Odisha news

ବର୍ତମାନ ବିନା JEE ଆଡ଼ଭାନ୍ସ ରିଆଙ୍କ ରେ ମଧ୍ୟ ଆଡ଼ମିସନ ନେଇପାରିବେ IIT ଖଡ଼ଗପୁର ରେ, ଆରମ୍ଭ ହେଲା ନୂଆ ଶିକ୍ଷା  ଯୋଜନା

0

ଦେଶରେ ଟପ ଇଂଜିନିୟରିଂ କଲେଜ ରେ ଆଡମିସନ ନେବା ବର୍ତମାନ ଗୋଟିଏ ସ୍ବପ୍ନ ହୋଇ ରହିବ ନାହିଁ, IIT ଖଡ଼ଗପୁର ପକ୍ଷରୁ ଗୋଟିଏ ବଡ଼ ନିଷ୍ପତି ନିଆଯାଇଛି, ବର୍ତମାନ JEE ଆଡ଼ଭାନ୍ସ ରିଆଙ୍କ ନରଖି ମଧ୍ୟ ପିଲାମାନେ ଉଚା ଶିକ୍ଷା ପାଇଁ ଆଡମିସନ ନେଇପାରିବେ , ବର୍ତମାନ ଏଭଳି ଗୋଟିଏ ଯୋଜନା ଆରମ୍ଭ ହେବାକୁ ଯାଉଛି ୨୦୨୬ ଶିକ୍ଷା ବର୍ଷଠାରୁ l

IIT ଖଡ଼ଗ୍ପୁର ର ନିୟମ ଅନୁସାରେ ଯେଉଁ ଛାତ୍ରଛାତ୍ରୀ ମାନେ ଅନ୍ତରାଷ୍ଟ୍ରୀୟ ଅଲମ୍ପିଆଡ ରେ ଭଲ ପ୍ରଦର୍ଶନ କରିଛନ୍ତି, ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳରେ ମେଡାଲ ଜିତିଛନ୍ତି , ଏହି ଯୋଜନା IIT ଖଡ଼ଗପୁର ଦ୍ୱାରା ୨୦୨୬ ଶିକ୍ଷାବର୍ଷ ଠାରୁ ଆରମ୍ଭ ହେବ, IIT ଖଡ଼ଗପୁର ର ସିନେଟ ଏହାକୁ ମଞ୍ଜୁରୀ ଦେଇଛି , ଏବଂ ଏହାକୁ ବିଶେଷ ସର୍ତ୍ତ ରେ ଲାଗୁ କରାଯିବ, ସେଥିପାଇଁ ବିଶେଷ କମିଟି ମଧ୍ୟ ଗଠିତ ହୋଇଛି l

ଏହି ଯୋଜନା ଅନୁସାରେ ୨ଟି ସ୍କିମ ରହିଛି –

– ଗୋଟିଏ ହେଲା SEA ( Scholastic Excellence Admission )
– ଏବଂ ଅନ୍ୟଟି ହେଲା SCOPE ( Sports Excellence Admission )

ଏହି ଦୁଇଟି ସ୍କିମ ଅନୁସାରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ, କିନ୍ତୁ ସେମାନେ +2 ପାସ କରିଥିବା ଆବଶ୍ୟକ ଅଟେ, JEE ନିୟମ ଅନୁସାରେ ବୟସ ସୀମା ମଧ୍ୟ ଧାର୍ଯ୍ୟ ଅଟେ, ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ହେଉଛି ଦେଶର ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଭଲ ଇନ୍ଷ୍ଟିଚିୟୁଟ ରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା l ସେମାନେ jee ଆଡ଼ଭାନ୍ସ ପରୀକ୍ଷା ନଦେଇ ମଧ୍ୟ ଏହା କରିପାରିବେ l

iit ଖଡ଼ଗପୁର ପକ୍ଷରୁ ଖୁବ ଶୀଘ୍ର ଗାଇଡ଼ ଲାଇନ ଜାରି କରାଯିବ, ଯେଉଁଥିରେ ଆବେଦନ କିପରି କରିବାଠାରୁ ନେଇ ଚୟନ ପ୍ରକ୍ରିୟା ବିଷୟରେ କୁହାଯିବ l ଯଦି iit ଖଡ଼ଗପୁର ଏଥିରେ ସଫଳ ହେଲା ଦେଶର ଅନ୍ୟ iit ଗୁଡିକ ଏ ଏହାକୁ ଲାଗୁ କରାଯିବ l

Leave A Reply