ବାସୁଦେବପୁର ବ୍ଲକର ଖରିଦା ବିନାୟକପୁର ପଞ୍ଚାୟତର ମହାଦେବ ସାହିରେ ଭୟାନକ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳିଗଲା ତିନି ପରିବାର ୧୨ ବଖରା ଘର । ଖବର ପାଇ ବାସୁଦେବପୁର ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ଖରିଦା ବିନାୟକପୁର ପଞ୍ଚାୟତର ମହାଦେବ ସାହିର ରମେଶ ବାରିକ, ସର୍ବେଶ୍ବର ବାରିକ ଓ ପ୍ରମିଳା ବାରିକଙ୍କ ଘରେ ଗତକାଲି ବିଳମ୍ବିତ ରାତ୍ରିର ଅଚାନକ ନିଆଁ ଲାଗିଯାଇଥିଲା । ଘରେ ଧୂଆଁ ମୟ ହେବାରୁ ଅଣନିଶ୍ବାସ ହେବାରୁ ନିଦ ଭାଙ୍ଗିଯାଇଥିଲା । ଚାହୁଁ ଚାହୁଁ ଅଗ୍ନିକାଣ୍ଡ ଭୟଙ୍କର ରୂପ ଧାରଣ କରିଥିଲା । ପାଟି ଶୁଣି ଆଖପାଖ ଗ୍ରାମର ଲୋକମାନେ ପହଞ୍ଚି ପାଣି ଢାଳିଥିଲେ । ଖବର ପାଇ ବାସୁଦେବପୁର ଦମକଳ କେନ୍ଦ୍ରର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଛି । ଏପରିକି ନଗଦ ଅର୍ଥ ପୋଡି ପାଉଁଶ ହୋଇ ଯାଇଛି । ଅଗ୍ନି ବିପନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଜେଡିର ବ୍ଲକସଭାପତି ଦୀନବନ୍ଧୁ ଦାସ, ଅଶୋକକୁମାରନାୟକ, ପିତାମ୍ବର ମିଶ୍ର, ଦାମୋଦର ମହାକୁଡ, ଖଗେନ୍ଦ୍ର ଦାସ । ବିପନ୍ନ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ତହସିଲଦାର ସୌଭାଗ୍ଯ ରଞ୍ଜନ ପଣ୍ଡା କହିଛନ୍ତି ।.
