Odisha news

ବାସ୍ତୁଶାସ୍ତ୍ର ଅନୁସାରେ : କେଉଁ ଦିଗରେ ବସି ଭୋଜନ କରିବା ଉଚିତ

0

ଆଜିକାଲି ଆମେମାନେ ଆମ ଘରେ ବାସ୍ତୁଶାସ୍ତ୍ରକୁ ଅଧିକ ଧ୍ୟାନ ଦେଉଛୁ l ଘର ,ଠାକୁର ଘର ,ଅଫିସ ସମସ୍ତ ସ୍ଥାନ ପାଇଁ ବାସ୍ତୁର ଅଲଗା ଅଲଗା ନିୟମ ରହିଛି l ଅଧିକାଂଶ ଲୋକ ବାସ୍ତୁଶାସ୍ତ୍ର ଅନୁସାରେ ବସିକି ଖାଇବା ଦିଗକୁ ମଧ୍ୟ ନିର୍ଦ୍ଧାରଣ କରି ଥାନ୍ତି l ଏହା ଅନୁସାରେ ଯଦି ଜଣେ ବ୍ୟକ୍ତି ଠିକ ଦିଗରେ ବସି ଭୋଜନ କରିଥାଏ ତେବେ ତା ପରିବାରର ସମସ୍ତ ସଦସ୍ୟଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ରହିଥାଏ l ବାସ୍ତୁଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ ଯଦି ଆମେ ଭୁଲ ଦିଗରେ ବସି ଭୋଜନ କରିବା ତେବେ ଅଧିକାଂଶ ସମସ୍ୟା ଜୀବନରେ ଆସିବ l ତେବେ ଆସନ୍ତୁ ଜାଣିବା କେଉଁ ଦିଗର କଣ ମହତ୍ୱ ରହିଛି l

ପୂର୍ବ ଦିଗ -ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ପୂର୍ବ ଦିଗକୁ ମୁଖକରି ଖାଇବେ ତେବେ ଆପଣଙ୍କର ମାନସିକ ଅବସାଦ ଦୂର ହୋଇଯିବ l ତା ସହିତ ମସ୍ତିସ୍କ ମଧ୍ୟ ଫୁର୍ତି ରହିବ l ଯଦି କୌଣସି ବ୍ୟକ୍ତି କିମ୍ବା ବୟସ୍କ ଲୋକ ରୋଗଗ୍ରସ୍ତ ଅଛନ୍ତି ତେବେ ସେମାନଙ୍କୁ ପୂର୍ବ ଦିଗକୁ ମୁଖକରି ଭୋଜନ କରିବା ବଶ୍ୟକ l

ପଶ୍ଚିମ ଦିଗ -ପଶ୍ଚିମ ଦିଗଟିକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ l ଏହି ଦିଗକୁ ମୁଖକରି ଭୋଜନ କରୁଥିବା ବ୍ୟକ୍ତି ବ୍ୟବସାୟୀ ହୁଅନ୍ତୁ କିମ୍ବା ଚାକିରିଆ ସମସ୍ତଙ୍କ ପାଇଁ ଭଲ ହୋଇଥାଏ l

ଉତର ଦିଗ – ଯେଉଁ ବ୍ୟକ୍ତି ମାନେ ବ୍ରତ କରିଛନ୍ତି ତେବେ ସେମାନେ ନିଜର ବ୍ରତକୁ ସାର୍ଥକ କରିବା ପାଇଁ ଉତର ଦିଗକୁ ମୁଖ କରି ଭୋଜନ କରିବା ଆବଶ୍ୟକ l ଯଦି ଆପଣ ନିଜର ଚାକିରୀ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି ଦିଗକୁ ମୁଖକରି ଭୋଜନ କରନ୍ତୁ l

ଦକ୍ଷିଣ ଦିଗ -ଦକ୍ଷିଣ ଦିଗକୁ ଯମଙ୍କର ଦିଗ ବୋଲି କୁହାଯାଏ l ଏହି ଦିଗକୁ ଆପଣ ମୁଖକରି ଭୋଜନ କରି ପାରିବେ କିନ୍ତୁ ଯଦି ଆପଣଙ୍କର ମାତାପିତା ଜୀବିତ ଅଛନ୍ତି ଏହି ଦିଗକୁ ମୁଖକରି ଭୋଜନ କରିବା ଉଚିତ ନୁହେଁ  l

 

Leave A Reply