Odisha news

ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ବିଭିନ୍ନ କମିଟି ଗଠନ : କୋର୍‌ କମିଟିରେ ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ

0

ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ବିଭିନ୍ନ କମିଟି ଗଠନ କରିଛି। ଏଥିରେ କୋର୍‌ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଓ ଫାଇନାନ୍ସ କମିଟି ସାମିଲ ଅଛି।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ କହିଛନ୍ତି, କୋର୍‌ କମିଟିରେ ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେଭି ସିଂହଦେଓ, ସମୀର କୁମାର ମହାନ୍ତି, ସୁରମା ପାଢ଼ୀ ଓ ମାନସ କୁମାର ମହାନ୍ତିଙ୍କ ସମେତ ସୁନୀଲ ବଂଶଲ, ବିଜୟପାଲ ସିଂହ ତୋମର ଓ ଲତା ଉସେଣ୍ଡି ଅଛନ୍ତି।

Odisha Core Committee

ସେହିପରି ରାଜ୍ୟ ନିର୍ବାଚନ କମିଟିରେ ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ବିଶ୍ବେ୍ଶ୍ବର ଟୁଡୁ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେଭି ସିଂହଦେଓ, ସମୀର କୁମାର ମହାନ୍ତି, ସୁରମା ପାଢ଼ୀ, ଡ. ସମ୍ବିତ ପାତ୍ର ଓ ମାନସ କୁମାର ମହାନ୍ତି ଅଛନ୍ତି।

ଶୃଙ୍ଖଳା କମିଟିରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପର୍ଶୁରାମ ମାଝୀ, ନମିତାରାଣୀ ସାହୁ, ସୁଦୀପ୍ତ ରାୟ ଓ ସୁଦର୍ଶନ ନାୟକ ଥିବା ବେଳେ ଅର୍ଥ କମିଟିରେ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁଦର୍ଶନ ଗୋୟଲ, ସିଏ ଦିବାକର ହରିଚନ୍ଦନ, ବିନୋଦ ଦାଶ, ମୁରଲୀ ଶର୍ମା ଓ ଡ. ମୁରଲୀ କ୍ରିଷ୍ଣା ଅଛନ୍ତି।

IEC 2 years
Leave A Reply