Odisha news

ICMR ରିପୋର୍ଟ ରୁ ଖୁଲାସା : ଭାରତୀୟ ଖାଦ୍ୟ ସୁସ୍ୱାଦୁ ହୋଇ ମଧ୍ୟ ଶରୀର ପାଇଁ ସ୍ୱାସ୍ଥ୍ୟକର ନୁହେଁ

0

ଭାରତୀୟ ଖାଦ୍ୟ ନିଜ ସ୍ବାଦୁ ଯୋଗୁଁ ସାରା ବିଶ୍ୱରେ ଖୁବ ପ୍ରସିଦ୍ଧ ଅଟେ, କିନ୍ତୁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ର ନୂଆ ରିପୋର୍ଟ ରେ ଏହି ସ୍ୱାଦ ପଛରେ ସ୍ୱାସ୍ଥ୍ୟ ପ୍ରତି ରହିଥିବା ବିପଦ ବିଷୟରେ କୁହାଯାଇଛି, ରିପୋର୍ଟ ଅନୁସାରେ ଭାରତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟ ମାତ୍ରା ଅଧିକ ରହିଥାଏ ଏବଂ ପ୍ରୋଟିନ ମାତ୍ରା ଖୁବ କମ , ICMR ର ରିପୋର୍ଟ ଅନୁସାରେ ଏହି କାରଣରୁ ଦେଶରେ ମୋଟାପା, ମଧୁମେହ ଏବଂ ମସଲସ ଉଇଙ୍କନେସ ର କାରଣ ହୋଇଥାଏ l

ICMR ରିପୋର୍ଟ କଣ କହୁଛି ?
ICMR ଏବଂ ନେସନାଲ ଇନ୍ଷ୍ଟିଚିୟୁଟ ଅଫ ନିୟୁଟ୍ରିସନ ଦ୍ୱାରା ହୋଇଥିବା ରିସର୍ଚ୍ଚ ରେ ଭାରତୀୟ ଲୋକଙ୍କ ଖାଦ୍ୟର ବିସ୍ଲେସଣ କରାଯାଇଥିଲା, ଯେଉଁଥିରେ ଜଣାପଡିଥିଲା ଯେ ଭାରତୀୟ ଙ୍କ ଖାଦ୍ୟ ରେ ୬୦ ରୁ ୭୦ ପ୍ରତିଶତ କାର୍ବୋହାଇଡ୍ରେଟ ରହିଥାଏ, ଯେବେକି ପ୍ରୋଟିନ ମାତ୍ର ୧୦ ପ୍ରତିଶତ ରହିଥାଏ, ଏହାର ଅର୍ଥ କି ଲୋକେ ପେଟ ଭରି ନିଅନ୍ତି କିନ୍ତୁ ଶରୀର କୁ ଉଚିତ ମାତ୍ରାର ପୋଷଣ ମିଳି ନଥାଏ l

ଏହାଛଡା ଭାରତୀୟ ଥାଳି ରେ ଭାତ, ରୁଟି, ଆଳୁ ଭଳି କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ସବୁଠୁ ଅଧିକ ଦେଖିବାକୁ ମିଳିଥାଏ l  ICMR ର ରିପୋର୍ଟ ଅନୁସାରେ ଅଧିକ ମାତ୍ରାରେ ଶରୀରରେ ଏହି ଖାଦ୍ୟ ସୁଗାର ଲେବୁଲ ବୃଦ୍ଧି କରିଥାଏ l ଯେଉଁ କାରଣରୁ ଥକା ଲାଗିଥାଏ , ଓଜନ ବଢିଥାଏ l

ପ୍ରୋଟିନ ର କମି ଦ୍ୱାରା ଦୁର୍ବଳ ହୋଇଥାଏ ଭାରତୀୟ ସହର –
ICMR ର ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତିକୁ ପ୍ରତିଦିନ ପାଖାପାଖି ୬୦ ଗ୍ରାମ ପ୍ରୋଟିନ ର ଆବଶ୍ୟକତା ରହିଥାଏ, କିନ୍ତୁ ଅଧିକାଂଶ ଭାରତୀୟ ମାତ୍ର ୩୫-୪୦ ଗ୍ରାମ ପ୍ରୋଟିନ ଖାଇ ଥାଆନ୍ତି l ଡାଲି, ଦୁଗ୍ଧ, ଅଣ୍ଡା ଏବଂ ସୋୟାବିନ ଭଳି ପ୍ରୋଟିନ ଭାରତୀୟ ଥାଳି ରୁ ଗାୟବ ରହିଥାଏ l ଏହି ରିପୋର୍ଟ ଅନୁସାରେ ଦକ୍ଷିଣ ଭାରତର ଲୋକେ ଭାତ ଉପରେ ନିର୍ଭରଶୀଳ, ଉତର ଭାରତର ଲୋକେ ଗହମ ଉପରେ ନିର୍ଭର କରନ୍ତି, ଏବଂ ପୂର୍ବ -ଉତର ଉପକୂଳବର୍ତ୍ତୀ ଭାରତୀୟ ମାନେ ମାଛ ଏବଂ ନଡ଼ିଆ ଉପରେ ନିର୍ଭର କରନ୍ତି l ଯେଉଁଥିରୁ ତାଙ୍କୁ ସାମାନ୍ୟ ପ୍ରୋଟିନ ମିଳିଥାଏ, କିନ୍ତୁ ଏମିତିରେ ଦେଖିବାକୁ ଗଲେ ଭାରତୀୟ ମାନଙ୍କ ନିକଟରେ ପ୍ରୋଟିନ ର କମି ଦେଖିବାକୁ ମିଳେ l

ICMR ର ଚେତାବନୀ –
– ଭାରତୀୟ ମାନେ ନିଜ ଖାଦ୍ୟରେ ସୁଧାର ଆଣିବା ଜରୁରୀ l
– ନିଜ ଖାଦ୍ୟରେ ହେଲଦି ଫ୍ୟାଟ, ଶସ୍ୟ ଜାତୀୟ ଜିନିଷ, ମିଲେଟ ସାମିଲ କରିବା ଜରୁରୀ l
– ସବୁଜ ପନିପରିବା ସହିତ ଫଳମୂଳ ଖାଇବା ଆବଶ୍ୟକ l
– ଗୋଟିଏ ଭାରତୀୟ ଥାଳି ରେ ୨୫ ପ୍ରତିଶତ ପ୍ରୋଟିନ, ୫୦ ପ୍ରତିଶତ କାର୍ବସ୍ , ୨୫ ପ୍ରତିଶତ ହେଲଦି ଫ୍ୟାଟ ରହିବ ଆବଶ୍ୟକ l
– ନିୟମିତ ନିଜ ଖାଦ୍ୟରେ ଦୁଗ୍ଧ, ଦହି, ଅଣ୍ଡା, ଡାଲି , ସୋୟା, ଏବଂ ତରକାରୀ ସାମଲ କରନ୍ତୁ l

Leave A Reply