Odisha news

ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମେକ୍ର ରଖିଲେ ନିଜର ପ୍ରତିଶୃତି ଏବଂ ମେଡାଗାସ୍କର କୁ ଫେରାଇଲେ ୧୨୮ ବର୍ଷ ତଳ ଯୁଦ୍ଧର କଟା ମୁଣ୍ଡ

0

ଗୋଟିଏ ଯୁଦ୍ଧ ହୋଇଥିଲା ୧୨୮ ବର୍ଷ ପୂର୍ବେ, ଏହି ଯୁଦ୍ଧରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ରାଜାଙ୍କ ମୁଣ୍ଡ କାଟି ଦେଇଥିଲା, ଏବଂ ଏହି କଟା ମୁଣ୍ଡକୁ ବିଜୟ ର ଉପହାର ଭାବରେ ନିଜ ଦେଶକୁ ନେଇଯାଇଥିଲା, ଇତିହାସ ର ଏହି ନିର୍ଣ୍ଣାୟକ ଯୁଦ୍ଧ ହୋଇଥିଲା ଫ୍ରାନ୍ସ ଏବଂ ମେଡଗାସ୍କର ମଧ୍ୟରେ, ଏହି ଯୁଦ୍ଧରେ ଫ୍ରାନ୍ସିସି ସୈନ୍ୟ ମେଡଗାସ୍କର ରାଜାଙ୍କ ର ଶିର କାଟ କରିଥିଲେ l

ହିନ୍ଦ ମହାସାଗର ମଧ୍ୟରେ ଆଫ୍ରିକାର ପୂର୍ବ ତଟରେ ଥିବା ମେଡଗାସ୍କର ଦୀପ ରେ ହୋଇଥିବା ଏହି ଯୁଦ୍ଧ ର ଚିତ୍କାର ଆଜି ମଧ୍ୟ ସ୍ଥାନୀୟ ଜନଜାତି ଙ୍କ ମନରେ ଛାଇ ହୋଇରହିଛି, ଏହି ଯୁଦ୍ଧ ଉପନିବେଶ ର ବିସ୍ତାର, ସାଂସ୍କୃତିକ ଭେଦଭାବ ଏବଂ ସ୍ଥାନୀୟ ପ୍ରତିନିଧି ର ଗୋଟିଏ ଜଟିଳ କାହାଣୀ ଅଟେ l

ମେଡ଼ାଗାସ୍କର ବିଭିନ୍ନ ସଂଘର୍ଷ ଦେଇ ତିଆରି ହୋଇଥିବା ଗୋଟିଏ ଦେଶ, ଦୁନିଆର ଚତୁର୍ଥ ସବୁଠୁ ବଡ଼ ଦୀପ ଅଟେ l ୧୯ ଶତାବ୍ଦୀ ର ଆରମ୍ଭ ରେ ମେଡ଼ାଗାସ୍କର ର ଅନେକ ଅଞ୍ଚଳ ସ୍ଥାନୀୟ ମେରିନା ସାମ୍ରାଜ୍ୟ ର ଅଧୀନ ରେ ଥିଲା, ଏହାର ନେତା ରଦମା 1 ଜଣେ ନାମୀ ରାଜା ଥିଲେ, ଏହି ରାଜା ବ୍ରିଟିଶ ସାମ୍ରାଜ୍ୟବାଦୀ ଙ୍କ ସହିତ ବନ୍ଧୁତା କରିଥିଲେ ଏବଂ ଈସାଈ ଧର୍ମ ର ପ୍ରସାର କରିଥିଲେ, କିନ୍ତୁ ତାଙ୍କ ପତ୍ନୀ ଏହାକୁ ବିରୋଧ କରିଥିଲେ l କିନ୍ତୁ ତାଙ୍କର ମୃତ୍ୟୁ ପରେ ୟୁରୋପ ସଙ୍ଘ ସହିତ ପୁନର୍ବାର ବନ୍ଧୁତା ହୋଇଥିଲା l

