ବିହାର ରାଜନୀତି ରେ ଲାଲୁ ଙ୍କ ଏଣ୍ଟ୍ରି
ବିହାର ଇଲେକ୍ସନ ରେ RJD ର ପରାଜୟ ପରେ, ତେଜସ୍ବୀ ଯାଦବଙ୍କ ରାଜନୈତିକ ସଙ୍କଟ ବଢି ଯାଇଛି, ରୋହିଣୀ ଆଚାର୍ଯ୍ୟ ଭାଇ ତେଜସ୍ୱି ଓ ତାଙ୍କ ଆଡ଼ଭାଇଜର ଙ୍କୁ ଏଥିପାଇଁ ଦାୟୀ କରିଛନ୍ତି, ବଡପୁଅ ତେଜ ପ୍ରତାପ ପୂର୍ବରୁ ପରିବାର ଠାରୁ ଅଲଗା ହୋଇ ଯାଇଛନ୍ତି, ଏପରି ସ୍ଥିତିରେ ତେଜସ୍ୱି ଯାଦବ ପାର୍ଟି ଓ ପରିବାର ଉଭୟ ଙ୍କୁ ସୁରକ୍ଷିତ ରଖିବେ କିପରି ତାହା ଏକ ଆହ୍ୱାନ ହୋଇଯାଇଛି l
ଆରଜେଡି ବିଧାୟକ ଦଳର ବୈଠକ ସୋମବାର ହୋଇଯାଇଛି, ଏହି ବୈଠକ ରେ ଆରଜେଡି ର ସମସ୍ତ ବିଧାୟକ ଙ୍କ ସହିତ ଲାଲୁ ଯାଦବ ଙ୍କୁ ଦେଖିବାକୁ ମିଳିଥିଲା, ଲାଲୁ ଙ୍କ ସହିତ ରାବିଡି ଦେବୀ ଓ ମିଶା ଭାରତୀ ମଧ୍ୟ ଉପସ୍ଥିତ ଥିଲେ, ବିଧାୟକଙ୍କୁ ସମ୍ୱୋଧିତ କରି ତେଜସ୍ୱୀ ଭାବୁକ ହୋଇଯାଇଥିଲେ ଓ କହିଥିଲେ ଆପଣମାନେ ମୋ ସ୍ଥାନରେ ବିଧାୟକ ଦଳର ନେତା ଭାବରେ ଯାହାକୁ ଚାହିଁବେ ବାଛି ପାରିବେ l
ତେଜସ୍ୱି ଙ୍କ ହତାସା ଭାବ ଦେଖି ଲାଲୁ ଯାଦବ ପୁଅ ପାଇଁ ଠିଆ ହୋଇଥିଲେ ଛାତି ଦେଖାଇ ଏବଂ କହିଥିଲେ ତେଜସ୍ୱି ଯାଦବ ବିଧାନସଭା ରେ ଦଳର ନେତୃତ୍ୱ ଜାରି ରଖନ୍ତୁ, ଦଳ ସମ୍ଭାଳନ୍ତୁ ତେଜସ୍ୱି ଓ ଘର ସମ୍ଭାଳିବି ମୁଁ l
ବିହାର ରାଜନୀତି ରେ ତେଜସ୍ୱି ଯାଦବ ଙ୍କ ନେତୃତ୍ୱ ରେ ମହାଗଠବନ୍ଧନ ରେ ଆରଜେଡି କେବଳ ଇଲେକ୍ସନ ଲଡ଼ୁ ନଥିଲା, ବରଂ ତେଜସ୍ୱି ଙ୍କୁ ମୁଖ୍ୟମନ୍ତ୍ରୀ ର ଚେହେରା ଭାବରେ ଘୋଷଣା ମଧ୍ୟ କରିଥିଲା, ଏତେ ପରିଶ୍ରମ ସତ୍ୱେ ନ ତେଜସ୍ୱି ଆରଜେଡି କୁ ବିଜୟ ଦେଇପାରିଲେ ନା ମହାଗଠବନ୍ଧନ ରେ ସ୍ଥାୟୀ ଦଳ ପାଇଁ ସଂଜୀବନୀ ହୋଇ ରହିପାରିଲେ ?
ଏପରି ସ୍ଥିତି ରେ ମହାଗଠବନ୍ଧନ ର ପରାଜୟ କୁ ଦାୟୀ ମଧ୍ୟ ତେଜସ୍ୱି ଙ୍କୁ କରାଯାଉଛି l ବିହାର ମତଦାନ ପରେ ଲାଲୁ ଯାଦବ ଙ୍କ ଭରସା ବର୍ତମାନ ମଧ୍ୟ ତେଜସ୍ୱି ଙ୍କ ଉପରେ ରହିଛି, ବର୍ତମାନ ଦେଖିବାର ଅଛି ତେଜସ୍ୱି ନିଜ ଦଳକୁ କିପରି ସମ୍ଭାଳୁଛନ୍ତି ?