ବାସ୍ତୁ ଶାସ୍ତ୍ର ଅନୁସାରେ ଜରୁରୀ ଜିନିଷ କୁ ଘରେ ନିହାତି ରଖିବା ଉଚିତ l ଯଦି ଠିକ ସ୍ଥାନରେ ଠିକ ଜିନିଷ ରଖିଥାଉ ତେବେ ଏହାଦ୍ୱାରା ମଧ୍ୟ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ଓ ସୁଖ ସମୃଧିରେ ବାଧା ପ୍ରାପ୍ତ ହୋଇଥାଏ l ବିଶେଷ ଭାବରେ ଡଷ୍ଟବିନ କୁ ରଖିବା ଆବଶ୍ୟକ l ନଚେତ ଶାସ୍ତ୍ର ଅନୁସାରେ ଏହା ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ l
* ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଡଷ୍ଟବିନ କୁ କଦାପି ଉତ୍ତର – ପୂର୍ବ ଦିଗରେ ରଖିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଘରର ସଦସ୍ୟ ମାନଙ୍କ ମାନସିକ ଚିନ୍ତା ବଢ଼ିଥାଏ l ଏହାଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇ ଥାଆନ୍ତି l କାରଣ ଏହି ଦିଗରେ ଦେବଦେବୀ ବାସ କରି ଥାଆନ୍ତି l
* ଘରର ଦକ୍ଷିଣ ପୂର୍ବ ଦିଗରେ ଡଷ୍ଟବିନ ରଖିବା ଦ୍ୱାରା ଜମା ପୁଞ୍ଜି ସାରି ଯାଇଥାଏ l ଏଠାରେ ଡଷ୍ଟବିନ ରହିଲେ ଘରେ ପଇସା ରହିବାକୁ ଦେଇ ନଥାଏ l ଅଧିକାଂଶ କାରଣରେ ଏହା ଋଣର କାରଣ ମଧ୍ୟ ହୋଇଥାଏ l
* ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଡଷ୍ଟବିନ ରଖିବା ଉଚିତ ନୁହେଁ l ଏଠାରେ ଡଷ୍ଟବିନ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ସଫଳତା ରେ ବାଧା ଉପୁଜି ଥାଏ l
* ବାସ୍ତୁ ଶାସ୍ତ୍ର ଅନୁସାରେ ଡଷ୍ଟବିନ ରଖିବାର ସବୁଠୁ ଠିକ ଜାଗା ହେଉଛି ଦକ୍ଷିଣ ଦିଗ କିମ୍ବା ଦକ୍ଷିଣ ପଶ୍ଚିମ ଦିଗ l ଏହାଛଡା ଉତ୍ତର ପଶ୍ଚିମ ଦିଗ ରେ ମଧ୍ୟ ଡଷ୍ଟବିନ ରଖି ପାରିବl l ଏପରି କରିବା ଦ୍ୱାରା ଘରେ ସୁଖସମୃଦ୍ଧି ରହିଥାଏ l