Odisha news

ରାଜ୍ୟସ୍ତରୀୟ କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମୟୂରଭଞ୍ଜ ଦଳ ଘୋଷିତ

0

ବାରିପଦା : ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଦଳର ଚୟନ ହୋଇଯାଇଛି । ଦଳରେ ଦିବ୍ୟ ରଞ୍ଜନ ଦାସ (ଅଧିନାୟକ), ଅଭିଜିତ ପ୍ରସାଦ ଘଣା (ଉପ ଅଧିନାୟକ), ଶୁଭମ ନାୟକ, ସୌମ୍ୟରଞ୍ଜନ ମହାନ୍ତ, ସୁବ୍ରତ କୁମାର ସିଂ, ମନୁ ରାମ, ଶୁଭମ ମହାନ୍ତି, ସ୍ମୃତି ରଞ୍ଜନ ନାୟକ, ସଞ୍ଜୟ ସିଂ, ମେରି ଲୋକନାଥ, ଭବାନୀ ଶଙ୍କର ପାତ୍ର, ମୋହିତ କଂକାରିଆ, ଅଜୁ ମହାନ୍ତ, ରୋହିତ ମୁଦି, ପ୍ରୀତପାଲ ସିଂହ ଓ ଶେକ ନଫିସୁଲ ହୁସେନଙ୍କ ସମେତ କୋଚ ସାଇବା ସିଂ ଏବଂ ମ୍ୟାନେଜର ଭାବେ ସୁମନ ମହାନ୍ତି ସାମିଲ ଅଛନ୍ତି । ଚୟନକର୍ତ୍ତା ଭାବେ ପୂର୍ବତନ ଖେଳାଳି ପ୍ରଭାସ ଚନ୍ଦ୍ର ଘଡେଇ, ସୋମନାଥ ସିଂହ, ବଳବନ୍ତ ତୁଙ୍ଗ, ଶକ୍ତି ପ୍ରସାଦ ପାତ୍ର ଓ ମାନସ ଧଳ ଯୋଗଦେଇ ଦଳ ଚୟନରେ ସହାୟତା ପ୍ରଦାନ କରିଥିଲେ । କଟକ ଗସ୍ତ ପୂର୍ବରୁ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଉପସଭାପତି ମନୋଜ କୁମାର ସାଓ, କୋଷାଧ୍ୟକ୍ଷ ଅମିତାଭ ଦାସ, କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ଅଶୋକ ପଟ୍ଟନାୟକ, ପୂର୍ବତନ ଖେଳାଳି ଶ୍ରୀ ଘଡେଇ, ଶ୍ରୀ ସିଂହ, ଶ୍ରୀ ପାତ୍ର ଓ ନନ୍ଦଲାଲ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ୨୮ତାରିଖ ଦିନ ମୟୂରଭଞ୍ଜ ପ୍ରଥମ ମ୍ୟାଚ ଭୁବନେଶ୍ୱର(ବି) ସହିତ ଖେଳିବ ।

Leave A Reply