ପାକିସ୍ଥାନ ରାଜନୀତି ରେ ଶୀତୁଆ ଉଷ୍ମତା , ଆତଙ୍କିସ୍ଥାନ ରେ ସ୍ଥିତି ଉପୁଜୁଛି ଗୃହ ଯୁଦ୍ଧର ଆଶଙ୍କା : ଇମ୍ରାନ ଖାନ ଙ୍କର ଶେଷ X ପୋଷ୍ଟ କୁ ନେଇ ବଢୁଛି ସସ୍ପେନ୍ସ
କେଉଁଆଡେ ଗଲେ ପାକିସ୍ତାନ ର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ?
କଣ ଆଦିୟଲା ଜେଲ ରୁ ହୋଇଗଲେ କି ଉଭାନ ?
କାହିଙ୍କି ଜେଲ୍ ପ୍ରଶାସନ ପକ୍ଷରୁ ଦିଆଯାଉ ନାହିଁ କୌଣସି ସୂଚନା ?
୨୬ ଦିନରୁ ଦଳର ସଦସ୍ୟ ଙ୍କୁ ମିଳିନାହିଁ ଇମ୍ରାନ ଙ୍କ ଖବର
କାହିଁକି ସହବାଜ ସରକାର ରହିଛନ୍ତି ଚୁପ ?
କଣ ମୃତ୍ୟୁବରଣ କରି ସାରିଛନ୍ତି ଇମ୍ରାନ ଖାନ
ନା ଏହା ପଛରେ ରହିଛି କୌଣସି ରାଜନୈତିକ ଷଡଯନ୍ତ୍ର ?
ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ଥାନ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ଇମ୍ରାନ ଖାନ ଙ୍କୁ ନେଇ ପାକିସ୍ଥାନ ରେ ବଢିବାକୁ ଲାଗିଛି ଉତେଜନା, ଦିନକୁ ଇମ୍ରାନ ସମର୍ଥକ ଙ୍କ ମନରେ ବଢ଼ିବାରେ ଲାଗିଛି ସସ୍ପେନ୍ସ , ଇମ୍ରାନ ଙ୍କ ସମର୍ଥକ ମାନେ ଅପେକ୍ଷା କରି ରହିଛନ୍ତି ଇମ୍ରାନ ଖବର ପାଇବାକୁ, , କିନ୍ତୁ ଠିକ ଏହି ସମୟରେ ଇମ୍ରାନ ଖାନଙ୍କର ୨୪ ଦିନ ପୁରୁଣା ସୋସିଆଲ ମିଡ଼ିଆ ପୋଷ୍ଟ ଅନେକ ସଂକେତ ଦେଉଛି l
ରାଓଲପିଣ୍ଡି ର ଅଡିଆଲା ଜେଲ ରେ ନଭେମ୍ବର ୫ ରେ ନିଜ ଭଉଣୀଙ୍କ ସହିତ ସାକ୍ଷାତ କରିବା ପରେ ତାଙ୍କ ପକ୍ଷରୁ ଏକ୍ସ ହ୍ୟାଣ୍ଡେଲ ରେ ଗୋଟିଏ ପୋଷ୍ଟ ହୋଇଥିଲା, ଇମ୍ରାନ ନିଜ ପୋଷ୍ଟ ରେ ଲେଖିଥିଲେ ଯେ ପାକିସ୍ଥାନ ରେ ସମ୍ବିଧାନ ଓ ନିୟମ ର କୌଣସି ଶାସନ ନାହିଁ , ପାକିସ୍ଥାନ ରେ କେବଳ ଆସୀମ ଲ ର ରାଜ ଚାଲିଛି , ଇମ୍ରାନ ନିଜ ପୋଷ୍ଟ ରେ ପାକିସ୍ଥାନ ର ଅରାଜକତା ପାଇଁ ଆସିମ ମୁନୀର ଙ୍କୁ ଦାୟୀ କରିଛନ୍ତି ଏବଂ ତାଙ୍କୁ ଇତିହାସ ର ସବୁଠୁ କ୍ରୁର ଶାସକ ବୋଲି ଦର୍ଶାଇଛନ୍ତି l ଏବଂ ସେ ଲେଖିଛନ୍ତି ଯେ ସହବାଜ ସରକାର କେବଳ ଗୋଟିଏ ହାତର ଖେଳନା
ଇମ୍ରାନ ଖାନ ଅଗଷ୍ଟ ୨୦୨୩ ରୁ ରାଓଲପିଣ୍ଡି ର ଅଦିୟାଲା ଜେଲ ରେ ବନ୍ଦୀ ହୋଇ ରହିଛନ୍ତି , ଗୋଟିଏ ଭ୍ରଷ୍ଟାଚାର ମାମଲାରେ ଜେଲ ରେ ରହିଛନ୍ତି ଇମ୍ରାନ l କୋର୍ଟ ଙ୍କ ନିଷ୍ପତି କ୍ରମେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଇମ୍ରାନ କୌଣସି ପଦବୀ ରେ ରହିପାରିବେ ନାହିଁ , ଚଳିତ ବର୍ଷ ଜାନୁଆରୀ ମାସରେ ଇମ୍ରାନ ଙ୍କୁ ଜମି ଭ୍ରଷ୍ଟାଚାର ମାମଲା ରେ ୧୪ ବର୍ଷ ଜେଲ ଦଣ୍ଡର ଶୁଣାଣି ହୋଇଥିଲା , ଏବଂ ତାଙ୍କ ପତ୍ନୀ ବୁସ୍ରା ବିବି ଙ୍କୁ ମଧ୍ୟ ଜମି ଘୋଟାଲା ମାମଲା ରେ ୭ ବର୍ଷ ଜେଲ ଦଣ୍ଡ ର ଶୁଣାଣି ହୋଇଥିଲା l ସହବାଜ ସରକାର ବାରମ୍ବାର ଇମ୍ରାନ ଜୀବିତ ଓ ସୁସ୍ଥ ଥିବା କଥା କହୁଥିଲେ ମଧ୍ୟ ତାଙ୍କ ଦଳ କି ପରିବାର ଏହାକୁ ଗ୍ରହଣ କରିପାରୁ ନାହାନ୍ତି l ପରିବାର ସଦସ୍ୟ ଇମ୍ରାନ ଖବର ଯେତେବେଳେ ଜାଣିବାକୁ ଚାହୁଁଛନ୍ତି ତାଙ୍କୁ ଜେଲ ର ବିଭିନ୍ନ ଫଟୋ ଉଠାଇ ପଠା ଯାଉଛି , କିନ୍ତୁ କୌଣସି ସଠିକ ତଥ୍ୟ ଇମ୍ରାନ ଙ୍କ ବିଷୟ ରେ ମିଳୁନାହିଁ l ଇମ୍ରାନ ଙ୍କ ଭଉଣୀ କହିଛନ୍ତି ଯେ ଯଦି ଇମ୍ରାନ ଙ୍କର କୌଣସି କ୍ଷତି ହୁଏ ତେବେ ପାକିସ୍ଥାନ ରେ ଜଳିବ ନିଆଁ l
