁ ଊଦ୍ଧ୍ୱର୍ ଦିନ ଧରି ତୃପ୍ତି-ପ୍ରକୃତି-ବାବୁସାନକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ରବିବାର ବାବୁସାନ୍ଙ୍କ ମା’ ଅପରାଜିତା ମହାନ୍ତି ପୁଣି ଥରେ ମୁହଁ ଖୋଲିଛନ୍ତି । ସେ ଏକ ଭିଡିଓ ଜାରି କରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିବେଦନ କରି କହିଛନ୍ତି ଯେ, ‘ଆମକୁ ଏକା ଛାଡି ଦିଅନ୍ତୁ’ ।
ଏକ ଭିଡିଓ ଜାରି କରି ଅପରାଜିତା ହାତଯୋଡି ଅନୁରୋଧ କରି କହିଛନ୍ତି, ଆପଣମାନେ ଆମ ପରିବାରକୁ ଯେଉଁଭଳି ସାହାଯ୍ୟ କରିଛନ୍ତି, ସେଥିଲାଗି ଧନ୍ୟବାଦ ଦେଉଛି । ସ୍ୱାମୀ ତଥା ଅଭିନେତା ଉତ୍ତମ ମହାନ୍ତି ଏବଂ ମୋ ବଡ ଭିଣୋଇଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ । ଆମ୍ୱୁଲାନ୍ସ ଆସିଲେ ଭିଡ ହୋଇପାରେ । ଯେକୌଣସି ମୁହୂର୍ତ୍ତରେ ଆମ୍ୱୁଲାନ୍ସ ଆମ ଘରକୁ ଆସିପାରେ । ମିଡିଆ ବନ୍ଧୁମାନଙ୍କ ଗହଳି ଯୋଗୁଁ ଲାକଙ୍କ ଯିବା ଆସିବାରେ ଅସୁବିଧା ହେଉଛି । ପଡୋଶୀ ମଧ୍ୟ ହଇରାଣ ହେଉଛନ୍ତି । ଆମକୁ ଏକା ଛାଡିଦିଅନ୍ତୁ । ଘର ଆଗରେ ଗଣମାଧ୍ୟମ ପ୍ରତିନିଧି ଡେରା ପକାଇ ରହିଥିବାରୁ ସେ କବାଟ, ଝରକା ଖୋଲି ପାରୁନାହାନ୍ତି ବୋଲି କହିଛନ୍ତି ।
ସେପଟେ ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର କହିଛନ୍ତି, ମିଡିଆର ସହଯୋଗ ପାଇଁ ଆଜି ବାବୁ ସୁରକ୍ଷିତ ଜାଗାରେ ଅଛନ୍ତି । ସମସ୍ୟାର ଶୀଘ୍ର ସମାଧାନ ହେବ । ଉତ୍ତମ ଭାଇ ଚାଲି ପାରୁ ନାହାନ୍ତି । ତାଙ୍କର ବଡ଼ଭାଇ ହାର୍ଟ ରୋଗୀ । ମିଡିଆର ସହଯୋଗ ପାଇଁ ସମସ୍ତେ ଋଣୀ । ବିବାଦ ଏବେ ଶେଷ ହୋଇ ସମାଧାନ ଆଡ଼କୁ ଗଲାଣି । ତୃପ୍ତି ଓ ବାବୁସାନ ଫୋନ୍ ଯୋଗେ କଥା ହୋଇଛନ୍ତି । ଏପରିକି ବାବୁଙ୍କ ଜନ୍ମଦିନରେ ଶ୍ୱଶୁର ତାଙ୍କ ଘରକୁ ଆସିଥିଲେ ବୋଲି କହିଛନ୍ତି ରବି ମିଶ୍ର ।