ଯେମିତି ହାଟ ରୁ ଜିନିଷ କିଣି ଖୁସି ଅନୁଭବ କରିଥାଉ , ତାହା କେଉଁଠି ବି ଦେଖିବାକୁ ମିଳି ନଥାଏ , ବିଶେଷ ଭାବରେ ହାଟ ରୁ , କହିଁକି ନା ହାଟ ରେ ଜିନିଷ ଶସ୍ତାରେ ମିଳିଥାଏ ଏବଂ ଫ୍ରେସ ମଧ୍ୟ ମିଳେ , କିନ୍ତୁ ହାଟ ରୁ ସବୁ ଜିନିଷ ମିଳିଥାଏ ସତ ହେଲେ ମଣିଷ ମିଳନ୍ତି ନାହିଁ , କହିଁକି ନା ହାଟ ରେ ମଣିଷ ବିକ୍ରି ହିଁ ହୁଅନ୍ତି ନାହିଁ ଏହା ଆମେ ସମସ୍ତେ ଜାଣିଛନ୍ତି l କିନ୍ତୁ ନାଇଁ ଆଜ୍ଞା ହାଟ ରେ ମଣିଷ ମଧ୍ୟ ବିକ୍ରି ହୋଇ ଥାଆନ୍ତି l ପୁଣି ତାହା ବର – କନିଆଁ ଭାବରେ , ଭାବିଲେ ଥରେ ଦେଖି ଯଦି ମା ବାପା ହାଟ ରେ ବର କନିଆଁ ସୁବିଧା ରେ ପାଇ ପାରିବେ ତେବେ ସେମାନଙ୍କ ସନ୍ତାନ ମାନଙ୍କ ର ବିବାହ ଚିନ୍ତା ଅଧା ପଳେଇବ l କିନ୍ତୁ ଏମିତି ହାଟ ବା କେଉଁଠୁ ମିଳିବ ? ହଁ ଆଜ୍ଞା ଏଭଳି ଗୋଟିଏ ହାଟ ଅଛି l ଆସନ୍ତୁ ଜାଣିବା ସେହିଭଳି ଗୋଟିଏ ହାଟ ବିଷୟ ରେ l
ସେହି ସ୍ଥାନ ଟି ହେଉଛି ଭାରତର ପଡୋଶୀ ଦେଶ ଚୀନ , ଯାହାକି ଆଜିର ଦୁନିଆରେ ସବୁଠୁ ପ୍ରଗତିଶୀଳ ଦେଶ ହୋଇ ମଧ୍ୟ ବିବାହ କୁ ଗୋଟିଏ ସାମାଜିକ ଚାପ ଭାବରେ ଦେଖା ଯାଉଛି , ଯଦି ଆପଣ ୩୦ ବର୍ଷ ବୟସ ର ହୋଇ ଅବିବାହିତ ଅଛନ୍ତି ତେବେ ଏଠାରେ ପିତା ମାତା ଙ୍କ ପଦକ୍ଷେପ ହୋଇଥାଏ ସଂଘାଇ ର ପିପୁଲସ୍ ପାର୍କ ରେ ମ୍ୟାରେଜ ମାର୍କେଟ ଆଡକୁ ଯିବାର l ଏଠାରେ ପ୍ରତ୍ୟେକ ଶନିବାର ଓ ରବିବାର ମାତା ପିତା ଏକାଠି ହୋଇ ଥାଆନ୍ତି ଦିନ ଗୋଟାଏ ରୁ ୫ ଟା ମଧ୍ୟରେ ନିଜ ପୁଅ ଓ ଝିଅ ଙ୍କ ଫଟୋ ହାତରେ ଧରି ଏକାଠି ହୋଇ ଥାଆନ୍ତି , କେବଳ ଏତିକି ନୁହେଁ ଗୋଟିଏ A-4 ସାଇଜ କାଗଜ ରେ ନିଜ ପିଲାଙ୍କ ର ସମ୍ପୂର୍ଣ ବିବରଣୀ ମଧ୍ୟ ଲେଖା ଯାଇଥାଏ , ଯେଉଁଥିରେ ରହିଥାଏ ଉଚତା , ଓଜନ , ରଙ୍ଗ , ବୟସ , ଚାକିରୀ , ଦରମା ଏବଂ କିଭଳି ପାତ୍ର ବା ପାତ୍ରୀ ଆବଶ୍ୟକ ତାହା ଉଲେଖ ରହିଥାଏ l ଏହାକୁ ସେମାନେ ସେଠାରେ ଥିବା ବୋର୍ଡ ରେ ଲଗାଇ ଦେଇ ଥାଆନ୍ତି , ଏଠାରେ ବ୍ୟବସାୟୀ ମାତାପିତା ହୁଅନ୍ତି , ଏବଂ ଗ୍ରାହକ ଅନ୍ୟ ପରିବାର l
୧୯୯୬ ରୁ ଆରମ୍ଭ ହୋଇଛି ଏହି ପରମ୍ପରା , ଯେଉଁଠି ୪୦ ମିଳିଆନ୍ ରୁ ଉର୍ଧ୍ଵ ଯୁବକ ଯୁବତୀ ଙ୍କୁ ଅବିବାହିତ ରହି ଥିବାର ଆକ୍ଷେପ ମିଳୁଛି l ପିପୁଲସ୍ ପାର୍କ କିନ୍ତୁ ଏଠାକାର ଲୋକ ମାନଙ୍କ ପାଇଁ ଗୋଟିଏ ଭଲ ମାଧ୍ୟମ ହୋଇଛି l ଏହି ପାର୍କ ଟି ଉଇକ୍ ଏଣ୍ଡ ରେ ଗୋଟିଏ ହାଟ ରେ ପରିଣତ ହୋଇଯାଇ ଥାଏ , ପିତାମାତା ଫୋଲଡିଂ ଟେବୁଲ ଉପରେ ବସି ହାଟ ରେ ଉପଯୁକ୍ତ କନ୍ୟା ପାତ୍ରୀ ଏବଂ ବରର ଅପେକ୍ଷା କରି ଥାଆନ୍ତି l
ଯଦି କୌଣସି ପାତ୍ର ପାତ୍ରୀ ଚୟନ ହୋଇ ଥାଆନ୍ତି ତେବେ ” ଓଲଡ ଫ୍ୟାମିଲି ଫ୍ରେଣ୍ଡସ ଡିନର ” ପାର୍ଟି ର ଆୟୋଜନ କରାଯାଇ ଥାଏ l ଏବଂ ଉଭୟ ପରିବାର ଏକାଠି ମିଶିବା ପରେ ବିବାହ କାର୍ଯ୍ୟ ର ଆୟୋଜନ କରାଯାଇ ଥାଏ l
 
						 
			 
						