Odisha news

ଶରୀର ପକ୍ଷରେ ଖାଇସାରି ଗାଧୋଇବା କେତେ ହିତକର : ଆସନ୍ତୁ ଜାଣିବା

ଶରୀରକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଜୀବନଚର୍ଯ୍ୟା ନିହାତି ଆବଶ୍ୟକ l  କିନ୍ତୁ ତାହା ସଠିକ ଭାବରେ ହେବା ଉଚିତ l କାରଣ ଆମର ନିତ୍ୟକର୍ମର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ l କିଛି ଲୋକଙ୍କୁ ଖାଇବା ପରେ ଗାଧୋଇବା ର ଅଭ୍ୟାସ ଥାଏ l ତେଣୁ ଆସନ୍ତୁ ଆଜି ଆମେ ଜାଣିବା ଶରୀର ପକ୍ଷରେ ଖାଇସାରି ଗାଧୋଇବା କେତେ ହିତକର ଅଟେ l

* ସୁସ୍ଥ ରହିବା ପାଇଁ ସବୁଠୁ ଅଧିକ ଆବଶ୍ୟକ ଜରୁରୀ ଅଟେ ଦୈନନ୍ଦିନ ଜୀବନ ଚର୍ଯ୍ୟା l ଦୈନନ୍ଦିନ ଜୀବନଚର୍ଯ୍ୟାରେ ଆମର ଶୌଚ , ସ୍ନାନ , ଭୋଜନ ଓ ଶୟନ ପାଇଁ ନିର୍ଦ୍ଧିଷ୍ଟ ସମୟ ଥାଏ l ସେଥି ମଧ୍ୟରୁ ଗୋଟିଏ ହେଉଛି ସ୍ନାନ ବା ଗାଧୋଇବା l କୁହାଯାଏ ଯେ ଖାଇବା ପରେ ଗାଧୋଇବା ଉଚିତ ନୁହେଁ l ସେଥିପାଇଁ ବିଜ୍ଞାନ ମଧ୍ୟ କହୁଛି ଶରୀର ପାଇଁ କ୍ଷତି କାରକ l

* ଯଦି ଆପଣ ଖାଇବା ପରେ ତୁରନ୍ତ ଗାଧୋଇ ଥାଆନ୍ତି , ତେବେ ଏହା ଆପଣଙ୍କ ଶରୀର ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ l ଗାଧୋଇ ସାରି ଖାଇବା ଦ୍ୱାରା ଖାଦ୍ୟ ହଜମ ହେବାର ସମସ୍ୟା ଦେଖାଦିଏ l ଏହା ଏଥିପାଇଁ ହୁଏ କାରଣ ପେଟର କୋଷିକା ଗୁଡିକ ଠିକ ଭାବରେ କାର୍ଯ୍ୟ କ୍ଷମ ହୋଇ ନ ଥାଆନ୍ତି l ତେଣୁ ଖାଇବାର ଏକ ଘଣ୍ଟା ପରେ ଗାଧୋଇବା ଆବଶ୍ୟକ l

* ଆୟୁର୍ବେଦ ଅନୁସାରେ ଯେତେବେଳେ ଆପଣ ଭୋଜନ ପରେ ତୁରନ୍ତ ସ୍ନାନ କରନ୍ତି ଶରୀରରେ ଅଗ୍ନି ତତ୍ୱ ସକ୍ରିୟ ହୋଇଯାଏ l ଯେଉଁ କାରଣରୁ ଶରୀରର ତାପମାତ୍ରା କମି ଯାଏ ଓ ପାଚନ ପ୍ରକ୍ରିୟା ଧୀରେ ହୁଏ ଓ ଥଣ୍ଡା ସମସ୍ୟା ଲାଗି ରୁହେ l

* ଚିକିତ୍ସା ବିଜ୍ଞାନ ଅନୁସାରେ ଆମେ ଗାଧୋଇ ସାରିବା ପରେ ଆମ ଶରୀରର ତାପମାତ୍ରା କମି ଯାଏ ଓ ଖାଦ୍ୟ ହଜମ ହେବାକୁ ବାଧା ଉପୁଜିବା ସହିତ ଥଣ୍ଡା ସମସ୍ୟା ମଧ୍ୟ ଲାଗି ରହିଥାଏ l ତେଣୁ ଯେତେବେଳେ ଆପଣ ଖାଦ୍ୟ ଖାଇ ଦେଉଛନ୍ତି ତାର ଏକ ଘଣ୍ଟା ପର୍ଯ୍ୟନ୍ତ ଗାଧାନ୍ତୁ ନାହିଁ l

Comments are closed.