Odisha news

ମୟୂରଭଞ୍ଜ ସିନିୟର ସିଟିଜେନ୍ ଫୋରମରେ ମୟୂରଭଞ୍ଜର ଅସ୍ମିତା ଓ ସାଧାରଣ ନିର୍ବାଚନରେ ଭୋଟ ଶିକ୍ଷା ଶିର୍ଷକ ଆଲୋଚନା ଚକ୍ର

0

ବାରିପଦା  : ମୟୂରଭଞ୍ଜ ସିନିୟର ସିଟିଜେନ୍ ଫୋରମରେ ମୟୂରଭଞ୍ଜର ଅସ୍ମିତା ଓ ସାଧାରଣ ନିର୍ବାଚନରେ ଭୋଟ ଶିକ୍ଷା ଶିର୍ଷକ ଆଲୋଚନା ଚକ୍ର ସଭାପତି ପ୍ରଦିପ୍ତ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପ୍ରଥମେ ବାରିପଦାର ଶତାୟୁ ପୁରୁଷ ଆଲୋଚ ଚିତ୍ର ଶିଳ୍ପୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ଓ ମଞ୍ଚର ବରିଷ୍ଠ ସଦସ୍ୟ ସ୍ୱର୍ଗତ ପ୍ରତିଭା ରଞ୍ଜନ ଦାସଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା ହୋଇଥିଲା । ପରେ ସାଧାରଣ ସମ୍ପାଦକ ଡଃ ଶ୍ୟାମସୁନ୍ଦର ଦାସ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହିତ ହୋଇଥିବା ମଞ୍ଚର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଉପରେ ଆଲୋଚନା କରି ରାଜ୍ୟସରକାର ମୟୂରଭଞ୍ଜ ସିନିୟର ସିଟିଜେନ୍ ଫୋରମ ସହିତ ଉଦଳା ବରିଷ୍ଠ ନାଗରିକ ସମିତିକୁ ଜମି ପ୍ରଦାନ କରି ଗୃହ ନିର୍ମାଣ କରୁଥରବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏତତ୍ବ୍ୟତୀତ ଫୋରମର ବାରମ୍ବାର ଅନୁରୋଧ ପରେ ସରକାର ଓଡିଶାର ସମସ୍ତ ବରିଷ୍ଠ ନାଗରିକ ନିମିତ୍ତ ପୋଲିସ ପରିଚୟ ପତ୍ରର ନିଦେ୍ର୍ଦଶ ଦେଇ ଝାଡପୋଖରିଆ, ବେତନଟୀ, ବଡସାହୀ ବରିଷ୍ଠ ନାଗରିକ ମଞ୍ଚର ସମସ୍ତ ସଦସ୍ୟମାନଙ୍କୁ ପୋଲିସ ପରିଚୟ ପତ୍ର ପ୍ରଦାନ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନିକଟରେ ସରକାର ୫୦ହଜାର ଅନୁଦାନ ସହିତ ଜିଲ୍ଲାର ୯ଟି ବରିଷ୍ଠ ମଞ୍ଚକୁ ୪ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ମାତ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, କେନ୍ଦୁଝର କ୍ୟାମ୍ପାସର ସମସ୍ତ ବିଭାଗ ଓ ଫେକଲଟି ବାରିପଦା ମୁଖ୍ୟ କ୍ୟାମ୍ପାସକୁ ସ୍ଥାନାନ୍ତରିତ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ କାଡିଓଲୋଜି, ନେଫ୍ରୋଲୋଜି, ନିଉରଲୋଜି ଭଳି ପ୍ରମୁଖ ସୁପର ସ୍ପେଶାଲିଷ୍ଟ ନିଯୁକ୍ତି, ଆୟୁର୍ବେଦିକ ଓ ହୋମିଓପ୍ୟାଥିକ କଲେଜ ଦୁଇଟିର ପୁନଃ ଆରମ୍ଭ ଭଳି ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ଦାବିଗୁଡିକ ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ବିଗତ ୫ବର୍ଷ ମଧ୍ୟରେ ସମଗ୍ର ଜିଲ୍ଲାରେ ରେଳ ବିକାଶ ସହିତ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ ଥିଲା ପ୍ରମୁଖ ଦାବି ସମ୍ପାଦକଙ୍କ ସହିତ ଫୋରମର ଟିମ୍ ଦିଲ୍ଲିରେ ବାରମ୍ବାର ରେଳ ବୋର୍ଡର ଚେୟାରମ୍ୟାନ୍, ମନ୍ତ୍ରୀ ଅସ୍ୱନୀ ବୈଷ୍ଣବ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଖାକରି ପୂର୍ଣ୍ଣ ଆଶ୍ୱାସନା ପାଇଥିଲେ ମଧ୍ୟ ସାରା ଓଡିଶାରେ ବିଭିନ୍ନ ରେଳ ପ୍ରକଳ୍ପ ବାରଦରେ କୋଟି କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ବାଙ୍ଗିରିପୋଷି, ଗୋରୁମହିଷାଣୀ, ବୁଡାମରା ଚାକୁଳିଆ, ବାଦାମପାହାଡ କେନ୍ଦୁଝର ରେଳ ପ୍ରକଳ୍ପ ସହିତ ବାରିପଦାରେ ଟରମିନାସ ଓ ବାଙ୍ଗାଲୁରୁ ଏବଂ ନୂଆଦିଲ୍ଲୀ ରେଳ ଚଳାଚଳ ପ୍ରମୁଖ ଦାବି ଗୁଡିକ ଅଣଦେଖା କରାହେଲା । ସେହିପରି ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ ପାଇଁ ଓଡିଶା ସରକାର ୨୫କୋଟି ପ୍ରଦାନ ପରେ ଜମି ହସ୍ତାନ୍ତର ହୋଇ କେନ୍ଦ୍ର ସରକାର ୪୫କୋଟି ରଖିଥିଲେ ମଧ୍ୟ ତାହା ଏବେ ସୁଦ୍ଧା କୌଣସି କାର୍ଯ୍ୟ ଆଗେଇ ପାରିଥିବା ଆଲୋଚନା ହୋଇ କ୍ଷୋଭ ପ୍ରକାଶ ହୋଇଥିଲା । ପରିଶେଷରେ ମୟୂରଭଞ୍ଜର ଦାବିକୁ ଅଧିକ ତୀବ୍ର କରି ଭୁବନେଶ୍ୱର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ନିରନ୍ତର ସକ୍ରିୟ ରହି କାର୍ଯ୍ୟ ହାସଲ ପାଇଁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଗଠନର ପ୍ରସ୍ତାବ ପାରିତ ହୋଇଅଛି । ସଭା ମଧ୍ୟରେ ନୂତନ ସଭ୍ୟ ଦେବାଶିଷ କୁମାର ଦାସ, ଶ୍ୟାମ ଚରଣ ଜିତବାବୁ, ଜଗନ୍ନାଥ ମିଶ୍ର, ରାଜ କିଶୋର ମହାନ୍ତ, ଅନନ୍ତ କୃଷ୍ଣ ବେହେରା ଓ ଜ୍ୟୋସ୍ନା ମୟୀ ଜେନାଙ୍କୁ ସ୍ୱାଗତ କରାଯାଇଛି । ପରିଶେଷରେ ଡଃ ସୁସାନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply