* ଅନେକ ଲୋକ ଏଭଳି ଥାଆନ୍ତି ଯିଏକି ଅନ୍ୟର ଘଣ୍ଟା ପିନ୍ଧିବାକୁ ପସନ୍ଦ କରି ଥାଆନ୍ତି, କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି କରିବା ଦ୍ୱାରା ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ, ଘଣ୍ଟା ହେଉଛି ସମୟ ର ପ୍ରତୀକ, ଅନ୍ୟର ଘଡି ପିନ୍ଧିବା ଦ୍ୱାରା ଆପଣଙ୍କ ଭଲ ସମୟ ମଧ୍ୟ ଖରାପ ହୋଇଯାଇଥାଏ l
* କିଛି ଲୋକ ଅନ୍ୟର ସୁନ୍ଦର ମୁଦି ଦେଖି ଖୁବ ଆକର୍ଷିତ ହୋଇ ଯାଇ ଥାଆନ୍ତି, ଯଦି ଆମେ ଅନ୍ୟର ମୁଦି ନିଜ ହାତରେ ଧାରଣ କରିଥାଉ ତେବେ ଏହା ଆମ ଭାଗ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ, ଏବଂ ଏହା ଆପଣଙ୍କ ସୌଭାଗ୍ୟ କୁ ଦୁର୍ବଳ କରିଦେଇଥାଏ l
* ଅନ୍ୟର ପିନ୍ଧିଥିବା ପୋଷାକ ବିଶେଷ ଭାବରେ ନ ଧୋଇ କଦାପି ପିନ୍ଧିବା ଉଚିତ ନୁହେଁ, କାହିଁକିନା ଏହାଦ୍ୱାରା ଦୁର୍ଭାଗ୍ୟ ଆମ ପଛେ ପଛେ ଗୋଡାଇଥାଏ l
* ଅନ୍ୟର ବିଛଣାରେ ବସି ତ ପାରିବେ , କିନ୍ତୁ ଅନ୍ୟର ବିଛଣା ରେ ଶୋଇବା କଦାପି ଠିକ ନୁହେଁ, ଏହା ଆପଣଙ୍କ ପ୍ରଗତିରେ ବାଧା ଆଣିଥାଏ, ଏବଂ ଦୁର୍ଭାଗ୍ୟ କୁ ଆକର୍ଷିତ କରିଥାଏ l
* ଆମେ କୌଣସି ସିଗନେଚର ବା ହସ୍ତାକ୍ଷର କରିବା ପାଇଁ ଅନ୍ୟର କଲମ ର ବ୍ୟବହାର କରିଥାଉ, କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଆପଣଙ୍କ କ୍ୟାରିଅର ରେ ବାଧା ଆଣିଥାଏ, ଏବଂ ଶିକ୍ଷାରେ ମଧ୍ୟ ଖୁବ ବାଧା ସୃଷ୍ଟି ହୋଇଥାଏ l