ହିନ୍ଦୁ ଧର୍ମ ର ମାନ୍ୟତା ଅନୁସାରେ କିନ୍ନର ମାନଙ୍କ ଆଶୀର୍ବାଦ କୁ ଶୁଭ ସୂଚକ ଭାବରେ ଗ୍ରହଣ କରାଯାଇଥାଏ l ହିନ୍ଦୁ ଧର୍ମ ରେ ଯେକୌଣସି ପୂଜା ପର୍ବ ହେଉ କିମ୍ବା ଶୁଭ କାର୍ଯ୍ୟ ହୋଇଥାଉ କିନ୍ନର ମାନଙ୍କ ଆଶୀର୍ବାଦ ନିହାତି ଜରୁରୀ ଅଟେ l ମାନ୍ୟତା ଅନୁସାରେ କିନ୍ନର ଙ୍କ ଆଶୀର୍ବାଦ ଯେତିକି ଫଳପ୍ରଦ ଅଭିଶାପ ମଧ୍ୟ ସେତିକି ଫଳ ଦାୟକ l କିନ୍ତୁ ଆଜିର ଦିନରେ କିନ୍ନର ଙ୍କୁ ଦାନ କରିବା ର ରହିଛି ଅନେକ ମହତ୍ୱ l ଶାସ୍ତ୍ର ଅନୁସାରେ ବସନ୍ତ ପଞ୍ଚମୀ ସମୃଦ୍ଧିର ଦିନ ତେଣୁ ଅଧିକ ସୁଖ ସମୃଦ୍ଧି ପାଇଁ କିଛିଟା ଦ୍ରବ୍ୟ କିନ୍ନର ଙ୍କୁ ଦାନ କରନ୍ତୁ l
* କଦାପି କିନ୍ନର ଙ୍କୁ ଅପମାନ କରିବା ଉଚିତ ନୁହେଁ l ତାଙ୍କ ପାଟିରୁ ବାହାରି ଥିବା ଅଭିଶାପ ଖୁବ ଶୀଘ୍ର ଫଳି ଥାଏ l
* କିନ୍ନର ମାନଙ୍କୁ ଦାନ କରିବା ଖୁବ ଶୁଭ l କିନ୍ନର ଙ୍କୁ ଦାନ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ l
* କିନ୍ନର ଙ୍କୁ ସଧବା ନାରୀ ଙ୍କ ଜିନିଷ ଦାନ କରିବା ଦ୍ୱାରା ପୁତ୍ର ସନ୍ତାନ ପ୍ରାପ୍ତି ଯୋଗ ଖୋଲି ଯାଇଥାଏ ଏବଂ ଘର ପରିବାର ଙ୍କ ଜୀବନ ସୁଖ ଶାନ୍ତି ରେ କଟିଥାଏ l
* ଜୀବନ ରେ ଦରିଦ୍ରତା ନାଶ ପାଇଁ କିନ୍ନର ମାନଙ୍କୁ ଅନ୍ନ ଦାନ କରନ୍ତୁ l ଏହା ଖୁବ ଶୁଭ ହୋଇଥାଏ l
* ଯଦି ଆପଣଙ୍କ କାମରେ ବାଧା ବିଘ୍ନ୍ ଆସୁଛି ତେବେ କିନ୍ନର ମାନଙ୍କ ଢୋଲ ପୂଜା କରନ୍ତୁ l ଏହାଦ୍ୱାରା ଜୀବନ ରେ ସମୃଦ୍ଧି ମଧ୍ୟ ଆସିଥାଏ l