ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ଗଛ କୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଥାଏ l ସେହି ଗଛ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଅପରାଜିତା ଗଛ l ଏହି ଗଛଟି କୁ ବାସ୍ତୁ ଶାସ୍ତ୍ରରେ ଖୁବ ଶୁଭ ବୋଲି ଗ୍ରହଣ କରାଯାଇ ଥାଏ l ଏହି ଗଛଟି ଲଗାଇବା ଦ୍ୱାରା ଘରର ଆର୍ଥିକ ସ୍ଥତି ମଜବୁତ ହୋଇଥାଏ ଓ ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l
* ଅପରାଜିତା ଗଛ ଲଗାଇବା ଦ୍ୱାରା ଘରକୁ ପଜିଟିଭ ଏନର୍ଜି ର ଆଗମନ ହୋଇଥାଏ l ଯେଉଁ କାରଣରୁ ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l
* ଯଦି କେହି ବ୍ୟକ୍ତି ବା ଛାତ୍ର ପରୀକ୍ଷାରେ ଅସଫଳ ହେଉଛନ୍ତି ତେବେ ନିଜ ବଗିଚା ରେ ଗୋଟିଏ ଅପରାଜିତା ଗଛ ଲଗାନ୍ତୁ l ଦେଖିବେ ସଫଳତା ଲାଭ କରିବେ l
* ଅପରାଜିତା ଗଛ ଘର ଅଗଣା ରେ ଲଗାଇବା ଦ୍ୱାରା ଆର୍ଥିକ ସ୍ଥିତି ରେ ସୁଧାର ଆସିଥାଏ ଓ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l ଏହାଛଡା ସାମଜିକ ସ୍ଥିତି ରେ ସୁଧାର ଆସିଥାଏ l
* ଯଦି ଆପଣଙ୍କ ଘରେ କୌଣସି କଥାକୁ ନେଇ କ୍ଳେଶ ଦେଖା ଦେଉଛି ତେବେ ଆପଣ ଅପରାଜିତା ର ଗଛ ଲଗାନ୍ତୁ l ଏହାଦ୍ୱାରା ଗୃହ କ୍ଳେଶ ଦୂର ହୋଇଥାଏ l
* ଅପରାଜିତା ଲଗାଇବା ସମୟରେ ଦିଗ ର ନିହାତି ଧ୍ୟାନ ରଖିବା ଜରୁରୀ l ଏହାକୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଲଗାଇବା ଦ୍ୱାରା ଫଳପ୍ରଦ ହୋଇଥାଏ l ଏହି ଗଛଟି କୁ ଗୁରୁବାର ଓ ଶୁକ୍ରବାର ରେ ଲଗାଇବା ଖୁବ ଶୁଭ ଅଟେ l