ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଶୀ ଜିଙ୍ଗପିଙ୍ଗ ଙ୍କର ରବିବାର ଦିନ ଦ୍ୱିପାକ୍ଷିକ ସାକ୍ଷାତ ସମସ୍ତଙ୍କ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି, ଯାହାକି ୨୦୨୦ ରେ ଗଳବାନ ଘାଟି ରେ ଉତେଜନା ପରେ ସାମାନ୍ୟ ସମ୍ପର୍କ କରିବା ପାଇଁ ମୁଖ୍ୟ ପଦକ୍ଷେପ ଅଟେ l ଏହି SCO ସମମିଟ ରେ ସୀମା ବିବାଦ, ଡାଇରେକ୍ଟ ଫ୍ଲାଇଟ, ମାନସରୋବର ଯାତ୍ରା ଏବଂ ଅନେକ ବାଣିଜ୍ୟ ଭିତିକ କାର୍ଯ୍ୟ କୁ ନେଇ ଆଲୋଚନା ହେବ l ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟ ନେତା ମାନଙ୍କ ଉପସ୍ଥିତି ରେ ଏହି SCO ସମିଟ କ୍ଷେତ୍ରୀୟ ଶରକ୍ଷା, ଆର୍ଥିକ ସହଯୋଗ ଏବଂ ବହୁ ଧୃବୀୟ ବିଶ୍ୱ ବ୍ୟବସ୍ଥାରେ ବୃଦ୍ଧି କରିବାର ଏହି ମଞ୍ଚ ର ଉଦେଶ୍ୟ l
ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଡି଼ଇଇ ସୀମା ପାର ଆତଙ୍କବାଦ କୁ ପ୍ରମୁଖ ମୁଦା ଭାବରେ ଉଠାଇଛନ୍ତି, ସେ କହିଛନ୍ତି ଏହାର ପ୍ରଭାବ କେବଳ ଭାରତ ନୁହେଁ ଚୀନ ଉପରେ ମଧ୍ୟ ପଡୁଛି, ତେଣୁ ଉଭୟ ଦେଶ ଏହାକୁ ନେଇ କଠୋର ପଦକ୍ଷେପ ଗ୍ରହଣ କରିବା ଜରୁରୀ l
ପ୍ରଧାନମନ୍ତ୍ରୀ ମୋଦି ଏବଂ ରୁଷ ରାଷ୍ଟ୍ରପତି ପୁଟିନ ଙ୍କ ମଧ୍ୟରେ ସାଂଘାଇ ଶିଖର ସମ୍ୱିଲ୍ଲନି ସମାପନ ପରେ ଦ୍ୱିପାକ୍ଷିକ ବୈଠକ ପାଇଁ ଗୋଟିଏ ଗାଡି ରେ SCO ସମିଟ ସାକ୍ଷାତକାର ସ୍ଥଳରେ ପହଂଚିଥିଲେ l ଏହା ଉଭୟ ଦିଶଙ୍କ ମଧ୍ୟରେ ଦୃଢ଼ କୂଟନୀତିକୁ ଦର୍ଶାଉଛି, ଏହାଛଡା ଶୀ ଜିଙ୍ଗପିଙ୍ଗ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ଙ୍କ ମଧ୍ୟରେ ଗୋଟିଏ ଔପଚାରିକ ସାକ୍ଷାତକାର ର ଫଟୋ ସାମ୍ନାକୁ ଆସିଥିଲା l
ଏହି ସମ୍ମିଳନୀ ରେ ମୋଦୀ କହିଥିଲେ ଯେ ଭାରତ ଗତ ୪୦ ବର୍ଷରୁ ଉର୍ଧ୍ଵ ହେଲାଣି ଆତଙ୍କବାଦ ର ଶିକାର ହୋଇଆସୁଛି l ନିକଟରେ ଆମେ ପହଁଲଗାମ ର ଆତଙ୍କବାଦୀ ଆକ୍ରମଣ ର ଦୃଷ୍ଟାନ୍ତ ଦେଖିଚୁ l ବର୍ତମାନ ସ୍ଥିତିରେ ମୁଁ ମୋର ମିତ୍ର ଦେଶ ମାନଙ୍କ ନିକଟରେ ଆଭାର ବ୍ୟକ୍ତ କରୁଛି l