Odisha news

ଗିରଫ ହେଲା ମୁମ୍ବାଇ ଟ୍ରାଫିକ ପୋଲିସ କୁ ଧମକ ଦେଇଥିବା ଅଭିଯୁକ୍ତ

0

ଗିରଫ ହେଲା ମୁମ୍ବାଇ ଟ୍ରାଫିକ ପୋଲିସକୁ ଧମକ ଦେଇଥିବା ଅଭିଯୁକ୍ତ ,୫ ସେପ୍ଟେମ୍ବର ରେ ହ୍ଵାଟ୍ସଆପ ରେ ଦେଇଥିଲା ଧମକ ,୧୪ ଆତଙ୍କବାଦୀଙ୍କ ଅନୁପ୍ରବେଶ ର ମିଳିଥିଲା ଧମକ ,୪୦୦ କେଜି RDXରେ ଉଡ଼ାଇବାର ରହିଥିଲା ପ୍ଲାନ , ନେବାର ଥିଲା ୧କୋଟି ସାଧାରଣ ଲୋକଙ୍କ ଜୀବନ , ଯାହା ହଜାଇ ଦେଇଥିଲା ମୁମ୍ବାଇ ପୋଲିସର ନିଦ l
ଏହିଭଳି କିଛି ଧମକ ମିଳିଥିଲା ମୁମ୍ବାଇ ଟ୍ରାଫିକ ପୋଲିସ କୁ, ଯାହାକୁ ନେଇ ମେସେଜ ଆସିଥିବା ହ୍ଵାଟ୍ସଆପ ନମ୍ବର କୁ ପୋଲିସ ଦ୍ରୁତ ବେଗରେ ଯାଞ୍ଚ ଆରମ୍ଭ କରିଥିଲା, କିନ୍ତୁ ଧମକ ଦେଇଥିବା ଅଭିଯୁକ୍ତ କୁ ସେପ୍ଟେମ୍ବର ୬ ରେ ନୋଏଡା ରୁ ଗିରଫ କରାଯାଇଛି , ଅଭିଯୁକ୍ତ ଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ ୧୪ ଲସ୍କର-ଏ-ଜିହାଦି ମୁମ୍ବାଇରେ  ଅନୁପ୍ରବେଶ କରିଛନ୍ତି ଏବଂ ୩୪ ଟି ଗାଡ଼ିରେ ୪୦୦ କିଲୋ RDX ଜରିଆରେ ବିସ୍ଫୋଟ କରିବାର ଷଡଯନ୍ତ୍ର କରିଛନ୍ତି, ନୋଏଡା ପୋଲିସ ଅଭିଯୁକ୍ତ କୁ ସେକ୍ଟର ୧୧୩ ରୁ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି l
ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ପଚରାଉଚରା ଆରମ୍ଭ କରିଦେଇଛି, ଏବଂ ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ ଏବଂ ସିମ୍ କାର୍ଡ  ଜବତ ହୋଇଛି, ପ୍ରାରମ୍ଭିକ ଯାଞ୍ଚ ରେ ଅଭିଯୁକ୍ତ ନିଜକୁ ଜ୍ୟୋତିଷ କହିଥିଲେ, ଏବଂ ନିଜ ନାମ ଅଶ୍ୱିନୀ ବୋଲି କହିଥିଲେ l ଏବଂ ସେ ୩ମାସ ଜେଲ ରେ ଥିବାର ମଧ୍ୟ ସୂଚନା ମିଳିଛି l ସେ ନିଜ ପ୍ରାରମ୍ଭିକ ଯାଞ୍ଚ ରେ କହିଛି ସେ କାହାକୁ ଫସାଇବା ପାଇଁ ଏହି ମେସେଜ କରିଥିଲା l

Leave A Reply