Odisha news

ଇସ୍ଲାମିକ NATO ସୈନ୍ୟ ସଂଗଠନ ତିଆରି କରିବାକୁ ମୁସ୍ଲିମ ରାଷ୍ଟ୍ର ପ୍ରସ୍ତୁତ

0

କତର ରାଜଧାନୀ ଦୋହା ରେ ଗତ ସପ୍ତାହରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି, ଏହାକୁ ନେଇ ଦୁନିଆର ଅନେକ ମୁସ୍ଲିମ ରାଷ୍ଟ୍ର ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି, ଅନ୍ୟ ପକ୍ଷରେ ଇସ୍ରାଏଲ ର ଆକ୍ରମଣ କୁ ନେଇ ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଦୁନିଆର ୫୦ ରୁ ଉର୍ଧ୍ଵ ମୁସ୍ଲିମ ଦ୍ୱଷ ର ନେତା କତର ରାଜଧାନୀ ଦୋହା ଠାରେ ସେପ୍ଟେମ୍ବର ୧୫ ତାରିଖରେ ବୈଠକ କରିଛନ୍ତି, ୧୪ ତାରିଖ ଦିନ ମଧ୍ୟ ମୁସଲିମ ରାଷ୍ଟ୍ରର ବିଦେଶ ମନ୍ତ୍ରୀ ମାନେ ବୈଠକ କରିଥିଲେ, ଯେଉଁଥିରେ ମୁସ୍ଲିମ ଦେଶ ଗୁଡିକ ଏକ ଆରବ ସୈନ୍ୟ ସଂଗଠନ କରିବା ପାଇଁ ଚର୍ଚା କରିଥିଲେ, କାତର ରେ ହେଉଥିବା ଶିଖର ସମିଳନୀ ରେ ସାଉଦି ଆରବ, ମିଶ୍ର , ଇରାନ, ପାକିସ୍ତାନ, ତୁର୍କୀ, ସମେତ ଆରବ ଲିଗ ଏବଂ ଇସ୍ଲାମିକ ସହଯୋଗ ସଂଗଠନ ର ୫୦ ରୁ ଉର୍ଧ୍ଵ ସଦସ୍ୟ ଦେଶ ର ନେତା ସାମିଲ ରହିଛନ୍ତି l

ରବିବାର ୧୪ ତାରିଖରେ ହୋଇଥିବା ବୈଠକ ରେ ମିଶର ପକ୍ଷରୁ ଆରବ ନାଟୋ ସଂଗଠନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା l ମିଶ୍ର ଆରବ ଦୁନିଆର ସେହି ଦେଶ ଯାହା ନିକଟରେ ସବୁଠୁ ବଡ଼ ସେନା ବାହିନୀ ରହିଛି, ଏହି ବୈଠକ ରେ ଏକମାତ୍ର ପରମାଣୁ ସମ୍ପନ ମୁସଲିମ ଦେଶ ପାକିସ୍ତାନ ମଧ୍ୟ ସାମିଲ ରହିଥିଲା l ପାକିସ୍ତାନ ମଧ୍ୟ ସଂଜୁକ୍ୟ ଟାସ୍କ ଫୋର୍ସ କରିବା ପାଇଁ ଆହ୍ୱାନ କରିଥିଲା l ଯିଏ କି ଇସ୍ରାଏଲ ର ଗତିବିଧି ଉପରେ ନଜର ରଖିବ l

ଏବଂ ପାକିସ୍ତାନ ପକ୍ଷରୁ ୭ ସୂତ୍ରୀ ପ୍ରସ୍ତାବ ମଧ୍ୟ ଦିଆଯାଇ ଥିଲା, ଏବଂ ଦାବି କରିଥଲା ଯେ ଇସ୍ରାଏଲ କୁ ସଂଯୁକ୍ତ ରାଷ୍ଟ୍ର ରୁ ବାହାର କରାଯାଉ l କତର ର ବିଦେଶ ମନ୍ତ୍ରଣାଳୟ ଊହାଯାଇଛି ଯେ ଇସ୍ରାଏଲ ଆକ୍ରମଣ କୁ ଆଲୋଚନା ହେବ ଏବଂ ଇସ୍ରାଏଲ କୁ ଉଚିତ ଜବାବ ଦିଆଯିବ l ଏହାଦ୍ୱାରା ଆମେରିକା ଏବଂ ଇସ୍ରାଏଲ କୁ ସିଧାସଳଖ ସନ୍ଦେଶ ଦିଆଗଲା ଯେ କତର ଏକା ନୁହେଁ ତା ସହିତ ସମସ୍ତ ମୁସ୍ଲିମ ରାଷ୍ଟ୍ର ଅଛନ୍ତି l

Leave A Reply