ଗସ୍ତ ସମୟରେ, ଶ୍ରୀ ଫୁଙ୍କୱାଲ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଉଥିବା ଢେଙ୍କାନାଳ ଏବଂ ତାଳଚେର ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ ହେଉଛି ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ, ଯାତ୍ରୀ-ଅନୁକୂଳ ହବରେ ପରିଣତ କରିବା ପାଇଁ ସୁବ୍ୟବସ୍ଥିତ ପ୍ରତୀକ୍ଷାଳୟ, ଉନ୍ନତ ସଞ୍ଚାଳନ କ୍ଷେତ୍ର, ଉନ୍ନତ ପ୍ଲାଟଫର୍ମ, ଆଧୁନିକ ସମ୍ମୁଖଭାଗ ଏବଂ ବିଶ୍ୱସ୍ତରୀୟ ଯାତ୍ରା ଅଭିଜ୍ଞତା ପାଇଁ ଆବଶ୍ୟକ ସମସ୍ତ ସୁବିଧା ଉପଲବ୍ଧ ହେବ।
ମହାପ୍ରବନ୍ଧକ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଉକ୍ତ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମୀକ୍ଷା କରିଥିଲେ। ସୁରକ୍ଷା ମାନଦଣ୍ଡର କଠୋର ପାଳନ, ଉଚ୍ଚ ମାନର କାର୍ଯ୍ୟାନ୍ବୟନ ଏବଂ ସମସ୍ତ କାର୍ଯ୍ୟ ସମୟସୀମା ଭିତରେ ସମାପ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇ ପାଇଁ ପ୍ରାଥମିକତା ଏବଂ ଏହା ଯାତ୍ରୀଙ୍କ ଆରାମ ଏବଂ ପରିଚାଳନା ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ଆଣିବ।