Odisha news

ଶାମାଖୁଣ୍ଟା ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

0

ବାରିପଦା  : ଶ୍ୟାମାଖୁଣ୍ଟା ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାପାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ନାୟକଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମିଳନୀରେ ବିଦ୍ୟାଳୟ ସମୂହରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହ ଶିକ୍ଷାବର୍ଷର ଅନ୍ତିମ, ଗ୍ରୀଷ୍ମାବକାଶ ତଥା ନୂତନ ଶିକ୍ଷାବର୍ଷର ପ୍ରାରମ୍ଭିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରଧାନଶିକ୍ଷକ ନଳୀନ କୁମାର ଚୌଧୁରୀ କାର୍ଯକ୍ରମ ସମ୍ପର୍କରେ ଆଲୋକପାତ କରିଥିବାବେଳେ ପ୍ରଧାନଶିକ୍ଷକ ରାଖାଲ କୃଷ୍ଣ ମହାନ୍ତି ବିବରଣୀ ପାଠ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ ,କଣ୍ଟାପାଳର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Nalco
Leave A Reply