• ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଅତୁଳନୀୟ
• ଦେବଗଡ଼ରେ ଗଣେଶ ପୂଜାକୁ ନେଇ ଲୋକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଓ ଉତ୍ସାହ ଅଛି
• ଦେବଗଡ଼ରେ ସାଂସ୍କୃତିକ ଓ ପର୍ଯ୍ୟଟନ ବିକାଶକୁ ଆଗେଇ ନେବା ଦିଗରେ ସାମୂହିକ ଉଦ୍ୟମ କରିବା
ଦେବଗଡ଼, ଅଗଷ୍ଟ ୨୭ – ଗଣେଶ ପୂଜା ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ସମନ୍ୱୟର ପ୍ରତୀକ ବୋଲି ବୁଧବାର ଦେବଗଡ଼ର ବିଭିନ୍ନ ସ୍ଥାନରେ ଆୟୋଜିତ ଗଣେଶ ପୂଜାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଦେବଗଡ଼ରେ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜିତ ୭୬ ତମ ସାର୍ବଜନୀନ ଗଣେଶ ମେଳାରେ ସାମିଲ ହେବା ସହ ବିଭିନ୍ନ ପୂଜା ମଣ୍ଡପ ବୁଲି ଦର୍ଶନ କରିଛନ୍ତି । ‘ଶ୍ରୀ ଗଣେଶ ଚତୁର୍ଥୀ’ର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗଣେଶ ପୂଜା ସାମାଜିକ ଐକ୍ୟ ଓ ସାମୟିକ ପ୍ରଗତିର ବିଶେଷ ଆକର୍ଷଣ । ଦେବଗଡ଼ରେ ଗଣେଶ ପୂଜାକୁ ନେଇ ଲୋକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଓ ଉତ୍ସାହ ଅଛି । ସବୁଠି ଅଧ୍ୟାତ୍ମିକ ବାତାବରଣ ତିଆରି ହୋଇଛି । ଶ୍ରୀଗଣେଶ ପୂଜାର ପରମ୍ପରାକୁ ଆକର୍ଷଣୀୟ ଭାବେ ଲମ୍ବା ସମୟ ଧରି ଆୟୋଜନ ହୋଇ ଆସୁଥିବାରୁ ଶ୍ରୀ ପ୍ରଧାନ ସମସ୍ତ ପୂଜା କମିଟିର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଘ୍ନହର୍ତା ଭଗବାନ ଶ୍ରୀଗଣେଶଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସି ଓ ଉଲ୍ଲାସ ଓ ସମୃଦ୍ଧି ଆଣିଦେବା ନେଇ ସେ ପ୍ରାର୍ଥନା କରିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ୧୯୩୬ ମସିହା ଏପ୍ରିଲ ମାସ ପହିଲାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିଥିଲା । ଏହାକୁ ରୂପ ଦେବାରେ ଦିଗରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ । ଏହା ତାଙ୍କର ପ୍ରଗତିଶୀଳ ଦୂରଦୃଷ୍ଟି ନେତୃତ୍ୱର ପ୍ରତିଫଳନ । ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରତ୍ୟକ୍ଷ ଦିଗଦର୍ଶନ କାରଣରୁ ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି ପାଇଥିଲା । ଦେବଗଡ଼ରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ନେଇ ସମସ୍ତଙ୍କ ଉଦ୍ୟମରେ ଏକ ମ୍ୟୁଜିୟମ କରିବା । ଏହା ସହ ଜିଲ୍ଲାରେ ଅନେକ ପୁରାତନ ମନ୍ଦିର ଅଛି । ଦେବଗଡ଼ରେ ସାଂସ୍କୃତିକ ଓ ପର୍ଯ୍ୟଟନ ବିକାଶକୁ ଆଗେଇ ନେବା ଦିଗରେ ସେହି ସବୁ ମନ୍ଦିରର ବିକାଶ କରିବା ଉପରେ ଦୃଷ୍ଟି ଦେବା ଦିଗରେ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।