ଆମ ଜୀବନରେ ସୁଖଶାନ୍ତି ର ପ୍ରଭାବ ପାଇଁ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ୱ ରହିଛି l ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଯଦି କିଛିଟା ନିୟମକୁ ମାନିବା ତେବେ ଆମ ଜୀବନ ରୁ ନକାରାତ୍ମକ ଶକ୍ତି ଦୂର ହେବ ଓ ସୁଖ ସମୃଦ୍ଧି ବୃଦ୍ଧି ହେବ l ବାସ୍ତୁଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ଆମେ ଘରର ବିଭିନ୍ନ ଦିଗରେ ରଖିଦେବା ଯାହାଦ୍ୱାରା ଧନ ସମୃଦ୍ଧି ହେବ l
* ନୀଳ ରଙ୍ଗର ପିରାମିଡ଼ :
ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ ନୀଳ ରଙ୍ଗର ପିରାମିଡ଼ ରଖିବା ଖୁବ ଶୁଭ ଅଟେ l ବାସ୍ତୁଶାସ୍ତ୍ର ଅନୁସାରେ ଏହି ଦିଗରେ ନୀଳ ରଙ୍ଗର ପିରାମିଡ଼ ରଖିବା ଦ୍ୱାରା ଧନ ର ଭଣ୍ଡାର ଖାଲି ହୋଇ ନଥାଏ l
* କାଚର ବାଉଲ :
କାଚର ବାଉଲ କୁ ଆପଣ ଯଦି ଘର ଭିତରେ ଯେ କୌଣସି ସ୍ଥାନରେ ଉତ୍ତର ଦିଗରେ ରଖିବେ ଓ ସେଥିରେ କିଛିଟା ଚାନ୍ଦି ମୁଦ୍ରା ରଖିଦେବେ ତେବେ ଘରେ ସର୍ବଦା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ ଓ ଶାନ୍ତି ରହିବ l
* ତୁଳସୀ ଓ ଅଁଳା :
ଘରର ଉତର ଦିଗରେ କିମ୍ବା ପୂର୍ବ ଉତର ଦିଗରେ ତୁଳସୀ ବୃକ୍ଷ ରଖିବା ଶୁଭ ହୋଇଥାଏ l ଏହା ବ୍ୟତୀତ ଅଁଳା ଗଛକୁ ଉତ୍ତର ଦିଗରେ ଲଗାଇବା ଦ୍ୱାରା ଅତି ଲାଭ ଦାୟକ l ଏହାଦ୍ୱାରା ଘର ପରିବାର ଆର୍ଥିକ ସମ୍ପର୍ଣ୍ଣତା ରେ ବୃଦ୍ଧି ହୋଇଥାଏ l
* ଭଗବାନ ଗଣେଶ ଓ ମା ଲକ୍ଷ୍ମୀ ଙ୍କ ମୂର୍ତି :
ବାସ୍ତୁ ଶାସ୍ତ୍ର ରେ ଘରର ଉତର ପୂର୍ବ ଦିଗରେ ଭଗବାନ ଗଣେଶ ଓ ମା ଲକ୍ଷ୍ମୀଙ୍କ ମୂର୍ତି ନିହାତି ରଖିବା ଆବଶ୍ୟକ l ଏହା ଛଡା ପ୍ରତିଦିନ ଘରର ମୁଖ୍ୟ ଦ୍ୱାରରେ ଦୀପ ଟିଏ ଲଗାଇବା ଉଚିତ l ଏହାଦ୍ୱାରା ଘରକୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ l
* ଉତ୍ତର ଦିଗ :
ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଦିଗର ଖୁବ ମହତ୍ୱ ରହିଛି l ଏହି ଦିଗଟି ହେଉଛି କୁବେର ଙ୍କ ଦିଗ ଅଟେ l ତେଣୁ ଏହି ଦିଗରେ ସର୍ବଦା ଘରର ଆଲମିରା, ସିନ୍ଦୁକ ଇତ୍ୟାଦି ରଖିବା ଉଚିତ l
