ଭୁବନେଶ୍ବର: ବିଶ୍ୱ ଆଲ୍ଜାଇମର୍ସ ଦିବସରେ ଆଲ୍ଜାଇମର୍ସ ଏବଂ ସମ୍ପର୍କିତ ବ୍ୟାଧି ସମାଜ, ଭାରତ (ARDSI) ର ଭୁବନେଶ୍ୱର ଶାଖା ପକ୍ଷରୁ, ସମୁଦାୟ ସଂଲଗ୍ନତା ଏବଂ ଆଲ୍ଜାଇମର୍ସ ଓ ଡିମେନ୍ସିଆ ବିଷୟରେ ବିବିଧ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ପ୍ରଭାତ ପଦଯାତ୍ରୀଙ୍କ ପାଇଁ ଅୟୋଜନ କରାଯାଇଥିଲା। ୧୫୦ରୁ ଅଧିକ ବିଭିନ୍ନ ବୟସର ଲୋକେ ସଂସ୍ଥାର ମନୋବିଜ୍ଞାନୀଙ୍କ ସହିତ ଆଲୋଚନା କରି ଡିମେନ୍ସିଆ ସମ୍ପର୍କିତ ବିଭିନ୍ନ ପ୍ରାସଙ୍ଗିକ ତଥ୍ୟ ଜାଣିଥିଲେ। ଉପସ୍ଥିତ ଅନେକ ପଦଯାତ୍ରୀ କିପରି ଡିମେନ୍ସିଆକୁ ପ୍ରତିରୋଧ କରିବାଯାଇପାରେ ସେଥିନେଇ ଆଗ୍ରହ ଦେଖାଇଥିଲେ। ପଦଯାତ୍ରୀମାନେ ମେମୋରି ଗେମ୍ସ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ବିଜେତାଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା।
ସେଠାରେ ଉପସ୍ଥିତ ଡ଼ା. ନିଧି ଗର୍ଗ (କାଳିଙ୍ଗ ହସ୍ପିଟାଲ୍), ମନୋବିଜ୍ଞାନୀ ମନିଷା ମିଶ୍ର ଏବଂ ସେସେଲ୍ସା ସେନ୍ ପଦଯାତ୍ରୀଙ୍କୁ ଡିମେନ୍ସିଆ ଓ ଆଲ୍ଜାଇମର୍ସର ଭିତରେ ତଫାତ, ପ୍ରତିରୋଧ ପଦ୍ଧତି, ଏବଂ ସୁସ୍ଥ ମସ୍ତିଷ୍କ ସେବା ବିଷୟରେ ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିଲେ।
ସିଲଭର ଏଜ୍ ଫାଉଣ୍ଡେସନ୍ ଫର୍ ଏଲଡର୍ସର ଟ୍ରଷ୍ଟି ଲୁସି ପଟ୍ଟନାୟକ ଓ ବନୀତା ମହାପାତ୍ର, ଯିଏକି ଡିମେନ୍ସିଆ କେୟାରରେ ପ୍ରଶିକ୍ଷିତ, ଜନସାଧାରଣଙ୍କୁ ଡିମେନ୍ସିଆ ସେବାର ଆହ୍ଵାନ ଓ ସମସ୍ୟାଗୁଡିକ ବିଷୟରେ ଜାଣାଇଥିଲେ। ମଣିଷ ଶରୀରରେ ମସ୍ତିଷ୍କ ସବୁଠାରୁ ଅବହେଳିତ ଅଙ୍ଗ କାରଣ ଏହା ଦେଖାଯାଏ ନାହିଁ ଏବଂ ଏହାର କ୍ଷତିରେ ପୀଡ଼ା ହୁଏ ନାହିଁ ବୋଲି ପ୍ରଭାବୀ ଢ଼ଙ୍ଗରେ ଅବଗତ କରାଇଥିଲେ।
ସଂସ୍ଥା ତରଫରୁ ସମାନ ଧରଣର ଆଉ ଏକ କାର୍ଯ୍ୟକ୍ରମ ସେପ୍ଟେମ୍ୱର ୧୯ ତାରିଖରେ ଭୁବନେଶ୍ୱରର କଳ୍ପନା ଛକ ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ରେ ବରିଷ୍ଠ ନାଗରିକଙ୍କ ସଂଲଗ୍ନତା ପାଇଁ ଆୟୋଜନ ହୋଇଥିଲା। ସିଲଭର ଏଜ୍ ଫାଉଣ୍ଡେସନ୍ ର ବରିଷ୍ଠ ସଦସ୍ୟମାନେ ନୃତ୍ୟ ଓ ସମୂହ ସଙ୍ଗୀତ ପରିବେଷଣ ମାଧ୍ୟମରେ ସକ୍ରିୟ ରହିବା ଡିମେନ୍ସିଆ ପ୍ରତିରୋଧର ପ୍ରମୁଖ ପନ୍ଥା ବୋଲି ସନ୍ଦେଶ ଦେଇଥିଲେ। ମଲ୍ରେ ବୃଦ୍ଧମାନେ ଫ୍ଲାଶ୍ ମବ୍ କରିଥିବାରୁ ଅନେକ ଦର୍ଶକ ଆକର୍ଷିତ ହୋଇ ସେଥିରେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଡ଼ା. ସୋମା