Odisha news

ବିଜେପି ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀ ଅମ୍ବିକା ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ

0

ବାରିପଦା  : ସାଧାରଣ ନିର୍ବାଚନକୁ ନେଇ ମୟୂରଭଞ୍ଜ ରାଜନିତୀ ଚଳଚଞ୍ଚଳ ହୋଇଉଠିଛି । ମୟୂରଭଞ୍ଜ ଲୋକସଭା ପାଇଁ ବିଜେପି ପକ୍ଷରୁ ବର୍ତ୍ତମାନର ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ନାମ ଘୋଷିତ ହେବାପରେ ବିଜେପି କର୍ମୀଙ୍କ ମଧ୍ୟରେ ଉସôାହ ଓ ଉଲ୍ଲାସ ଦେଖିବାକୁ ମିଳିଛି । ନବ ଚରଣ ମାଝୀ ବିଜେପି ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ସେ ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ନବ ଚରଣ ମାଝୀ ବାରିପଦାରେ ପହଞ୍ଚି ଦ୍ୱିତୀୟ ଶ୍ରୀକ୍ଷେତ୍ର ଶ୍ରୀଶ୍ରୀ ହରିବଳଦେବ ଜୀଉ ଜଗନ୍ନାଥ ମନ୍ଦିର ଓ ଅମ୍ବିକା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ସମୟରେ ଶ୍ରୀ ମାଝୀଙ୍କ ସହ ବିଜେପି ନେତୃବୃନ୍ଦ ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ନବ ଚରଣ କହିଛନ୍ତି ଯେ, ମୋଦିଙ୍କ ଜନ କଲ୍ୟାଣ ଯୋଜନା ଦ୍ୱାରା ସାରା ଦେଶରେ ଜନସାଧାରଣ ମାନଙ୍କର ବିଜେପି ପ୍ରତି ଅକୁଣ୍ଠ ସମର୍ଥନ ବଢିବାରେ ଲାଗିଛି । ପୁଣି ଏଥର ଜନମତ ବିଜେପି ଆଡକୁ ଢଳୁଛି । ଦଳ ତାଙ୍କୁ ପ୍ରାର୍ଥୀ କରିଥିବାରୁ ସେ ଦଳ ପ୍ରତି କୃତଜ୍ଞ ବୋଲି ପ୍ରକାଶ କରିବା ସହ ଅଦୃଶ ଶକ୍ତିଙ୍କର ଆଶୀର୍ବାଦ ଏକାନ୍ତ କାମ୍ୟ । ତେଣୁ ଜିଲ୍ଲାତମାମ୍ ପରିକ୍ରମା କରିବା ସହ ସାଧାରଣ ଲୋକ ଓ କର୍ମୀମାନଙ୍କୁ ଭେଟି ସେମାନଙ୍କର ସହଯୋଗ ଲଢୁଛନ୍ତି । ଅନ୍ୟପକ୍ଷରେ ବୁଧବାର ମୟୂରଭଞ୍ଜ ଲୋକସଭା ଆସନ ପାଇଁ ବିଜେଡି ପକ୍ଷରୁ ସୁଦାମ ମାରାଣ୍ଡିଙ୍କ ନାମ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ତେଣୁ ଚଳିତ ନିର୍ବାଚନ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବାକୁ ଯାଉଥିବାବେଳେ ଆଗାମୀ ନିର୍ବାଚନରେ ରଚକ ଲଢେଇ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave A Reply