Odisha news

ଏନଏସଇରେ ୨୦୦କୋଟି ଟଙ୍କାର ଗ୍ରୀନ ମୁନିସିପାଲ ବଣ୍ଡ ତାଲିକାଭୁକ୍ତ କରିଛି ସୁରତ ମୁନିସିପାଲ କର୍ପୋରେଶନ

0
ଭୁବନେଶ୍ୱର :  ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ସୁରତ ମୁନିସିପାଲ କର୍ପୋରେଶନ (ଏସଏମସି) ଦ୍ୱାରା ଜାରି କରାଯାଇଥିବା ୨୦୦ କୋଟି ଟଙ୍କାର ଗ୍ରୀନ ମୁନିସିପାଲ ବଣ୍ଡର ଲିଷ୍ଟିଙ୍ଗ ସମାରୋହ ଆୟୋଜିତ ହୋଇଯାଇଛି । ୧୦୦ କୋଟି ଟଙ୍କାର ଏକ ବେସ୍ ସାଇଜ ଏବଂ ୧୦୦ କୋଟି ଟଙ୍କାର ଏକ ଗ୍ରୀନ-ସୁ ବିକଳ୍ପ ସହିତ ଏହି ଇସ୍ୟୁକୁ ୮ ଥର ଓଭରସବ୍‌ସ୍କ୍ରାଇବ କରାଯାଇଥିଲା ।
ଏସଏମସି ଏକ ପବ୍ଲିକ ଅଫରିଂ ମାଧ୍ୟମରେ ମୁନିସିପାଲ ବଣ୍ଡ ମାର୍କେଟକୁ ଆକ୍‌ସେସ କରିଥିବା ଗୁଜରାଟର ପ୍ରଥମ ଓ ଭାରତର ୨ୟ ମୁନିସିପାଲ କର୍ପୋରେଶନରେ ପରିଣତ ହୋଇଛି । ଏହି ଇସ୍ୟୁର ସଂଗୃହୀତ ପାଣ୍ଠିକୁ କ୍ଲାଇମେଟ ବଣ୍ଡ୍ ଇନିସିଏଟିଭ ଅଧିନରେ ସୌର ଓ ପବନ ଶକ୍ତି ଉତ୍ପାଦନ, ଜିରୋ-ଲିକ୍ୱିଡ ଡିସ୍‌ଚାର୍ଜ ୱାଟର ଟ୍ରିଟମେଂଟ, ଆଡ୍‌ଭାନ୍ସଡ, ଫିଲ୍ଟରେଶନ ସିଷ୍ଟମ ଓ ସାର୍ଟିଫାଏଡ ଗ୍ରୀନ ଇନ୍‌ଫ୍ରାଷ୍ଟ୍ରକ୍‌ଚର ସମେତ ପ୍ରମୁଖ ଜଳବାୟୁ-ସ୍ଥିରତା ପ୍ରକଳ୍ପଗୁଡିକ ପାଇଁ ବ୍ୟବହାର କରାଯିବ ।
ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ କହିଛନ୍ତି, “ସୁରତର ଗ୍ରୀନ ବଣ୍ଡ ସହିତ ଆମେ ସହରାଂଚଳ ବିତୀୟ ବ୍ୟବସ୍ଥା, ପରିବେଶ ଜନିତ ସ୍ଥାୟିତ୍ୱ ସହ ଜଡିତ ହେଉଥିବାର ପରବର୍ତୀ ପଦକ୍ଷେପକୁ ଦେଖୁଛୁ ।” ସେହିପରି ଏନଏସଇର ଏମ୍‌ଡି ଓ ସିଇଓ ଆଶିଷ କୁମାର ଚୌହାନ କହିଛନ୍ତି, “ଆମେ ସୁରତ ମୁନିସିପାଲ କର୍ପୋରେଶନକୁ ଏହାର ସଫଳ ପ୍ରଥମ ପବ୍ଲିକ ଇସ୍ୟୁ ପାଇଁ ଶୁଭେଚ୍ଛା ଜଣାଉଛୁ । ଏହାର ୮ ଥର ଓଭର୍‌ସବ୍‌ସ୍କ୍ରିପଶନ ବିଶ୍ୱସନୀୟ ମୁନିସିପାଲ ଇସ୍ୟୁୟାନ୍ସ କ୍ଷେତ୍ରରେ ନିବେଶକଙ୍କ ଆତ୍ମବିଶ୍ୱାସକୁ ପ୍ରଦର୍ଶିତ କରୁଛି ।”
Leave A Reply