ବ୍ୟକ୍ତି ନିଜ ଜୀବନରେ ସମସ୍ତ ସୁଖ ସୁବିଧା ପାଇବା ପାଇଁ ଦିନ ରାତି ପରିଶ୍ରମ କରିଥାଏ । କିନ୍ତୁ ବେଳେବେଳେ ଘରେ ବାସ୍ତୁ ଦୋଷ ରହିବା କାରଣରୁ ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ତାହା ଅଣ୍ଟି ନଥାଏ ଅର୍ଥାତ୍ ନିଅଣ୍ଟିଆ ହୋଇଥାଏ । ଏହାର ଅର୍ଥ ଶାସ୍ତ୍ର ଅନୁସାରେ ଘରେ ବାସ୍ତୁ ଦୋଷ ରହିବା କାରଣରୁ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଧନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ । ଆସନ୍ତୁ ଆଜି ଜାଣିବା ଏପରି କିଛି ଜିନିଷ ରହିଛି ଯାହାକୁ ରଖିଲେ ଘରେ ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।
* ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାରରେ ଘୋଡ଼ା ନାଳ ସହିତ ଲେମ୍ବୁ ଓ ଲଙ୍କା ମିଶାଇ ବାନ୍ଧିଲେ ଘରକୁ ଖରାପ୍ ଦୃଷ୍ଟିରୁ ରକ୍ଷା କରିହୁଏ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ ଓ ଦାରିଦ୍ର୍ୟ ନାସ ହୋଇଥାଏ ।
* ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଉଇଣ୍ଡ୍ ଚାଇମ୍ ଲଗାଇଲେ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ । କୁହାଯାଏ ଯେ ଏହାକୁ ଲଗାଇବା ଦ୍ଵାରା ଏହାର ଶବ୍ଦରେ ବାସ୍ତୁ ଦୋଷ ଦୂର ହୁଏ ଓ ସକାରାତ୍ମକ ଶକ୍ତି ଜାଗ୍ରତ ହୁଏ ।
* ମାନ୍ୟତା ରହିଛି ଯେ ଲାଫିଙ୍ଗ ବୁଧା କୁ ଘରେ ରଖିବା ଶୁଭ ଅଟେ । କିନ୍ତୁ ଏହି ବୁଦ୍ଧ ଙ୍କ ମୂର୍ତ୍ତି ଅଢେଇ ଇଞ୍ଚ ରୁ ଅଧିକ ଯେପରି ହୋଇ ନଥିବ ଧ୍ୟାନ ରଖିବା ଆବଶ୍ୟକ । ଏହି ମୂର୍ତ୍ତିକୁ ଘରର ଉତ୍ତର ପଶ୍ଚିମ ଦିଗରେ ଲଗାଇବା ଦ୍ଵାରା ପଇସାର ଅସୁବିଧା ହୋଇ ନଥାଏ ।