Odisha news

ଏହି ଉପାୟରେ ଘରେ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ , ସୁଖ ସମୃଦ୍ଧି ସହିତ ଘରେ ଶାନ୍ତି ମଧ୍ୟ ମିଳିଥାଏ

ବିଘ୍ନ ହର୍ତା ଗଣେଷଙ୍କ ମୂର୍ତ୍ତି କୁ ସମସ୍ତେ ନିଜ ଘରେ ନିଶ୍ଚିନ୍ତ ଆମେ ରଖିଥାଉ । କାରଣ ଏହା ଘରର ସୁଖ ସମୃଦ୍ଧି କୁ ବୃଦ୍ଧି କରିଥାଏ ଓ ଘରର ସମସ୍ତ ଅସୁବିଧା ଦୂରେଇ ଯାଇଥାଏ । ଆମେ ଗଣେଷଙ୍କ ମୂର୍ତ୍ତି ଉପହାର ଭାବରେ ମଧ୍ୟ ଦେଇଥାଉ । କିନ୍ତୁ ଏହି ମୂର୍ତ୍ତି ଉପହାର ଦେବା ପଛରେ କିଛି ଗୋଟିଏ ବିଶେଷ କାରଣ ରହିଛି ।
* ଭୁଲ୍ ରେ ମଧ୍ୟ ଏହି ସ୍ଥାନରେ ରଖନ୍ତୁ ନାହିଁ ଗଣେଶ ଙ୍କ ମୂର୍ତ୍ତି : ଭୁଲ୍ ରେ ମଧ୍ୟ ଘରର ବାଥ୍ ରୁମ୍ କାନ୍ଥ ରେ ଗଣେଷଙ୍କ ମୂର୍ତ୍ତି ରଖିବା ଉଚିତ୍ ନୁହେଁ । ଶୋଇବା ଘରେ କେବେବି ଗଣେଷଙ୍କ ମୂର୍ତ୍ତି ରଖିବା ଉଚିତ୍ ନୁହେଁ କାରଣ ଏହା ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ସୃଷ୍ଟି କରିଥାଏ ।
* ଏପରି ଗଣେଷଙ୍କ ମୂର୍ତ୍ତି ଘରେ ରଖନ୍ତୁ ନାହିଁ କିମ୍ବା ଉପହାର ଦିଅନ୍ତୁ ନାହିଁ – ଭଗବାନ୍ ଗଣେଶଙ୍କର ନୃତ୍ୟ କରୁଥିବା ମୂର୍ତ୍ତି କେବେବି ଘରେ ରଖିବା ଉଚିତ୍ ନୁହେଁ , ନା କେବେବି କାହାକୁ ଉପହାର ଦେବା ଆବଶ୍ୟକ । କାରଣ ମାନ୍ୟତା ରହିଛି ଯେ ଏହି ମୂର୍ତ୍ତି କଳହ ସୃଷ୍ଟି କରିଥାଏ ।
* ଏହିଭଳି ମୂର୍ତ୍ତି ଉପହାର ଦେବା ଉଚିତ୍ : କେବେ ଯଦି କାହାକୁ ଗଣେଶ ଙ୍କ ମୂର୍ତ୍ତି ଉପହାର ଦେବାକୁ ଚାହୁଁଛନ୍ତି ତେବେ ଗଣେଷଙ୍କ ସହ ଲକ୍ଷ୍ମୀ ଙ୍କ ମୂର୍ତ୍ତି ଉପହାର ଦେବା ଆବଶ୍ୟକ । ଏହା ସୁଖ ସମୃଦ୍ଧି ର ପ୍ରତୀକ ଅଟେ ।
* ଏହିଭଳି ମୂର୍ତ୍ତି ଆଣାନ୍ତୁ : ଘରକୁ କେବେବି ମୂର୍ତ୍ତି ଆଣୁଛନ୍ତି ତେବେ ବାମ ପଟକୁ ଶୁଣ୍ଢ ଥିବା ଆବଶ୍ୟକ । କାରଣ ଦକ୍ଷିଣ ଶୁଣ୍ଢ ଥିବା ଗଣେଷଙ୍କ ମୂର୍ତ୍ତି କୁ ପୂଜା କରିବା ପାଇଁ ବିଶେଷ ନିୟମ ରହିଛି ।
* ଏହିଭଳି ମୂର୍ତ୍ତି ଅନେକ ଶୁଭ ଅଟେ : ନବ ଦମ୍ପତି ଙ୍କୁ ଯଦି ଉପହାର ଦେଉଛନ୍ତି ଯଦି ବାଲ୍ ଗଣେଶ ମୂର୍ତ୍ତି ଉପହାର ଦିଅନ୍ତୁ । ବ୍ୟବସାୟ ରେ ଉନ୍ନତି ପାଇଁ ଘରେ ସିନ୍ଦୂର ରଙ୍ଗର ଫଟୋ ଲଗାଇବା ଉଚିତ୍ ।

Comments are closed.