ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କେଉଁ ଦିଗର ମୁଖ୍ୟ ଦ୍ଵାରରେ ରଖିବେ କେଉଁ ରଙ୍ଗର ଫୁଟ୍ ମ୍ୟାଟ , ଯାହାଦ୍ଵାରା ଜୀବନ ରେ ସମସ୍ତ କ୍ଷେତ୍ରରେ ମିଳିବ ସଫଳତା
ବାସ୍ତୁ ଶାସ୍ତ୍ର ରେ ଆମ ଜୀବନ ର ସମସ୍ତ କାର୍ଯ୍ୟ କୁ ନେଇ କୁହାଯାଇଛି । ତାହା ପିନ୍ଧିବା ହେଉ କିମ୍ବା ଖାଇବା ହେଉ କିମ୍ବା ବ୍ୟବହାର କରିବା ହେଉ , ପ୍ରତ୍ୟେକ ଜିନିଷ ର ଅଲଗା ଅଲଗା ମହତ୍ତ୍ଵ ରହିଛି । ଆଜିର ବାସ୍ତୁ ଶାସ୍ତ୍ର ରେ ବିଶେଷ ଭାବରେ କେଉଁ ଦିଗକୁ ଘରର ମୁଖ୍ୟାଦ୍ୱାର ରହିଥିଲେ କେଉଁ ରଙ୍ଗର ଫୁଟ୍ ମ୍ୟାଟ୍ ପକାଇବା ଜରୁରୀ ସେହି ବିଷୟରେ କୁହାଯାଇଛି ।
– ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଉତ୍ତର ଦିଗକୁ ରହିଛି ତେବେ ଆପଣ ଧଳା , ହଳଦିଆ କିମ୍ବା କ୍ରିମ ବା ଘିଅ କଲର ର ପା – ପୋଛା ବା ଫୁଟ୍ ମ୍ୟାଟ ରଖିବା ଜରୁରୀ ।
– ଯଦି ଆପଣଙ୍କ ପ୍ରବେଶ ଦ୍ଵାର ଦକ୍ଷିଣ ଦିଗକୁ ରହିଛି ତେବେ ଗୋଲାପି , ନାଲି କିମ୍ବା ଧଳା ଓ ସବୁଜ ରଙ୍ଗର ଫୁଟ୍ ମ୍ୟାଟ ରଖିବା ଆବଶ୍ୟକ । ଏହା ଶୁଭ ସଂକେତ ଦେଇଥାଏ । ଏହି ରଙ୍ଗର ଫୁଟ୍ ମ୍ୟାଟ ବା ଡୋର ମ୍ୟାତ୍ ଆପଣ ପୂର୍ବ ମୁଖି ଘର ପାଇଁ ମଧ୍ୟ ବ୍ୟବହାର କରି ପାରିବେ ।
– ଯଦି ଆପଣଙ୍କ ଙ୍କ ଘରର ମୁଖ୍ୟ ଦ୍ଵାର ପଶ୍ଚିମ ଦିଗକୁ ରହିଛି ତେବେ କେବଳ ନାଲି ରଙ୍ଗର ଫୁଟ୍ ମ୍ୟାଟ ରଖନ୍ତୁ । ଏହାଦ୍ବାରା ଘରର ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ । ଜୀବନ ସୁଖମୟ ମଧ୍ୟ ହୋଇଥାଏ ।
– ଘରର ନକାରାତ୍ମକ ଶକ୍ତି କୁ ଦୂର କରିବା ପାଇଁ ଆପଣ ପା – ପୋଛ ତଳେ ଖଣ୍ଡିଏ କଳା କନାରେ କିଛି ଟା କର୍ପୁର ବାନ୍ଧି ରଖି ଦିଅନ୍ତୁ । ଏହା ନକାରାତ୍ମକ ଭାବନା କୁ ଦୂର କରିବାରେ ସାହାଯ୍ୟ କରିଥାଏ ।
– ଡୋର୍ ମ୍ୟାଟ୍ ବିଭିନ୍ନ ଆକୃତିର ରହିଥାଏ । ବିଶେଷ ଭାବରେ ଆୟତ କାର ଡୋର୍ ମ୍ୟାଟ୍ ଖୁବ୍ ଶୁଭ ଅଟେ । ଏହାଦ୍ବାରା ଘରର ସଦସ୍ୟ ଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ ।
