Odisha news

କାହିଁକି କୁହାଯାଏ ଯେ ପୌଷ ଅମାବାସ୍ୟା ୭ଜନ୍ମ ପାଇଁ ଦେଇଥାଏ ଶୁଭ ଫଳ

0

ପୌଷ ଅମାବାସ୍ୟା ଡିସେମ୍ବର ୧୯ ତାରିଖରେ ହେବାକୁ ଯାଉଛି, ଗରୁଡ଼ ପୁରାଣ ଅନୁସାରେ ଅମାବାସ୍ୟା ରେ ଦାନ ଧର୍ମ ତର୍ପଣ କରିବା ଦ୍ୱାରା ପିତୃ ପୁରୁଷ ଙ୍କୁ ଶାନ୍ତି ମିଳିଥାଏ l ଏବଂ ପିତୃ ପୁରୁଷ ଙ୍କ ଆଶୀର୍ବାଦ ରେ ଜୀବନ ରେ ସୁଖ ସମୃଦ୍ଧି ଚିର ସ୍ଥାୟୀ ହୋଇ ରହିଥାଏ l ଏହି ଅମାବାସ୍ୟା ର ବିଶେଷତା ଖୁବ ଅଧିକ , ପୁରାଣ ଅନୁସାରେ ପିତୃ ପକ୍ଷ ର ଅମାବାସ୍ୟା ରେ ପିତୃ ପୁରୁଷ ଙ୍କ ନିମିତ୍ତ କରାଯାଇଥିବା ଦାନ ୭ ଜନ୍ମ ପର୍ଯ୍ୟନ୍ତ ରହିଥାଏ l

ସ୍କନ୍ଦ ପୁରାଣ ଅନୁସାରେ ଅମାବାସ୍ୟା ରେ ସୂର୍ଯ୍ୟ ପୂଜନ କରିବା ଦ୍ୱାରା ଅକ୍ଷୟ ବର ପ୍ରାପ୍ତି ହୋଇଥାଏ l ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ପୌଷ ଅମାବାସ୍ୟା ରେ ସୂର୍ଯ୍ୟ ପୂଜନ ରୁ ଦିନର ଆରମ୍ଭ କରିଥାଆନ୍ତି ସେମାନଙ୍କୁ ଅକ୍ଷୟ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ରୋଗ ଦୋଷ ରୁ ମୁକ୍ତି ମିଳିଥାଏ l ସୂର୍ଯ୍ୟ ନାରାୟଣ ଙ୍କ କୃପା ପ୍ରାପ୍ତ ହୋଇଥାଏ l

– ପୌଷ ଅମାବାସ୍ୟା ରେ କୌଣସି ପବିତ୍ର ନଦୀ ରେ ସ୍ନାନ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

– ଏବଂ ଏହିଦିନ ସୂର୍ଯ୍ୟ ଦେବଙ୍କୁ ତମ୍ବା ଗଡୁ ରେ ଚନ୍ଦନ, ସିନ୍ଦୁର, ନାଲି ଫୁଲ ଓ ଅକ୍ଷତ ଦେଇ ଜଳ ଅର୍ପଣ କଲେ ରୋଗ, ବ୍ୟାଧି ଓ ଦୁଃଖ ରୁ ମୁକ୍ତି ମିଳିଥାଏ l

– ପୌଷ ପୁର୍ଣିମା ରେ ସୂର୍ଯ୍ୟ ପୂଜନ ସମୟ ରେ ଓଂ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରି ସୂର୍ଯ୍ୟ ନାରାୟଣ ଙ୍କୁ ଜଳ ଅର୍ପଣ କରନ୍ତୁ l

– ଏହି ଅମାବାସ୍ୟା ରେ ଗୋମାତା ଙ୍କ ସେବା କଲେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ, ଏବଂ ପକ୍ଷୀ ମାନଙ୍କ ସେବା କରିବା ଦ୍ୱାରା ସୁଖ ସମୃଦ୍ଧି ର ଆଗମନ ହୁଏ l

Leave A Reply