ମାନ୍ୟତା ଅନୁସାରେ ବାସ୍ତୁଶାସ୍ତ୍ର ର ଅନେକ ମହତ୍ତ୍ଵ ଆମ ଜୀବନରେ ରହିଛି । ବାସ୍ତୁ ଶାସ୍ତ୍ରରେ କିଛି ଭୁଲ କାରଣରୁ ଘରେ ବାସ୍ତୁ ଦୋଷ ଲାଗି ଯାଇଥାଏ । ଯାହାର ପ୍ରଭାବ ବ୍ୟକ୍ତିର ଆର୍ଥିକ ଓ ପାରିବାରିକ ସ୍ଥିତି ଉପରେ ପଡିଥାଏ । ବାସ୍ତୁଶାସ୍ତ୍ର ରେ ଏପରି କିଛି ଭୁଲ କରିବା ଉଚିତ୍ ନୁହେଁ ଯାହା ଆମ ଜୀବନ ଉପରେ ଖରାପ୍ ପ୍ରଭାବ ପକାଇ ଥାଏ ।
* ଚୁଲି ଉପରେ ଖାଲି ଓ ଅଇଁଠା ବାସନ ରଖନ୍ତୁ ନାହିଁ – ଚୁଲି କୁ ମା ଲକ୍ଷ୍ମୀ ଙ୍କ ସ୍ଥାନ ଦିଆଯାଇଛି । ତେଣୁ କେବେବି ନିଜ ଚୁଲି ଉପରେ ଅଇଁଠା ବାସନ ଓ ଖାଲି ବାସନ ରଖନ୍ତୁ ନାହିଁ । ଚୁଲି ଉପରେ ଖାଲି ବାସନ ରଖିବା ଦ୍ଵାରା ଦାରିଦ୍ର୍ୟ ଦେଖା ଦେଇଥାଏ । ମାନ୍ୟତା ଅନୁସାରେ ରୋଷେଇ ଘର ଘରର ସବୁଠୁ ପବିତ୍ର ସ୍ଥାନ ଅଟେ । ଏହି ସ୍ଥାନରେ ଦେବାଦେବୀ ବାସ କରନ୍ତି । ତେଣୁ ରୋଷେଇ ଘରେ ଅଇଁଠା ପକାଇବାକୁ ମନା କରା ଯାଇଥାଏ ।
* ଏହି ଦିଗରେ ରଖନ୍ତୁ ନାହିଁ ଡଷ୍ଟ ବିନ – ଘରର ଉତ୍ତର ଦିଗରେ କେବେବି ଡଷ୍ଟ୍ବ ବିନ ରଖିବା ଉଚିତ୍ ନୁହେଁ ।ଘରର ଉତ୍ତର ଦିଗ କୁବେରଙ୍କ ଦିଗ ଅଟେ । ଏହି ଦିଗ ରେ ମାତା ଲକ୍ଷ୍ମୀ ବାସ କରନ୍ତି । ଏହି ଦିଗଟି ସକାରାତ୍ମକ ଉର୍ଯା ଯୋଗାଇ ଥାଏ । ତେଣୁ ଘରର ଉତ୍ତର ଦିଗକୁ ସବୁବେଳେ ସଫା ସୁତୁରା ରଖା ଯାଇଥାଏ ।
* ଅଇଁଠା ବାସନ ରଖନ୍ତୁ ନାହିଁ – କେବେବି ଘରେ ଅଇଁଠା ବାସନ ପକାଇ ରଖିବା ଉଚିତ୍ ନୁହେଁ । ଯେଉଁ ବ୍ୟକ୍ତି ମାନେ ରାତିରେ ଅଇଁଠା ବାସନ ପକାଇ ସୋଇ ଥାଆନ୍ତି ଓ ସକାଳୁ ତାକୁ ଧୁଅନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହି ନଥାଏ ।

Comments are closed.