Odisha news

ଶୀତୁଆ ସକାଳରେ ମହାରାଷ୍ଟ୍ର ରାଜନୀତିରେ ପୁଣି ଛାଇଲା ଉସ୍ମତା , ସିନ୍ଧେ ଙ୍କ ୩୫ ବିଧାୟକ ଛାଡ଼ିବେକି ଦଳ !

0

ମହାରାଷ୍ଟ୍ର ରାଜନୀତି ରେ ପୁଣି ସୃଷ୍ଟି ହେଲା ଝଡ଼ , ସିନ୍ଧେ ସେନା ରୁ ଅଲଗା ହେବେ କି ୩୫ MLA ! କେଉଁ ଦଳରେ ହେବେ ସାମିଲ ? ସଞ୍ଜୟ ରାଉତ ଙ୍କ ବୟାନ କରିଛି ସ୍ତବ୍ଧ,  ଏମିତି କିଛି ନୂଆ ପ୍ରଶ୍ନ ବlଣରେ ମହାରାଷ୍ଟ୍ର ରାଜନୀତି ହୋଇଛି ଗରମ , ସଞ୍ଜୟ ରାଉତ ମହାରାଷ୍ଟ୍ର ରେ ହେବାକୁ ଥିବା ନଗରପାଳିକା ଓ ନଗର ପଂଚାୟତ ମତଦାନ ରେ ପଇସା ବଣ୍ଟାଯିବା   କୁ ନେଇ ଗଭୀର ଆରୋପ ଲଗାଇଛନ୍ତି , ସେ ଏହି ମତଦାନ ସମୟରେ ପଇସା ଲେନଦେନ କୁ ନେଇ ଆରୋପ ଲଗାଇଛନ୍ତି, ସେ ଆରୋପ ଲଗାଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ମହାଯୁତୀ ସରକାର ପକ୍ଷରୁ ପଇସା ଖେଳ ଚାଲିଛି ନଗର ନିଗମ ମତଦାନ ରେ , ଇଲେକ୍ସନ ଆୟୋଗ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ l

ସଞ୍ଜୟ ରାଉତ ଏହାମଧ୍ୟ ଆରୋପ ଲଗାଇଛନ୍ତି ଯେ ସିନ୍ଧେ ନିଜ ଗାଦି ବିଜେପି ସାହାଯ୍ୟ ରେ ତିଆରି କରିଛନ୍ତି, ପଇସା ବଳରେ ରାଜନୀତି କରିବା ଲୋକତନ୍ତ୍ର ପାଇଁ ବଡ଼ ବିପଦ l

ମହାରାଷ୍ଟ୍ର ରେ ନଗର ନିଗମ ଓ ନଗର  ପାଳିକା ର ମତଦାନ ମଧ୍ୟରେ ସଞ୍ଜୟ ରାଉତ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ , ସଞ୍ଜୟ ରାଉତ କହିଛନ୍ତି ଯେ ଏକନାଥ ସିନ୍ଧେ ଙ୍କ ଦଳ ଖୁବ ଶୀଘ୍ର ଭାଙ୍ଗିବାକୁ ଯାଉଛି, ଏବଂ ସିନ୍ଧେ ଙ୍କ ଦଳର ୩୫ ଜଣ ବିଧାୟକ ଖୁବ ଶୀଘ୍ର ସିନ୍ଧେ ଙ୍କ ହାତ ଛାଡିବାକୁ ଯାଉଛନ୍ତି l ଏହାକୁ ନେଇ ସିନ୍ଧେ ଦଳ ବର୍ତମାନ ଚିନ୍ତାରେ ରହିଛନ୍ତି l କିନ୍ତୁ ଏହି ୩୫ ବିଧାୟକ କେଉଁ ଦଳରେ ସାମିଲ ହେବେ ତାହା ବର୍ତମାନ ସୁଧା ସ୍ଥିର ହୋଇନାହିଁ l

ସଞ୍ଜୟ ରାଉତ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଓ ରାଜନୀତି ରୁ ଦୁରେଇ ରହିଥିଲେ, ଏବଂ ସେ ମିଡ଼ିଆ ସାମ୍ନାକୁ ଆସିବା ପରେ ଏକନାଥ ସିନ୍ଧେ ଙ୍କ ଦଳ ଓ ବିଜେପି ଉପରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି l

ସଞ୍ଜୟ ରାଉତ କହିଛନ୍ତି ଯେ ଆମେ ସିନ୍ଧେ ଙ୍କ ଦଳକୁ ଶିବସେନା ଭାବରେ ଗ୍ରହଣ କରୁନାହୁଁ, ବିଜେପି ସହିତ ସିନ୍ଧେ ସରକାର ଅଧିକ ଦିନ ସ୍ଥାୟୀ ନୁହେଁ l ଡିସେମ୍ବର ୨ତାରିଖ ରେ ମହାରାଷ୍ଟ୍ର ନଗରପାଳିକା ଓ ନଗର ପଂଚାୟତ ମତଦାନ ରେ ପୂର୍ବରୁ କେବେବି ଏତେ ପଇସା କାରବାର ହୋଇନାହିଁ , ଏହା ମହାରାଷ୍ଟ୍ର ର ରାଜନୀତି କୁ ନଷ୍ଟ କରୁଛି l

Leave A Reply