ଆମ ଭାରତୀୟ ସଂସ୍କୃତିରେ ବାସ୍ତୁଶାସ୍ତ୍ର ର ଅନେକ ମହତ୍ୱ ରହିଛି l ଆମର ଦିନଚର୍ଯ୍ୟାର ପ୍ରତ୍ୟେକ କାର୍ଯ୍ୟରେ ବାସ୍ତୁ ଶାସ୍ତ୍ରର ଆବଶ୍ୟକତା ପଡିଥାଏ l ଯାହାକୁ ଆମେ ଆମର ଦୈନନ୍ଦିନ ଜୀବନରେ ପାଳନ କରିଥାଉ l ଶାସ୍ତ୍ର ଅନୁସାରେ କୁହାଯାଇ ଥାଏ ଯେ ରାତି ସମୟରେ ଲୁଗା ଧୋଇବା ଉଚିତ ନୁହେଁ l କଣ ରହିଛି ଏହା ପଛର କାରଣ ଆସନ୍ତୁ ଜାଣିବା l
* ବାସ୍ତୁଶାସ୍ତ୍ର ଅନୁସାରେ ରାତି ସମୟରେ ଲୁଗା ଧୋଇବା ଉଚିତ ନୁହେଁ, ଯଦି ବି ଲୁଗା ଧୋଉଛନ୍ତି ଶୁଖାଇବା ଉଚିତ ନୁହେଁ l ଏହାଦ୍ୱାରା ଗୃହସ୍ଥ ମାନଙ୍କ ଜୀବନରେ କଳହ ଲାଗି ରହିଥାଏ l ଏହା ଅଶୁଭ ହୋଇଥାଏ l
* ବାସ୍ତୁଶାସ୍ତ୍ର ଅନୁସାରେ ରାତି ସମୟରେ କପଡା ଧୋଇବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ ଏବଂ ସର୍ବଦା ଅଶାନ୍ତି ଓ ବିଦ୍ରୋହ ଲାଗି ରହିଥାଏ l ଏହାଛଡା ରାତିରେ ଓଦା କପଡା ଶୁଖାଇବା ଦ୍ୱାରା ଜୀବନରେ ଋଣ ଭାର ର ବୃଦ୍ଧି ହୋଇଥାଏ l
* ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଲୁଗା ଧୋଇ ବାହାରେ ଶୁଖାଇବା ଦ୍ୱାରା ନକାରାତ୍ମକ ଉର୍ଜା ର ଆଗମନ ହୋଇଥାଏ l ଏବଂ ପରଦିନ ସେହି ପୋଷାକ କୁ ପିନ୍ଧିବା ଦ୍ୱାରା ଆପଣଙ୍କ ମଧ୍ୟରେ ନକାରାତ୍ମକ ଶକ୍ତିର ବିକାଶ ହୋଇଥାଏ l
* ଯଦି ଆପଣ ରାତି ସମୟରେ ନିଜର ପୋଷାକ ସଫା କରୁଛନ୍ତି ଏହାଦ୍ୱାରା ଆପଣ ମାନସିକ ସ୍ତରରେ ଅଶାନ୍ତ ରହିବେ l ଏହାଛଡା ଦିନସାରା କଳହ ଲାଗି ରହିଥାଏ,ଯଦିବି ଆପଣ ରାତିରେ ନିଜର ପୋଷାକ ଧୋଉଛନ୍ତି ତେବେ ବାସ୍ତୁଶାସ୍ତ୍ର ଅନୁସାରେ ତାହାକୁ କଦାପି ଖୋଲା ଆକାଶ ତଳେ ଶୁଖାଇବା ଉଚିତ ନୁହେଁ l