ମିଶ୍ର ଲୋକଙ୍କ ସହ କଥାହେବା ସହିତ ସଚେତନତା ସୃଷ୍ଟି ପାଇଁ ଡିମେନ୍ସିଆର ଅନେକ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ସିଲଭର ଏଜ୍ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲ୍ଲୀପ ଦାସ ସଂଯୋଜନା କରିଥିଲେ ଏବଂ ପ୍ରିଲୁଡ ଇଭେଣ୍ଟସ୍ ଦ୍ୱାରା ଏହା ପରିଚାଳନା କରାଯାଇଥିଲା।
ଭୁବନେଶ୍ୱରରେ ବିଶ୍ୱ ଆଲ୍ଜାଇମର୍ ମାସ ଓ ବିଶ୍ୱ ଆଲ୍ଜାଇମର୍ ଦିବସର କାର୍ଯ୍ୟକ୍ରମ ଗୁଡିକ ସିଏସଏମ୍ ଟେକ୍ନୋଲୋଜି ଲିମିଟେଡର ସିଏସଆର୍ ପ୍ରକଳ୍ପ ସହାୟତାରେ ହୋଇଥିଲା। ସିଏସଏମ୍ ଟେକ୍ନୋଲୋଜି ସରକାର ଓ ବିଭିନ୍ନ ଶିଳ୍ପକୁ ପ୍ରଯୁକ୍ତି ସେବା ଏବଂ ରୂପାନ୍ତରକାରୀ ସମାଧାନ ଦେଇଥାଏ। କମ୍ପାନୀର ନିର୍ଦ୍ଦେଶିକା ଲଗ୍ନା ପାଣି କହିଥିଲେ ଯେ କମ୍ପାନୀର ସିଏସଆରର ମୁଖ୍ୟ କେନ୍ଦ୍ରବିନ୍ଦୁ ସମାବେଶ ଓ ବଶିଷ୍ଠ ନାଗରିକମାନଙ୍କ ସମସ୍ୟା ସମାଧାନରେ ଧ୍ୟାନ ଦେବା, କାରଣ ଆୟୁବୃଦ୍ଧି ସହିତ ଏହାର ସମ୍ବେଦନଶୀଳତା ଓ ପ୍ରାସଙ୍ଗିକତା ବଢ଼ିଚାଲିଛି।
ସିଲଭର ଏଜ୍ ଫାଉଣ୍ଡେସନ୍ ଫର୍ ଏଲଡର୍ସ ୨୦୧୭ରୁ ଓଡିଶାରେ ବରିଷ୍ଠ ନାଗରିକମାନଙ୍କ ସଶକ୍ତିକରଣ ଓ ସୁସ୍ଥତା ପାଇଁ କାମ କରୁଥିବା ଏକମାତ୍ର ସମାଜିକ ସଂଗଠନ। ସଂସ୍ଥା ଏକ ସ୍ୱସ୍ଥ ବୟସ୍କତା କେନ୍ଦ୍ର (Healthy Aging Centre) ପରିଚାଳନା କରିଥାଏ, ଯେଉଁଠି ଯୋଗ, ନୃତ୍ୟ, ସଙ୍ଗୀତ, ଡିଜିଟାଲ୍ ଏବଂ ଟେକ୍ନୋଲୋଜି, ଆଇନ ସମ୍ପର୍କିତ କ୍ଲାସ୍ ହୋଇଥାଏ। ଏହା ସହିତ ସଂସ୍ଥା ଆଲ୍ଜାଇମର୍ସ ଏବଂ ସମ୍ପର୍କିତ ବ୍ୟାଧି ସମାଜ, ଭାରତ (ARDSI) ର ଭୁବନେଶ୍ୱର ଶାଖା ମଧ୍ୟ ପରିଚାଳନା କରିଥାଏ। ARDSI ୧୯୯୨ରୁ ଭାରତର ପ୍ରମୁଖ ଜାତୀୟ ସଂଗଠନ ଯାହା ଡିମେନ୍ସିଆ ଓ ଆଲ୍ଜାଇମର୍ସ ରୋଗୀଙ୍କ ସହ କାମ କରୁଛି। ଏହାର ଦେଶରେ ୨୦ଟି ଶାଖା ଅଛି। ଡିମେନ୍ସିଆ ଓ ଆଲ୍ଜାଇମର୍ସ ସମାଜରେ ଏକ ପ୍ରମୁଖ କ୍ରମବର୍ଦ୍ଧିଷ୍ଣୁ ସମସ୍ୟା ଏବଂ ସମାଜ ପାଇଁ ଅତ୍ୟନ୍ତ କଳଙ୍କିତ ଅଧ୍ୟାୟ।
କ୍ଷୁଦ୍ର ପରିବାର (Nuclear Family) ଓ ଆୟୁବୃଦ୍ଧି ସହିତ, ଅନୁମାନିତ ୧ କୋଟିରୁ ଅଧିକ ୬୦+ ବୟସ୍କ ଏହାର ପ୍ରଭାବରେ ଅଛନ୍ତି। ଭୁବନେଶ୍ୱର ଓ ଓଡିଶାରେ ଏହାର ସେବା ସୁବିଧା ପୂର୍ଣ୍ଣ ଅବ୍ୟବସ୍ଥିତ ଏବଂ ଏଦିଗରେ ସଚେତନତା ବି ଅତ୍ୟନ୍ତ କମ୍ ରହିଛି।
ଏହି ରୋଗର କୌଣସି ଚିକିତ୍ସା ଜ୍ଞାତସାରରେ ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ।