Odisha news

ଓଡ଼ିଶା ସୂଚନା କମିଶନଙ୍କ ଐତିହାସିକ ନିର୍ଦ୍ଦେଶ : ଓଡ଼ିଶା ଲୋକସେବା ଆୟୋଗକୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ସୂଚନା କମିଶନ

 ସୂଚନା କମିଶନଙ୍କ ନିୟମ ଅନୁଯାୟୀ ଅଟକାଯାଇପାରିବ ନାହିଁ ସାକ୍ଷାତକାର ଫଳାଫଳ

0

ଭୁବନେଶ୍ୱର (Suvendra Pattanaik) : ଏକ ସାମ୍ପ୍ରତିକ ରାୟରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନଥିବା ଜଣେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ଶ୍ରୀମତୀ ମିନତୀ ରାଣୀ ମହାପାତ୍ର ଇତିହାସ ବିଷୟ ପାଇଁ ସହକାରୀ ଶିକ୍ଷକ ପଦବୀ ନିମନ୍ତେ ଆବେଦନ କରିଥିଲେ । ବିଜ୍ଞାପନ ଅନୁଯାୟୀ କ୍ୟାରିୟର ମାର୍କ ଏବଂ ସାକ୍ଷାତକାର ମାର୍କ ଉପରେ ଆଧାରିତ ଥିଲା । ଜୁନ୍‌ ୨୦୨୨ ମସିହାରେ ଓଡ଼ିଶା ଲୋକସେବା କମିଶନ ଦ୍ୱାରା ପ୍ରକାଶିତ ମନୋନୀତ ପ୍ରାର୍ଥୀଙ୍କ ତାଲିକାରେ ସେ ତାଙ୍କ ନାମ ପାଇ ନଥିଲେ । ଫଳାଫଳରେ ଅସ;ୁଷ୍ଟ ହୋଇ ସେ ଡିସେମ୍ବର ୨୦୨୨ ମସିହାରେ ଆର୍‌ଟିଆଇରେ ଆବେଦନ ପୂର୍ବକ ଲୋକସେବା କମିଶନଙ୍କ ନିକଟରେ କ୍ୟାରିଅର ମୂଲ୍ୟାୟନ ଏବଂ ସାକ୍ଷାତକାରରେ ତାଙ୍କୁ ମିଳିଥିବା ମାର୍କର ବିବରଣୀ ମାଗିଥିଲେ । ଓଡିଶା ଲୋକସେବା ଆୟୋଗ ତାଙ୍କୁ କ୍ୟାରିଅରର ମାର୍କ ପ୍ରଦାନ କରିଥିଲା । କି;ୁ ଡିସେମ୍ବର ୨୦୨୨ରେ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଆଧାରରେ ତାଙ୍କର ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ମନାକରି ଦେଇଥିଲା । ସୂଚନା କମିଶନଙ୍କ ସମ୍ମୁଖରେ ଶୁଣାଣି ସମୟରେ ଓଡ଼ିଶା ଲୋକସେବା ଆୟୋଗର ପ୍ରତିନିଧି ଯୁକ୍ତି ବାଢ଼ିଥିଲେ ଯେ ଉକ୍ତ ପଦବୀରେ ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ସାକ୍ଷାତକାର ମାର୍କ ରେକର୍ଡ କରାଯାଏ ନାହିଁ କିମ୍ବା କୌଣସି ସର୍ବନିମ୍ନ ମାର୍କ ସ୍ଥିର କରାଯାଏ ନାହିଁ । ଓଡ଼ିଶା ଲୋକସେବା ଆୟୋଗର ପ୍ରତିନିଧି ଯୁକ୍ତି ଦେଇଥିଲେ ଯେ ସାକ୍ଷାତକାର ହେଉଛି ସେମାନଙ୍କର ବ୍ୟକ୍ତିତ୍ୱ ଓ କଥନ ଶୈଳୀ ଦକ୍ଷତା ଇତ୍ୟାଦିର ଏକ ପରୀକ୍ଷା, ଏବଂ ସାକ୍ଷାତକାରରେ କେବଳ ଯୋଗ୍ୟତା ନିର୍ଣ୍ଣୟ କରାଯାଏ । ପ୍ରାର୍ଥୀମାନଙ୍କୁ କେବଳ ସେମାନେ ଉପଯୁକ୍ତ କି ଅନୁପଯୁକ୍ତ ବୋଲି ସୂଚନା ଦିଆଯାଏ । ପ୍ରାର୍ଥୀମାନଙ୍କୁ ନିର୍ଦ୍ଦିଷ୍ଟ ମାର୍କ ଦିଆଯାଏ ନାହିଁ କିମ୍ବା କୌଣସି ଯୋଗ୍ୟ ତାଲିକା ପ୍ରକାଶ କରାଯାଏ ନାହିଁ ।
ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ମନୋଜ ପରିଡା ତାଙ୍କ ଐତିହାସିକ ରାୟରେ କହିଛନ୍ତି ଯେ ଓଡ଼ିଶା ଲୋକସେବା ଆୟୋଗର ଏପରି ନିଷ୍ପତ୍ତି ସୂଚନା ଅଧିକାର ଆଇନର ବ୍ୟବସ୍ଥା ବିରୁଦ୍ଧ । ପ୍ରାର୍ଥୀଙ୍କର ସାକ୍ଷାତକାରରେ ପାଇଥିବା ମାର୍କ ଜାଣିବାର ପୂର୍ଣ୍ଣ ଅଧିକାର ରହିଛି । ଏହା ଦ୍ୱାରା ସେ ପରବର୍ତ୍ତୀ ପ୍ରୟାସରେ ତାଙ୍କର ପ୍ରଦର୍ଶନକୁ ଉନ୍ନତ କରି ପାରିବେ । ପ୍ରତ୍ୟେକ ପ୍ରାର୍ଥୀ, ବିଶେଷ କରି, ପରୀକ୍ଷାରେ ବିଫଳ ହୋଇଥିବା ପ୍ରାର୍ଥୀଙ୍କର ଜାଣିବାର ଅଧିକାର ଅଛି ଯେ ସେମାନେ କେଉଁ ଆଧାରରେ ସଫଳ ହୋଇ ପାରିଲେ ନାହିଁ । ଏ ସମ୍ବନ୍ଧରେ ଓଡ଼ିଶା ଲୋକସେବା ଆୟୋଗ ପ୍ରାର୍ଥୀମାନଙ୍କୁ ଅନ୍ଧାରରେ ରଖି ପାରିବ ନାହିଁ । ତାଙ୍କ ଆଦେଶରେ ଶ୍ରୀ ପରିଡା କହିଛନ୍ତି ଯେ ସୂଚନା ଅଧିକାର ଆଇନ, ୨୦୦୫ ର ଧାରା ୨୨ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବାରେ ଅନ୍ୟ ସମସ୍ତ ଆଇନ ଏବଂ ନିୟମକୁ ସମର୍ଥନ ଦିଏ । ଓଡ଼ିଶା ଲୋକସେବା ଆୟୋଗକୁ ଏହାର ପ୍ରକ୍ରିୟା ପରିବର୍ତ୍ତନ କରିବାକୁ ଏବଂ ପ୍ରାର୍ଥୀମାନଙ୍କୁ ମିଳିଥିବା ମାର୍କ ସମ୍ପର୍କରେ ବିବରଣୀ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply