Odisha news

ଯେଉଁ ବ୍ୟକ୍ତି ଜୀବନ ରେ କରିଥାଏ ଏହି ୪ ଟି ଶୁଭ କାମ, ମୃତ୍ୟୁ ପରେ ମଧ୍ୟ ରହିଥାଏ ତାର ଆତ୍ମା ଅମର

0

ମୃତ୍ୟୁ ଜୀବନ ର ସବୁଠୁ ବଡ଼ ଅଟଳ ସତ୍ୟ, ଯାହାର ଜନ୍ମ ହୋଇଛି ତାର ଶେଷ ମଧ୍ୟ ରହିଛି, ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ , ମୃତ୍ୟୁ ପରେ ବ୍ୟକ୍ତି ନିଜ କର୍ମ ଆଧାରରେ ସ୍ୱର୍ଗ କିମ୍ବା ନର୍କ ପ୍ରାପ୍ତି କରିଥାଏ, କିନ୍ତୁ ଗରୁଡ଼ ପୁରାଣ ରେ ଏଭଳି କିଛି କର୍ମ ରହିଛି ଯାହାକୁ ବ୍ୟକ୍ତି କରିବା ଦ୍ୱାରା ବ୍ୟକ୍ତି ବୈକୁଣ୍ଠ ପ୍ରାପ୍ତି କରିଥାଏ l

ଗରୁଡ଼ ପୁରାଣ ଏଭଳି ଗୋଟିଏ ଗ୍ରଂଥ ଯାହା ମୃତ୍ୟୁର ରହସ୍ୟ ସହିତ ଜୀବନ ର ଅନ୍ତିମ ମୁହୁର୍ତରେ ବ୍ୟକ୍ତି କଣ କରିବା ଆବଶ୍ୟକ ତାହା ମଧ୍ୟ ଦର୍ଶାଇଥାଏ l ଆସନ୍ତୁ ଆଜି ଜାଣିବା ସେହି ୪ଟି ଶୁଭ କର୍ମ କଣ ? ଯାହା ବ୍ୟକ୍ତି କରିବା ଦ୍ୱାରା ବୈକୁଣ୍ଠ ପ୍ରାପ୍ତ କରେ l

* ମୃତ୍ୟୁ ପରେ ଆତ୍ମାର ଯାତ୍ରା –

ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ଆତ୍ମା ଗୋଟିଏ ଏଭଳି ଲୋକ କୁ ଯାଇଥାଏ ଯେଉଁଠାରେ ମଣିଷ ର ପାପ ପୁଣ୍ୟ ଲେଖା ଯାଇଥାଏ, ଏହି କର୍ମ ଅନୁସାରେ ଲେଖା ଯାଇଥାଏ ବ୍ୟକ୍ତି ର ଆତ୍ମା ସ୍ୱର୍ଗ, ନର୍କ ନା ବୈକୁଣ୍ଠ ପୁରୀ କୁ ଯିବ ? ତେଣୁ ବ୍ୟକ୍ତି ଜୀବନ ରେ ଏଭଳି କିଛି କର୍ମ କରିବା ଜରୁରୀ ଯାହା ତାକୁ ଚୀର ଅମରତ୍ୱ ଦେବ l

– ହିନ୍ଦୁ ଧର୍ମ ରେ ଗଙ୍ଗା ଜଳ ଗୋଟିଏ ପବିତ୍ର ବସ୍ତୁ, ତେଣୁ ଜୀବ ଯିବା ବେଳେ ବ୍ୟକ୍ତି ପାଟିରେ ମୁନ୍ଦିଏ ଗଙ୍ଗାଜଳ ଦେବା ଦ୍ୱାରା ତାର ଆତ୍ମା କୁ ଶାନ୍ତି ମିଳିଥାଏ, ଏବଂ ପାପ ରୁ ହ୍ରାସ ମିଳିଥାଏ l  କିନ୍ତୁ ମଣିଷ କୁ ତାର କର୍ମଫଳ ମୃତ୍ୟୁ ପୂର୍ବରୁ କିମ୍ବା ପରେ ଭୋଗିବାକୁ ହିଁ ପଡିଥାଏ l

– ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ସମୟରେ ବ୍ୟକ୍ତି ନିକଟରେ ଭଗବତଗୀତା ନିହାତି ପାଠ କରିବା ଜରୁରୀ ଅଟେ, କାହିଁକିନା ଗୀତାର ସାରମର୍ମ ବ୍ୟକ୍ତି ମୃତ୍ୟୁ ସମୟରେ ନିହାତି କାନରେ ସାମାନ୍ୟ ଶୁଣିବା ଆବଶ୍ୟକ l ଯାହା ତାର ଆତ୍ମା କୁ ମୁକ୍ତି ଦେଇଥାଏ l

– ଜୀବନ ରେ ବ୍ୟକ୍ତିର କର୍ମ ତାର ଆଗାମୀ ଜୀବନ କୁ ସ୍ଥିର କରିଥାଏ, ବ୍ୟକ୍ତିର ବିଚାରଧାରା ହିଁ ବ୍ୟକ୍ତିକୁ ଶ୍ରେଷ୍ଠ କରିଥାଏ , କର୍ମ ଅନୁସାରେ ଫଳ ପ୍ରାପ୍ତି ହୁଏ l ଏହାଛଡା ନାରାୟଣ ଙ୍କ ନାମ ଜପ ହିଁ ବ୍ୟକ୍ତିକୁ ବୈକୁଣ୍ଠ ଧାମରେ ସ୍ଥାନ ଦେଇଥାଏ l

– ଜୀବନରେ କଦାପି ନିଜ ମନରେ ଅହଂ ଅର୍ଥାତ ମୁଁ ଏହି ଭାବନା ଆଣିବା ଉଚିତ ନୁହେଁ, ଅହଂକାର ଯେଉଁ ବ୍ୟକ୍ତି ମନରେ ଆସିଥାଏ ସେ କଦାପି ସଠିକ କର୍ମ ର ଫଳ ପାଇପାରି ନଥାଏ, ଏବଂ ତାର ଅହଂ ଭାବି ସମସ୍ତ ପୁଣ୍ୟ ନଷ୍ଟର କାରଣ ହୋଇଥାଏ l ଭଗବାନ ସବୁ ସହ୍ୟ କରନ୍ତି କିନ୍ତୁ ଅହଂକାର ନୁହେଁ l

Leave A Reply