୧୮୯୫ ରେ ଫ୍ରାନ୍ସିସି ସେନା ମେଡ଼ାଗାସ୍କର ର ରାଜଧାନୀ ତାନାନାରୀବ ଉପରେ କବ୍ଜା କରିଥିଲେ, ଏବଂ ରାଣୀ ଙ୍କୁ ଗୋଟିଏ ସନ୍ଧି ଉପରେ ହସ୍ତାକ୍ଷର କରିବା ପାଇଁ ବାଧ୍ୟ କରିଥିଲେ, ଏହି ସମୟ ରେ ଗୌଲିଏନି ମେଡ଼ାଗାସ୍କର ର କମାଣ୍ଡର ଥିଲେ, ଏବଂ ସେ ମେଡ଼ାଗାସ୍କର  ଉପରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଲେ, ଯାହାକୁ ନେଇ ସେ ହିନ୍ଦ ମହାସାଗର ରେ ଗୋଟିଏ ରଣନୀତି ର ସ୍ଥାନ ଭାବୁଥିଲେ l

୧୮୯୭ ରେ ସେ ମେରିନା ସାମ୍ରାଜ୍ୟ ର ଶେଷ ରାଣୀ ଙ୍କୁ ଗାଦିରୁ ହଟାଇ ମାଲାଗଏସି ରାଜତନ୍ତ୍ର ର ସମାପ୍ତି କରିଦେଲେ, ଏହି ଭାବରେ ମେଡ଼ାଗାସ୍କର ରେ ଏହି ରାଜାଙ୍କୁ ନିଜ ଶତ୍ରୁ ଭାବୁଥିଲେ, ଆମ୍ବିକି ନରସଂହାର ୨୯ ଅଗଷ୍ଟ ୧୮୯୭ ରାତିରେ ଫ୍ରାଂସୀସୀ ସୈନ୍ୟ ଙ୍କ ଅଭିଯାନ ସମୟ ରେ ହୋଇଥିଲା, ରାଜା ଟୋଏରା ଙ୍କ ଆତ୍ମସମର୍ପଣ ସତ୍ୱେ ଫ୍ରାନ୍ସିସି ସୈନ୍ୟ ଅଚାନକ ଆମ୍ବିକି ଉପରେ ଅତର୍କିତ ଆକ୍ରମଣ କରିଥିଲେ, ଏବଂ ଟୋଏରା ଙ୍କ ସହିତ ଅନେକ ରାଜନେତା ଠାରୁ ନେଇ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ l

ଏବଂ ଏଥିରେ ୨୫୦୦ ଜଣଙ୍କୁ ସଂହାର କରାଯାଇଥିଲା, ସାମ୍ରାଜ୍ୟବାଦୀ ଉନ୍ମାଦ ରେ ଫ୍ରାନ୍ସ ସେନା ଏହି ଯୁଦ୍ଧରେ ରାଜା ଟଏରା ଙ୍କ ମୁଣ୍ଡ କାଟି ତାହୂ ନିଜ ସହିତ ନେଇଥିଲେ l କିନ୍ତୁ ଯୁଦ୍ଧର ୧୨୮ ବର୍ଷ ଅଗଷ୍ଟ ୩୧ ତାରିଖ ଦିନ ଏହି ଖୋପଡୀ ହିନ୍ଦ ମହାସାଗର ଦୀପ କୁ ଫେରିବ l ଏବଂ ଯେଉଁଠି ୧୨୮ ବର୍ଷ ପରେ ଏହାକୁ ପୋତାଯିବ, ଏତେଦିନ ହେଲାଣି ଏହି ଖୋପଡୀ ପ୍ୟାରିସ ସଂଗ୍ରହାଳୟ ରଖାଯାଇଥିଲା l

ଚଳିତ ବର୍ଷ ଅପ୍ରେଲ ମାସରେ ଫ୍ରାନ୍ସ ରାଷ୍ଟ୍ରପତି ଈମାନୁଏଲ ମେକ୍ର ମେଡାଗାସ୍କର ଯାତ୍ରା କରିଥିଲେ ଏବଂ ୧୨୮ ବର୍ଷ ତଳର ଯୁଦ୍ଧ ପାଇଁ କ୍ଷମା ପ୍ରାର୍ଥନା କରି କହିଥିଲେ ୧୨୮ ବର୍ଷ ତଳେ ଯୁଦ୍ଧରେ କଟା ଯାଇଥିବା ମୁଣ୍ଡ କୁ ମେଡାଗାସ୍କର କୁ ଫେରାଇବେ  l ମେଡାଗାସ୍କର ୧୯୬୦ ରେ ଫ୍ରାନ୍ସ ନିକଟରୁ ସ୍ୱାଧୀନତା ହୋଇଥିଲା l

Leave A Reply